Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଉପରେ କେନ୍ଦ୍ରମନ୍ତ୍ରୀଙ୍କ କଡ଼ା ଜବାବ

Smruti Parija
Browse all articles by Smruti Parija
·1 year ago·4 min read
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଉପରେ କେନ୍ଦ୍ରମନ୍ତ୍ରୀଙ୍କ କଡ଼ା ଜବାବ

Key Points

• କଂଗ୍ରେସ ଦ୍ୱାରା ଟୁଲକିଟ୍ ଆଧାରରେ ରାଜକୁମାର ମିଛରେ ଭରପୁର ଥିବା ପେଡିକୁ ଧରି ସବୁଠି ଉପସ୍ଥିତ ହେଇଯାଉଛନ୍ତି

• କଂଗ୍ରେସ ଦଳ ଜଣ୍ଡିସ ରୋଗରେ ପୀଡିତ, ସେଥିପାଇଁ ସେମାନଙ୍କୁ ସବୁ କିଛି ହଳଦିଆ ରଙ୍ଗ ଦେଖାଯାଉଛି

• ରାହୁଲ ଗାନ୍ଧୀ ଯେଉଁ ‘ଏନଏଫଏସ – ‘ନଟ୍ ଫାଉଣ୍ଡ୍ ସୁଇଟେବୁଲ’ ବିଷୟରେ କହୁଛନ୍ତି, ତାହା ବାବାସେହବଙ୍କ ନାମ ନେଇ ରାଜନୀତି କରୁଥିବା ଦଳିତ, ଶୋଷିତ ଏବଂ ବଞ୍ଚିତ ବିରୋଧୀ କଂଗ୍ରେସ ଚିନ୍ତାଧାରାରେ ହିଁ ଅଟେ

• ସ୍ୱାଧୀନତା ପରେ କଂଗ୍ରେସର ନୀତି ଯୋଗୁଁ ଏହି ଏନଏଫଏସ ଏ ପର୍ଯ୍ୟନ୍ତ ଜାରି ରହିଥିଲା, ଯାହା ଦ୍ଵାରା ଏସସି, ଏସଟି ଏବଂ ଓବିସିମାନଙ୍କର ଅଧିକାରକୁ ନିଶ୍ଚହ୍ନ କରିଦିଆଯାଉଥିଲା

• ୨୦୧୪ରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୫୭% ଏସସି, ୬୩% ଏସଟି ଏବଂ ୬୦% ଓବିସି ଶିକ୍ଷକ ପଦବୀ ଖାଲି ଥିଲା, ମୋଦୀଙ୍କ ସରକାର କ୍ଷମତାକୁ ଆସିବା ମାତ୍ରେ ଏହାକୁ ପୂରଣ କରିଥିଲା

• ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପାଇଁ ପିଏଚଡିର ଆବଶ୍ୟକତାକୁ ମୋଦୀଜୀଙ୍କ ସରକାର ହିଁ ଉଚ୍ଛେଦ କରିଛନ୍ତି

• ଅନ୍ୟାୟରୁ ବଞ୍ଚିତ ବର୍ଗକୁ ମୁକ୍ତି ଦେବା ପାଇଁ ସାମାଜିକ ନ୍ୟାୟ ପ୍ରତି ସମର୍ପିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଆଇନ, ୨୦୧୯ ଆଣିଲା, ଯାହା ପରେ ଏନଏଫଏସ ଏବେ ଇତିହାସ

• ମୋଦୀଜୀଙ୍କ ସରକାର ଅନୁସୂଚିତ ଜାତି, ଜନଜାତି, ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣରେ ଥିବା ପ୍ରତିବନ୍ଧକଗୁଡ଼ିକୁ ମଧ୍ୟ ଦୂର କରିଛନ୍ତି, ଯାହା ପୂର୍ବ କଂଗ୍ରେସ ସରକାର କେବେ ବି କରିପାରି ନଥିଲେ

ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ଦେଶରେ ମିଛ ଏବଂ ପ୍ରତାରଣାର ସବୁଠାରୁ ବଡ଼ ବ୍ରାଣ୍ଡ ଆମ୍ବାସଡର ହୋଇସାରିଛନ୍ତି । କଂଗ୍ରେସର ରାଜପରିବାର ଦ୍ୱାରା ଏସସି,ଏସଟି ଏବଂ ଓବିସି ସର୍ବଦା ପ୍ରତାରିତ ହୋଇଆସୁଛନ୍ତି । କିନ୍ତୁ ରାଜକୁମାର ତାଙ୍କ ନିଜ ପରିବାରର ବଞ୍ଚିତ ଏବଂ ଦଳିତ ବିରୋଧୀ ଇତିହାସ ବିଷୟରେ ଜାଣିନାହାନ୍ତି । ଏଥିପାଇଁ କଂଗ୍ରେସ ଦ୍ୱାରା ଜାରି ଟୁଲକିଟ୍ ଆଧାରରେ ରାଜକୁମାର ମିଛରେ ଭରପୁର ଥିବା ପେଡିକୁ ଧରି ସବୁଠି ଉପସ୍ଥିତ ହେଇଯାଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Dharmendra Pradhan (@dpradhanbjp) May 27, 2025


କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏନଏଏଫଏସକୁ ତାତ୍ସଲ୍ୟ କରିବା ଉପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ସମୟ ଶାସନ କରିବା ପରେ ମଧ୍ୟ କଂଗ୍ରେସ ଦଳିତ, ପଛୁଆ ଏବଂ ବଞ୍ଚିତ ଲୋକମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ରଖିଲା । ୨୦୧୪ରେ ଯେତେବେଳେ ୟୁପିଏ ସରକାରକୁ ଲୋକମାନେ ପ୍ରତ୍ୟାଖ୍ୟାନ କଲେ, ସେତେବେଳେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ୫୭% ଏସସି, ୬୩% ଏସଟି ଏବଂ ୬୦% ଓବିସି ଶିକ୍ଷକ ପଦବୀ ଖାଲି ଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର କ୍ଷମତାକୁ ଆସିବା ମାତ୍ରେ ପୂରଣ କରିବାର କାମ କରିଥିଲେ । ଏହାବ୍ୟତୀତ, ୨୦୧୪ ମସିହାରେ ଶିକ୍ଷକ ପଦବୀ ସଂଖ୍ୟା ୧୬,୨୧୭ରୁ ୧୮,୯୪୦ କୁ ବୃଦ୍ଧି କରିବାର କାମ ମଧ୍ୟ ମୋଦୀ ସରକାର କରିଥିଲେ । ୨୦୧୪ ମସିହାରେ ଖାଲି ପଦବୀ ସଂଖ୍ୟା ୩୭% ଥିଲା, ଆଜି ତାହା ୨୫.୯୫ ପ୍ରତିଶତ ଅଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ସରକାରରେ ଏହି ଖାଲି ପଦବୀ ପୂରଣ ପ୍ରକ୍ରିୟା ଏବେ ବି ଜାରି ରହିଛି ।

୨୦୦୪ରୁ ୧୪ କଂଗ୍ରେସ କାର୍ଯ୍ୟକାଳରେ ଆଇଆଇଟିରେ କେବଳ ୮୩ ଜଣ ଏସସି, ୧୪ ଏସଟି ଏବଂ ୧୬୬ ଜଣ ଓବିସି ଅଧ୍ୟାପକ ଥିଲେ । ଏନଆଇଟିରେ କେବଳ ୨୬୧ ଜଣ ଏସସି, ୭୨ ଏସଟି ଏବଂ ୩୩୪ ଓବିସି ନିଯୁକ୍ତି ହୋଇଥିଲେ । ସେହିପରି ମୋଦୀ ସରକାରଙ୍କ ୨୦୧୪ ରୁ ୨୪ ପର୍ଯ୍ୟନ୍ତ କାର୍ଯ୍ୟକାଳ ମଧ୍ୟରେ ଆଇଆଇଟିରେ ୩୯୮ ଏସସି , ୯୯ ଏସଟି ଏବଂ ୭୪୬ ଓବିସି ତଥା ଏନ୍ଆଇଟିରେ ୯୨୯ ଏସସି, ୨୬୫ ଏସଟି ଏବଂ ୧୫୧୦ ଓବିସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପାଇଁ ପିଏଚଡିର ଆବଶ୍ୟକତାକୁ ମୋଦୀଜୀଙ୍କ ସରକାର ହିଁ ଉଚ୍ଛେଦ କରିଛନ୍ତି।

