ମିଲେଟକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ କୃଷି ବିଭାଗର ଅନନ୍ୟ ପଦକ୍ଷେପ

ଅର୍ଗସ ବ୍ୟୁରୋ: ମିଲେଟକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ କୃଷି ବିଭାଗର ଅନନ୍ୟ ପଦକ୍ଷେପ । ଭୁବନେଶ୍ବରରେ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ଆନ୍ତର୍ଜାତିକ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାର୍ଗଶୀର ମାଣବସା ଗୁରୁବାରରେ ମା’ ଲକ୍ଷ୍ମୀଙ୍କ ପାଖେ ମାଣ୍ଡିଆ ଅର୍ପଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସବୁ ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚାଇବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ମିଡ୍ ଡେ ମିଲରେ ମାଣ୍ଡିଆ ଦିଆଯାଉଛି । ଆଗକୁ ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚିବ । ଏହା ହୋଇପାରିଲେ ସରକାର ତାଙ୍କ ଲକ୍ଷ୍ୟରେ ସଫଳ ହେବେ । ରାନ୍ଧଣା ଶୈଳୀ ବଦଳାଇବା ସହ ଅଧିକ ଆଦୃତ କରିବାକୁ ଫୁଡ୍ ବ୍ଲଗରଙ୍କ ସହାୟତା ନିଆଯିବ । ମିଲେଟ୍ ସ୍ନାକ୍ସ ତିଆରି ବି ହେଉଛି । ୧୭୭ ବ୍ଲକରେ ମାଣ୍ଡିଆ ଚାଷ ହେଉଛ । ବର୍ତ୍ତମାନ ମିଲେଟ୍ ହବ୍ ପାଇଁ ବାତାବରଣ ସୃଷ୍ଟି ହୋଇଛି । ମାଣ୍ଡିଆ ଉତ୍ପାଦନ ଓ ବିକ୍ରିବଟା ପାଇଁ ଗୁରୁତ୍ଵ ଦିଆଯାଉଛି । ଅଧିକ ମାଣ୍ଡିଆ ଚାଷ ଓ ଉତ୍ପାଦନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।