Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rathajatra;୪୦୦ ବର୍ଷ ତଳର ପରମ୍ପରା, ଦିନକ ପରେ ହୁଏ ରଥଯାତ୍ରା

Smruti Parija
Browse all articles by Smruti Parija
·1 year ago·1 min read
Rathajatra;୪୦୦ ବର୍ଷ ତଳର ପରମ୍ପରା, ଦିନକ ପରେ ହୁଏ ରଥଯାତ୍ରା

Key Points

୪୦୦ ବର୍ଷ ତଳର ପରମ୍ପରା

ରଥଯାତ୍ରାର ଦିନକ ପରେ ହୁଏ ରଥ ଟଣା

ମହିଳା ଟାଣନ୍ତି ରଥ

ନିଆରା ପରମ୍ପରା । ରଥଯାତ୍ରା ଦିନ ନୁହେଁ ଦିନକ ପରେ ହୁଏ ରଥଟଣା । ବିସ୍ୱର ସବୁ ସ୍ଥାନରେ ରଥଯାତ୍ରା ଦିନ ରଥ ଟଣା ହେଉଥିବାବେଳେ ଏଠାରେ କିନ୍ତୁ ଦିନକ ପରେ ହୁଏ । ଯାହା ଖାଲି ଏଇ ବର୍ଷେ ଦୁଇ ବର୍ଷ କଥା ନୁହେଁ 400 ବର୍ଷ ତଳର କଥା । ଆମେ କହୁଛୁ ଜୟପୁର ରଥଯାତ୍ରା କଥା । ପୁରରୁ ପଲ୍ଲୀ ସବୁଠି ଗତକାଲି ମହପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଆଉ ରଥ ଟଣା ହୋଇଥିବାବେଳେ ଏଠି କିନ୍ତୁ ଆଜି ରଥଟଣା ହୁଏ । ଗତକାଲିଠୁ ଶ୍ରୀଜୀଉମାନେ ରଥାରୂଢ ହୋଇଥିବାବେଳେ ଆଜି ରଥଟଣା ହୋଇଛି ।


ଅପରାହ୍ନ ୪ ଟାରେ ରଥ ଟଣା ଆରମ୍ଭ ହୋଇଥିଲା । ଏହି ପରମ୍ପରା ପଛରେ କିଛି କିମ୍ବଦନ୍ତୀ ରହିଛି । କିଏ କହେ ପୂର୍ବରୁ ଦୂରଦୂରାନ୍ତରୁ ଆଦିବାସୀମାନେ ରଥ ଯାତ୍ରାରେ ସାମିଲ ହୋଇପାରୁ ନଥିଲେ,ସେମାନଙ୍କର ସୁବିଧା ଦୃଷ୍ଟି କୋଣରୁ ତତକାଳୀନ ରାଜା ଏଭଳି ପ୍ରଥା ପ୍ରଚଳନ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଉ କିଏ କହେ ଜୟପୁରର ରାଜା ରଥଯାତ୍ରା ଦିନ ଛେରା ପହଁରା କଲା ବେଳେ ରାଜ ପରିବାରର କେହି ଜଣେ ମୃତ୍ୟୁ ବରଣ କରିଥିଲେ । ସେଇଥିପାଇଁ ୪୦୦ ବର୍ଷ ତଳୁ ଏହି ପରମ୍ପରା ଚାଲି ଆସିଛି । ସେ ଯାହାବି ହେଉ ରଥ ଟଣା ନିକଟରେ ଜୟପୁର ବିଧାୟକ,ତହସିଲ ଦାର, ଜୟପୁର SDPO ସମସ୍ତେ ପହଞ୍ଚି ଜଗାଙ୍କ ରଥଙ୍କୁ ପୂଜାର୍ଚ୍ଚନା ପରେ ରଥ ଟଣା ହୋଇଛି । ବଡ ରଥ ପୁରୁଷ ମାନେ ଟାଣନ୍ତି । ୧୨ବର୍ଷ ହେବ ଅନ୍ୟ ଏକ ନିଆରା ପରମ୍ପରା ମହିଳା ମାନେ ଏକ ରଥ ଟାଣୁଛନ୍ତି । ସେଇଠି କେବଳ ମହିକା ମାନେ ବେଶ ଖୁସିର ସହ ରଥ ଟାଣନ୍ତି ।

Sponsored
unique-rathayatra-of-jeypore-know-details | Argus News