Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ଅତ୍ୟାଧୁନିକ ଜ୍ଞାନର ସରସ୍ୱତୀ ମନ୍ଦିର ହେଉଛି ଆଇଜର ବ୍ରହ୍ମପୁର'

Smruti Parija
Browse all articles by Smruti Parija
·11 months ago·3 min read
'ଅତ୍ୟାଧୁନିକ ଜ୍ଞାନର ସରସ୍ୱତୀ ମନ୍ଦିର ହେଉଛି ଆଇଜର ବ୍ରହ୍ମପୁର'

Key Points

• ସମାରୋହରେ ଯୋଗଦେଲେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
• ସିଏଆଇଏଫ ସୁବିଧା, ରିସର୍ଚ୍ଚ ବ୍ଲକ, ଲାଇବ୍ରେରୀ ଏବଂ କର୍ମଚାରୀ ଆବାସ ଉଦଘାଟିତ
• ଆଇଜର ବ୍ରହ୍ମପୁର କ୍ୟାମ୍ପସର ଭିତ୍ତିଭୂମି ଓ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କଲେ
• ଅତ୍ୟାଧୁନିକ ଜ୍ଞାନର ସରସ୍ୱତୀ ମନ୍ଦିର ହେଉଛି ଆଇଜର ବ୍ରହ୍ମପୁର
• ଭାରତର ବୈଜ୍ଞାନିକ କ୍ଷମତାକୁ ସୁଦୃଢ଼ କରିବା ପାଇଁ ହେଲେ ଆଇଜରରେ ଅଧିକ ନିବେଶ ଜରୁରୀ
• ଆଇଜର ବ୍ରହ୍ମପୁର ଜ୍ଞାନ ପରମ୍ପରାର ମହାନ ଐତିହ୍ୟକୁ ଆଗକୁ ବହନ କରୁଛି
• ଜାତୀୟ ଶିକ୍ଷା ନୀତି ଶିକ୍ଷା କ୍ଷେତ୍ରରେ ଏକ ସଂସ୍କାର ନୁହେଁ, ବରଂ ନବଜାଗରଣ
• ଚାକିରି ଅନ୍ୱେଷଣରେ ନରହି ଚାକିରିଦାତା ହେବା ପାଇଁ ଆହ୍ୱାନ
• ଆଇଜର ବ୍ରହ୍ମପୁର ଛାତ୍ରଛାତ୍ରୀଙ୍କୁ ପଖାଳ, ଗିରିଜା ରେଣ୍ଟୁରାଣ୍ଟର ସ୍ନାକ୍ସର ସ୍ୱାଦ ଚାଖିବା ସହ ବ୍ରହ୍ମପୁର ଏବଂ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବୁଲିବା ପାଇଁ ପରାମର୍ଶ

ବିଶ୍ୱରେ ବର୍ଦ୍ଧିତ ଭୂ-ରାଜନୈତିକ ପରିବର୍ତ୍ତନର ଦୃଶ୍ୟପଟ୍ଟରେ ଶିକ୍ଷା ଏବଂ ବିଜ୍ଞାନ ହେଉଛି ଉତ୍ତମ ଭବିଷ୍ୟତ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ । ଏହା ଆମ ପାଇଁ ସମୃଦ୍ଧି ଏବଂ ଖୁସିକୁ ସୁରକ୍ଷିତ କରେ ବୋଲି ଶନିବାର ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ଆଇଜର) ବ୍ରହ୍ମପୁରର ପଞ୍ଚମ ସମାବର୍ତ୍ତନ ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସହ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଆଇଜର ବ୍ରହ୍ମପୁର ଦେଶର ଏକ ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ପରିଣତ ହୋଇଛି । ୨୦୧୬ରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆଇଜର ବ୍ରହ୍ମପୁର ଧୀରେ ଧୀରେ ଏକ ପୂର୍ଣ୍ଣାଙ୍ଗ ରୂପ ନେଉଛି । ଏହା ଅତ୍ୟାଧୁନିକ ଜ୍ଞାନର ସରସ୍ୱତୀ ମନ୍ଦିର ଭାବେ ଗଢିଉଠିଛି । ଗତବର୍ଷ ଫେବୃୟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କ୍ୟାମ୍ପସର ୧୫ଟି ନୂତନ କୋଠା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହା କେବଳ ବ୍ରହ୍ମପୁର ପାଇଁ ନୁହେଁ ବରଂ ଶିକ୍ଷା-ନେତୃତ୍ୱାଧୀନ ରାଷ୍ଟ୍ର ନିର୍ମାଣ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ । ଭାରତର ବୈଜ୍ଞାନିକ କ୍ଷମତାକୁ ସୁଦୃଢ଼ କରିବା ପାଇଁ ହେଲେ ଆଇଜରରେ ଅଧିକ ନିବେଶ କରିବାକୁ ହେବ ବୋଲି ସେ କହିଛନ୍ତି ।


