Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଧାନସଭାରେ ଗୃହୀତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍-2024

Odisha

ବିଧାନସଭାରେ ଗୃହୀତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍-2024

Rashmita Mishra
Browse all articles by Rashmita Mishra
·1 year ago·1 min read
ବିଧାନସଭାରେ ଗୃହୀତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍-2024

ପ୍ରାୟ ଦୁଇ ଦଶନ୍ଦି ପରେ ଗତକାଲିଠୁ ଆଜି ସକାଳ ଯାଏଁ ଚାଲିଛି ବିଧାନସଭା। ରାତି ତମାମ ଆଲୋଚନା ପରେ ଭୋର ୪ଟା ୨୯ରେ ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲ 2024। ସାଢେ ୧୨ ଘଣ୍ଟାରେ ଆଲୋଚନା ବେଳେ ବିରୋଧୀ ଏବଂ ଶାସକ ଦଳ ଭିତରେ ହେଲା ସରଗରମ ଆଲୋଚନା। ଶେଷ ଯାଏଁ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ହେଲେ ଗୃହରେ ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଦୁଇ ମହିଳା ବିଧାୟିକା ଉପାସନା ମହାପାତ୍ର ଏବଂ ସଞ୍ଜଳି ମୁର୍ମୁ ମଧ୍ୟ ଶେଷ ଯାଏଁ ଉପସ୍ଥିତ ଥିଲେ।


ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ବିଧାୟକ ରାଜା ସ୍ବାଇଁ, ଅରୁଣ ସାହୁ, ଗଣେଶ୍ଵର ବେହେରା, ଧ୍ରୁବ ସାହୁ ବିଲ ବିରୋଧରେ ବଳିଷ୍ଠ ଯୁକ୍ତି ବଢିଥିଲେ। ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟଵଂଶୀ ସୂରଜ ମଧ୍ୟ ବିରୋଧୀଙ୍କୁ କଡା କାଉଣ୍ଟର କରିଥିଲେ। ଶାସକ ଦଳର ପ୍ରାୟ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ଥିଲେ। ବିଜେଡି ବିଧାୟକ ଅରୁଣ ସାହୁ 3 ଘଣ୍ଟାରୁ ଅଧିକ ଏବଂ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦେଢ଼ ଘଣ୍ଟାରୁ ଅଧିକ, ଗଣେଶ୍ଵର ବେହେରା ଘଣ୍ଟାଏରୁ ଅଧିକ ସମୟ ଧରି ନିଜର ଯୁକ୍ତି ରଖିଥିଲେ। ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁର୍ଯ୍ୟଵଂଶୀ ସୂରଜ ମଧ୍ୟ ଘଣ୍ଟାଏରୁ ଅଧିକ ସମୟ ଧରି କାଉଣ୍ଟର କରିଥିଲେ। ସାଢେ 12 ଘଣ୍ଟା ଧରି ବହୁ ଯୁକ୍ତି ତର୍କ ଏବଂ ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ 2024 ପାରିତ ହୋଇଛି। ଭୋର ସମୟରେ ଓଡିଶା ପ୍ରତି ଶିକ୍ଷାର ସୂର୍ଯ୍ୟଦୋୟ ହେବ ବୋଲି କହିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
university-amendment-bill-2024-passed-in-the-assembly | Argus News