ମୂଷା ମୁହଁରେ ଜୟ ଜଗନ୍ନାଥ

ପୁରୀ: ସିଂହଦ୍ବାରରେ ବିରଳ ଦୃଶ୍ୟ । ମୂଷା ତୁଣ୍ଡରେ ଜୟ ଜଗନ୍ନାଥ । ମୁଣ୍ଡ ହଲେଇ ଚିଂ ଚିଂ ହୋଇ ମୂଷା କହୁଛି ଜୟ ଜଗନ୍ନାଥ । ବିଶ୍ୱାସ ହେଉନଥିଲେ ବି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଶ୍ରୀମନ୍ଦିରରେ ।
ହୁଏତ ଶୁଆ ଯଦି ଜୟ ଜଗନ୍ନାଥ କହୁଥାନ୍ତା ତେବେ ଆପଣଙ୍କୁ ଏତେ ଅଦ୍ଭୁତ ଲାଗିନଥାନ୍ତା । ଯୁବତୀ ଜଣେ ମୂଷାକୁ କହୁଛନ୍ତି ଜୟ ଜଗନ୍ନାଥ କହିବାକୁ । ଆଉ ତାପରେ ସେ କେମିତି ମୁଣ୍ଡ ହଲାଇ ଜୟ ଜଗନ୍ନାଥ କହୁଛି । ଉପସ୍ଥିତ ଥିବା ଲୋକ ବି ଆଶ୍ଚର୍ଯ୍ୟ ହେଉଛନ୍ତି । ଆଉ ମୂଷା ମୁହଁରୁ ଜଗ ଜଗନ୍ନାଥ ଶୁଣି ତାଙ୍କ ମୁହଁରୁ ବାହାରୁଛି ହେ ପ୍ରଭୁ କାଳିଆ ସବୁ ତୋ ମାୟା ।
ମହାପ୍ରଭୁଙ୍କ ମହିମା କାହାକୁ ବା ଅଛପା । ଚାରାଚର ପୃଥିବୀ ସମସ୍ତେ ତାଙ୍କରି ଚରଣରେ । ଆଉ ଏକଥା ପୁଣିଥରେ ପ୍ରମାଣିତ ହୋଇଛି ଶ୍ରୀମନ୍ଦିର ସିଂହଦ୍ୱାରରେ ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଆତୁର ଏଇ ଛୋଟିଆ ଜୀବ ମୂଷା । ଜଣଙ୍କ ନା ଗୁଲୁ ଆଉ ଜଣଙ୍କ ନା ମୁଲୁ । ଶୀତ ହେବନି ବୋଲି ଯୁବତୀ ଜଣକ ମୂଷାଙ୍କୁ ସ୍ବେଟର ବି ପିନ୍ଧାଇଛନ୍ତି ।
📱 Get Argus News App
✨ସୁଦୂର ଯାଜପୁରରୁ ଏହି ମୂଷା ହଳଟି ନିଜ ମାଲିକାଣି ସହ ଆସିଛନ୍ତି ପୁରୀ । ଯାଜପୁରର ଯୁବତୀ ଜଣକ ଏହି ମୂଷା ଦୁଇ ଜଣଙ୍କୁ ନିଜ ଛୁଆ ଭଳି ଯତ୍ନ କରି ଆସିଛନ୍ତି । ଆଉ ଏବେ ଶ୍ରୀମନ୍ଦିର ଆସିବା ବେଳେ ବି ମୂଷା ଦୁଇଟିଙ୍କୁ ସାଙ୍ଗରେ ଆଣିବାକୁ ଭୁଲି ନାହାନ୍ତି । ହେଲେ ସବୁଠାରୁ ସୁନ୍ଦର କଥା ହେଉଛି, ଯେତେବେଳେ ଯୁବତୀ ଜଣଙ୍କ ମୂଷାକୁ ଜୟ ଜଗନ୍ନାଥ କହିବା ପାଇଁ ନିର୍ଦେଶ ଦେଉଛନ୍ତି, ତତ କ୍ଷଣାତ ଚିଂ ଚିଂ ହୋଇ ମୂଷା କହୁଛି ଜୟଜଗନ୍ନାଥ ।
ଏଭଳି ବିରଳ ଦୃଶ୍ୟ ଆଗରୁ କେବେବି ଦେଖିବାକୁ ମିଳିନାହିଁ । ପୁଣି ଦେଖୁନାହାନ୍ତି ମଣିଷ ଭଳି ସିଂହଦ୍ୱାରେ କେମିତି ମୂଷା ଦୁଇଜଣ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିବା ଢଙ୍ଗରେ ନଇଁ ପଡ଼ିଛନ୍ତି ।
ସତରେ ଯାହା ତୁଣ୍ଡରେ ଜୟ ଜଗନ୍ନାଥ ନାମ ଅଛି ତାର ଆଉ କି ବା ଲୋଡ଼ା । ସତରେ କାଳିଆ ତୋ ଲୀଳା ବଡ଼ ଅଦ୍ଭୁତ ।