ସେ ଆହୁରି କହିଛନ୍ତି ଯେ ଆଇଜର ବ୍ରହ୍ମପୁର ଜ୍ଞାନ ପରମ୍ପରାର ମହାନ ଐତିହ୍ୟକୁ ଆଗକୁ ବହନ କରୁଛି । ପ୍ରତିଷ୍ଠା ପର ଠାରୁ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ବିଶ୍ୱର ପ୍ରମୁଖ ଗବେଷଣା ପ୍ରତିଷ୍ଠାନ ଓ ନବସୃଜନ ପରିସଂସ୍ଥାନରେ ଯୋଗଦାନ ଦେଉଛନ୍ତି । ଏହି ଅନୁଷ୍ଠାନରେ ବିଭିନ୍ନ ବିଷୟରେ ୧,୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଗତ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ମହିଳା । କ୍ୱାଣ୍ଟମ ସାଇନ୍ସ, ସଷ୍ଟେନେବଲ ମ୍ୟାଟେରିଆଲ, ସ୍ୱାସ୍ଥ୍ୟସେବାରେ ଏଆଇ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ଆଇଜର ବ୍ରହ୍ମପୁର ପ୍ରତିଷ୍ଠାନର ଅଗ୍ରଣୀ କାର୍ଯ୍ୟ ଭାରତର ରଣନୈତିକ ଲକ୍ଷ୍ୟ ସହିତ ଜଡ଼ିତ ହୋଇଅଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପକ୍ଷରେ ଦେଶରେ ଜାତୀୟ ଶିକ୍ଷା ନୀତିକୁ ପାଞ୍ଚ ବର୍ଷ ପୂର୍ତ୍ତି ହୋଇଛି । ଏହି ଶିକ୍ଷା ନୀତି ଶିକ୍ଷା କ୍ଷେତ୍ରରେ କେବଳ ଏକ ସଂସ୍କାର ନୁହେଁ, ବରଂ ଏକ ନବଜାଗରଣ । ଏହା ଏକବିଂଶ ଶତାବ୍ଦୀର ବିଦ୍ୟାର୍ଥୀଙ୍କ ଆବଶ୍ୟକତାକୁ ପୂରଣ କରିବ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ମସିହାରେ ବିକଶିତ ଭାରତ ପାଇଁ ଏକ ସ୍ପଷ୍ଟ ଆହ୍ୱାନ ଦେଇଛନ୍ତି । ତେବେ ଏହା ଏକ ସ୍ଲୋଗାନ ନୁହେଁ ବରଂ ଏକ ମିଶନ । ଗବେଷଣା, ପ୍ରତିଭା ଏବଂ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଏକ ଆତ୍ମବିଶ୍ୱାସୀ, ଆତ୍ମନିର୍ଭର ଭାରତ ପାଇଁ ଏକ ରୋଡମ୍ୟାପ୍ । ଆଗାମୀ ଦିନରେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଲୋକ କଲ୍ୟାଣ ସହ ବିକଶିତ ଭାରତ ଏବଂ ରାଷ୍ଟ୍ରୀୟ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଆଗଭର ହେବେ । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଚାକିରି ଅନ୍ୱେଷଣରେ ନରହି ଚାକିରିଦାତା ହେବା ପାଇଁ ଆହ୍ୱାନ କରିଥିଲେ । ଏହାସହ ଆଇଜର ବ୍ରହ୍ମପୁର ଛାତ୍ରଛାତ୍ରୀଙ୍କୁ ପଖାଳ, ଗିରିଜା ରେଣ୍ଟୁରାଣ୍ଟର ସ୍ନାକ୍ସର ସ୍ୱାଦ ଚାଖିବା ସହ ବ୍ରହ୍ମପୁର ଏବଂ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବୁଲିବା ପାଇଁ ପରାମର୍ଶ ଦେଇଥିଲେ ।


ଏହି ଅବସରରେ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନ ପରିସରରେ ସେଣ୍ଟରାଲ୍ ଆଡଭାନ୍ସଡ ଇନଷ୍ଟ୍ରୁମେନଟେନସନ (ସିଏଆଇଏଫ) ସୁବିଧା, ରିସର୍ଚ୍ଚ ବ୍ଲକ, ଲାଇବ୍ରେରୀ ଏବଂ କର୍ମଚାରୀ ଆବାସର ଉଦଘାଟନ କରିବା ସହ ବୃକ୍ଷରୋପଣ କରିଥିଲେ । ଏକ ସମୀକ୍ଷା ବୈଠକରେ ଯୋଗଦେଇ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ ।


ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ, ଆଇଜର ବ୍ରହ୍ମପୁରର ନିର୍ଦ୍ଦେଶକ ଅଶୋକ କୁମାର ଗାଙ୍ଗୁଲି, ଚେୟାରମ୍ୟାନ ତଥା ବୋର୍ଡ ଅଫ୍ ଗଭର୍ଣ୍ଣର ପ୍ରଫେସର ଅରବିନ୍ଦ ଏ ନାଟୁ ପ୍ରମୁଖ ଉପସ୍ଥିତ ଥିଲେ ।

Sponsored
union-ministers-speech-at-the-5th-convocation-ceremony-of-iiser-brahmapur-education-and-science-are-important-documents-for-building-a-better-future | Argus News