Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଙ୍କୀରେ ନିଆରା ବାହାଘର

Smruti Parija
Browse all articles by Smruti Parija
·2 years ago·1 min read
ବାଙ୍କୀରେ ନିଆରା ବାହାଘର

କଟକ: ବାଜା ବାଜୁଛି । ନାମ ସଂକୀର୍ତ୍ତନ ଚାଲିଛି । ସାଧାସିଧା ପୋଷାକ, ମଥାରେ ଚନ୍ଦନ ଲଗାଇ ସମସ୍ତଙ୍କ ମୁହଁରେ ହରି ନାମ । ଏହି ଭିଡିଓ ଦେଖି ଆପଣ ଭାବୁଥିବେ ଅଷ୍ଟମପ୍ରହରୀ କିମ୍ବା ଚତୁର୍ଥ ପ୍ରହରୀରେ ନଗର ସଂକୀର୍ତ୍ତନ ହେଉଛି । କିନ୍ତୁ ନା ଇଏ ହେଉଛି ଏକ ବାହାଘରର ଦୃଶ୍ୟ । ହରେ କୃଷ୍ଣ ହରେ ରାମ ଗାଇ ଗାଇ ନାଚି ନାଚି ଯାଉଛନ୍ତି ବରଯାତ୍ରୀ । ଚିକ୍ ମିକ୍ ଆଲୋକ କି ହାଇ ମଡେଲ ଡ଼ିଯେ ବାଜୁନି । ଏଠି ମଡର୍ଣ୍ଣ ଯୁଗରେ ନିଆରା ବାହାଘର ହେଉଥିବାର ଦେଖିବାକୁ ମିଳିଛି ।  

କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ୍ ଜମରା ଗ୍ରାମ ପଞ୍ଚାୟତର ବିଷମପଡ଼ା ଗ୍ରାମର ଜଳଧର ସେଠୀ ବାଙ୍କୀ ସୁନାଦେଇ ପୁର ଗ୍ରାମର ଲକ୍ଷ୍ମଣ ଦଳେଇଙ୍କ କନ୍ୟା ଇଲିଙ୍କ ସହିତ ଏହିଭଳି ବୈଦିକ ରୀତିରେ ବିବାହ କରିଛନ୍ତି ।  ଗାଡିରେ ବସି ବର ମନ୍ଦିର ନିକଟରେ ପହଞ୍ଚିଥିଲେ । ବରଯାତ୍ରୀରେ ବହୁ ମହିଳା ଓ ପୁରୁଷ ମାନେ ପ୍ରବଳ ଖରାରେ ମୁଣ୍ଡରେ ହରିଙ୍କ ଚିତା କାଟି ବେକରେ ତୁଳସୀ ମାଳ ପକାଇ ହରେ କୃଷ୍ଣ ହରେ ରାମ ଗାଇ ନାଚି ନାଚି ମନ୍ଦିର ନିକଟରେ ପହଞ୍ଚିଥିଲେ । ପୁରା ଅଞ୍ଚଳରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଥିଲା । ଆଉ ଏହି ନିଆରା ବିବାହ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେକିବାକୁ ମିଳିଥିଲା ।  

 ଆଧୁନିକ ଗୀତରେ ମଦ ପିଇ ଡିଯେ ଗୀତର ତାଳେ ତାଳେ ନାଚିବା ପରିବର୍ତ୍ତେ, ସନାତନୀ ଧର୍ମର ଲୋକ ହିସାବରେ ଏହି ଆଧୁନିକ ଯୁଗରେ ଲୋକ ମାନଙ୍କୁ ସଠିକ ବାଟରେ ଯିବା ପାଇଁ ଏ ହେଉଛି ପ୍ରୟାସ ବୋଲି ବର ଜଳଧର ସେଠୀ କହିଛନ୍ତି ।  ତେବେ ଆଧୁନିକ ଯୁଗରେ ଏ ବିବାହ ସମାଜକୁ କେତେ ପ୍ରଭାବିତ କରିବାରେ ସଫଳ ହେଉଛି ସମୟକୁ ଅପେକ୍ଷା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
unique-marriage-seen-in-banki-cuttack | Argus News