ରାହୁଲ ଗାନ୍ଧୀ ଯେଉଁ ‘ଏନଏଫଏସ – ‘ନଟ୍ ଫାଉଣ୍ଡ୍ ସୁଇଟେବୁଲ’ ବିଷୟରେ କହୁଛନ୍ତି, ତାହା ବାବାସେହବଙ୍କ ନାମ ନେଇ ରାଜନୀତି କରୁଥିବା ଦଳିତ, ଶୋଷିତ ଏବଂ ବଞ୍ଚିତ ବିରୋଧୀ କଂଗ୍ରେସ ଚିନ୍ତାଧାରାରେ ହିଁ ଅଟେ । ସ୍ୱାଧୀନତା ପରେ କଂଗ୍ରେସର ନୀତି ଯୋଗୁଁ ଏହି ଏନଏଫଏସ ଏ ପର୍ଯ୍ୟନ୍ତ ଜାରି ରହିଥିଲା, ଯାହା ଦ୍ଵାରା ଏସସି, ଏସଟି ଏବଂ ଓବିସିମାନଙ୍କର ଅଧିକାରକୁ ନିଶ୍ଚିହ୍ନ କରିଦିଆଯାଉଥିଲା ।

ସେହି ଅନ୍ୟାୟରୁ ବଞ୍ଚିତ ବର୍ଗକୁ ମୁକ୍ତି ଦେବା ପାଇଁ ସାମାଜିକ ନ୍ୟାୟ ପ୍ରତି ସମର୍ପିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଆଇନ, ୨୦୧୯ ଆଣିଲା, ଯାହା ପରେ ଏନଏଫଏସ ଏବେ ଇତିହାସରେ ପରିଣତ ହୋଇଛି । ଏବେ ଏସସି, ଏସଟି ଏବଂ ଓବିସି ବର୍ଗଙ୍କ ପାଇଁ ସଂରକ୍ଷିତ ପଦବୀଗୁଡ଼ିକ ଅନ୍ୟ କୌଣସି ବର୍ଗ ଦ୍ୱାରା ପୂରଣ କରାଯିବ ନାହିଁ, ଏହା ହିଁ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ପ୍ରତିବଦ୍ଧତା । ଏହାବ୍ୟତୀତ, ମୋଦୀଜୀଙ୍କ ସରକାର ଅନୁସୂଚିତ ଜାତି, ଜନଜାତି, ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣରେ ଥିବା ପ୍ରତିବନ୍ଧକଗୁଡ଼ିକୁ ମଧ୍ୟ ଦୂର କରିଛନ୍ତି, ଯାହା ପୂର୍ବ କଂଗ୍ରେସ ସରକାର କେବେ ବି କରିପାରି ନଥିଲା ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କଂଗ୍ରେସ ଦଳ ଜଣ୍ଡିସ ରୋଗରେ ପୀଡିତ, ସେଥିପାଇଁ ସେମାନଙ୍କୁ ସବୁ କିଛି ହଳଦିଆ ରଙ୍ଗ ଦେଖାଯାଉଛି । ଏହା ମଧ୍ୟ କୁହାଯାଇପାରେ ଯେ ସେମାନଙ୍କୁ ପ୍ରତ୍ୟେକ ଭଲ ଜିନିଷ ଖରାପ ଦେଖାଯାଏ । କଥା କଥାରେ ସମ୍ବିଧାନର ନାମ ନେଉଥିବା କଂଗ୍ରେସ ଦଳ ନିଜେ ବାବାସାହେବଙ୍କ ସମ୍ବିଧାନ ଉପରେ ସବୁଠାରୁ ବଡ଼ ଆକ୍ରମଣ କରୁଛି । ଆଜି ଦେଶର ଯୁବପିଢ଼ି ଜାଣନ୍ତି ଯେ ଯଦି କେହି ପ୍ରକୃତ ସାମାଜିକ ନ୍ୟାୟର କାମ କରିଛନ୍ତି, ତେବେ ତାହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ସରକାର । କଂଗ୍ରେସ ଯେତେ ମିଛ ପ୍ରଚାର କଲେ ମଧ୍ୟ ଦେଶର ଯୁବପିଢ଼ି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଅତୁଟ ବିଶ୍ୱାସ ରଖିଛନ୍ତି ।

Sponsored
union-ministers-strong-response-to-congress-leader-rahul-gandhis-remarks | Argus News