Videos
|
Odisha

ପାଲିଙ୍କିରେ ପହଣ୍ଡି ହୋଇ ରଥାରୂଢ ହୋଇ ଘୋଷଯାତ୍ରାରେ ବାହାରନ୍ତି ମହାବାହୁ

Smruti Parija
Browse all articles by Smruti Parija
·2 years ago·1 min read
ପାଲିଙ୍କିରେ ପହଣ୍ଡି ହୋଇ ରଥାରୂଢ ହୋଇ ଘୋଷଯାତ୍ରାରେ ବାହାରନ୍ତି ମହାବାହୁ

ପୁରୀ: ଭିନ୍ନ ଏକ ପରମ୍ପରା । ପାଲିଙ୍କିରେ ପହଣ୍ଡି ହୋଇ ରଥାରୂଢ ହୋଇ ଘୋଷ ଯାତ୍ରାରେ ବାହାରିନ୍ତି ମହାବାହୁ । ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗାଁରେ ଭିନ୍ନ ଏକ ଢଙ୍ଗରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ଘୋଷ ଯାତ୍ରା ।  

ଶହେ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏଭଳି ଭିନ୍ନ ଢଙ୍ଗରେ ଏଠି ରଥଯାତ୍ରା ଚାଲିଆସୁଛି । ପରମ୍ପରା ଅନୁଯାୟୀ ତୁଳସୀପୁର ବ୍ରାହ୍ମଣ ଶାସନର ଗ୍ରାମବାସୀ ମାନେ ରଥ ନିର୍ମାଣ କରନ୍ତି । ଗାଁର ବହୁ ଦୂରରେ ଥିବା ବନ୍ଦେଶ୍ୱର ଗ୍ରାମରେ  ପୂଜାପାଇ ଆସୁଥିବା ପ୍ରଭୁ ଶ୍ରୀ ଗୁରୁଦେବ ଠାକୁରଙ୍କୁ ନବ ବସ୍ତ୍ର ପିନ୍ଧାଇ, ପୁଷ୍ପ, ଅଳଙ୍କାରରେ ଭୂଷିତ କରାଇଥାନ୍ତି । ତାଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲାଗି ହେବା ପରେ ଏକ ସୁସଜ୍ଜିତ ପାଲିଙ୍କିରେ ଶୋଭାଯାତ୍ରା କରି ନିଜ ଗାଁକୁ ଆଣି ରଥାରୁଢ଼ କରାଇବା ପରେ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ।


ପରମ୍ପରା ଅନୁଯାୟୀ ବାଟରେ ସ୍ଥାନୀୟ ଲୋକେ ମାନସିକ ରଖି ପାଲିଙ୍କି ଉପରେ ମହାପ୍ରଭୁଙ୍କୁ ଭୋଗ ଲାଗି କରିଥାନ୍ତି । ଡାହୁକ ଗୀତ, ଘଣ୍ଟ ମୃଦଙ୍ଗ ,ହରିବୋଲ ହୁଳହୁଳି ଶବ୍ଦରେ ରଥ ଗଡି ଶେଷରେ ଗାଁର ଆରାଧ୍ୟା ଦେବୀ ମା' କନକ ଦୂର୍ଗାଙ୍କ ମନ୍ଦିର ନିକଟରେ ପହଂଚିବା ପରେ 9 ଦିନ ରହଣି ପରେ ଗ୍ରାମବାସୀମାନେ ପୁଣି ପାଲିଙ୍କିରେ ବସାଇ ବାହୁଡା ଯାତ୍ରା କରିଥାନ୍ତି । 

କାହିଁ କେଉଁ କାଳରୁ ବ୍ରାହ୍ମଣ ସମ୍ପ୍ରଦାୟ ଲୋକଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ରଥଯାତ୍ରା ପାଇଁ 9 ଦିନ ବ୍ୟାପୀ ସ୍ଥାନୀୟ ଅଞ୍ଚଳର ଗାଁ ଗଣ୍ଡା ଉତ୍ସବମୁଖର ହୋଇପଡେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

unique-rathayatra-in-puri-nimapada-block- | Argus News