ବିଧାୟକଙ୍କୁ ପାଠ ପଢାଇବେ ଧର୍ମେନ୍ଦ୍ର !

Key Points
- ବିଧାୟକଙ୍କୁ ପାଠ ପଢାଇବେ ଧର୍ମେନ୍ଦ୍ର
- ନଡ୍ଡା ଦେବେ ଗୁରୁମନ୍ତ୍ର, ଜୁଏଲ ବି ଦେବେ ଟିପ୍ସ
- କେମିତି ଭଲ ବିଧାୟକ ହେବେ ?
- ୧୭ ଓ ୧୮ରେ ହେବ କର୍ମଶାଳା
ଅର୍ଗସ ବ୍ୟୁରୋ : ବିଧାୟକଙ୍କୁ ଟିପ୍ସ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ କେମିତି ବିଧାୟକମାନେ ଭଲରେ ବ୍ୟବହାର କରିବେ ? କେମିତି ଶାସନ ଭଲରେ ଚାଲିବ ସେନେଇ ଟିପ୍ସ ଦେବେ ଏହି କେନ୍ଦ୍ରୀୟ ନେତା । ଏପଟେ, ଓଡ଼ିଶାରେ ପ୍ରଥମ କରି ସରକାରକୁ ଆସିବା ପରେ ଆସନ୍ତା ୧୬ ତାରିଖରେ ବସିବାକୁ ଯାଉଛି ରାଜ୍ୟ ବିଜେପିର ପ୍ରଥମ କୋର କମିଟି ବୈଠକ ।
ନୂଆ ବିଧାୟକଙ୍କ କ୍ଲାସ୍ ନେବେ ନଡ୍ଡା, ଦେବେ ପଲିଟିକାଲ୍ ସକ୍ସେସ ମନ୍ତ୍ର । ନୀତି ନୈତିକତାର ପାଠ ପଢାଇବେ ଧର୍ମେନ୍ଦ୍ର ଏବଂ ଆଚରଣ ଉଚ୍ଚାରଣ ଶିଖାଇବେ ଜୁଏଲ । ଆସନ୍ତା ୧୭ ଓ ୧୮ ବିଧାନସଭାରେ ବିଧାୟକଙ୍କ ତାଲିମ୍ କର୍ମଶାଳାର ଆୟୋଜନ କରାଯାଇଛି । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ସୂଚନା ଅନୁସାରେ, ୧୭ରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଏବଂ ୧୮ରେ ଦିନିକିଆ ଓଡିଶା ଗସ୍ତରେ ଆସି ସବୁ ନବାଗତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ୍ ପ୍ରକାଶ ନଡ୍ଡା । କାର୍ଯ୍ୟକ୍ରମରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ବି ଯୋଗ ଦେବାକୁ ସ୍ଥିର ହୋଇଛି । ତେଣୁ ଏହି କାର୍ଯ୍ୟକ୍ରମ ଉପରେ ପୁରା ରାଜ୍ୟର ନଜର ରହିଛି ।
ଓଡ଼ିଶାରେ ପ୍ରଥମଥର ଲାଗି ଏକାକୀ ସରକାରକୁ ଆସିଛି ଭାଜପା । ଯେହେତୁ ଶାସକ ଦଳରେ ପ୍ରାୟ ୬୦ ଜଣ ନୂଆ ବିଧାୟକ ଅଛନ୍ତି । ତେଣୁ ନେତାଙ୍କ ଭୂମିକା, ବିରୋଧୀଙ୍କୁ ଗଠନମୂଳକ କାଉଣ୍ଟର, ଆଞ୍ଚଳିକ ସମସ୍ୟାକୁ ଗୁରୁତ୍ୱ ଓ ଗୃହରେ ଆଚରଣ ଉଚ୍ଚାରଣ ବିଷୟରେ ବି ପାଠ ପଢାଇବେ ନଡ୍ଡା । ସେହିପରି ବିରୋଧୀ ଦଳର ବିଧାୟକଙ୍କୁ ବି ଗୃହ ପରିଚାଳନା ପାଇଁ ଟିପ୍ସ ଦେବା ସହ ବିଧାନସଭା ଆଇନ କାନୁନ ସଂପର୍କରେ ଅବଗତ କରିବେ କେନ୍ଦ୍ରମନ୍ତ୍ରୀ । ଏପଟେ ଆସନ୍ତା ୧୬ ତାରିଖରେ ବସୁଛି ଓଡ଼ିଶା ବିଜେପିର କୋର କମିଟି ବୈଠକ । କ୍ଷମତାକୁ ଆସିବା ପରେ ଦଳର ଏହା ହେବ ପ୍ରଥମ କୋର୍ କମିଟି ମିଟିଂ । ଯେଉଁଥିରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ଦୁଇ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଏବଂ ଲତା ଉସେଣ୍ଡୀ ବି ଉପସ୍ଥିତ ରହିବେ ।
📱 Get Argus News App
✨ବିଧାୟକଙ୍କୁ ଟିପ୍ସ ଦେବା ରହିତ ରାଜ୍ୟସଭା ଆସନକୁ ନେଇ ଆଲୋଚନା ହୋଇପାରେ । କାରଣ ରାଜ୍ୟସଭା ପଦରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ଗୋଟିଏ ଆସନ ଖାଲି ପଡ଼ିଛି । ତେଣୁ ସେହି ଆସନରେ କିଏ ରାଜ୍ୟସଭା ଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ, ଖାଲି ପଡିଥିବା ୩୭ ନିଗମ ଏବଂ ବୋର୍ଡ ଗୁଡିକରେ କାହାକୁ କେଉଁଠି ଥଇଥାନ କରାଯିବ, ସେ ନେଇ ବି କମିଟିରେ କଥା ଉଠିପାରେ । ତେବେ ବୈଠକ ପରେ ଜଣାପଡ଼ିବ କେଉଁ କେଉଁ ଦିଗ ଉପରେ ହେବ ଆଲୋଚନା ।