ପଛରୁ ଧକ୍କା ଦେଲା ଅଜଣା ଗାଡି, ଚଳନ୍ତା କାର୍ରେ ଲାଗିଲା ନିଆଁ

Key Points
ଚଳନ୍ତା କାର ରେ ଲାଗିଲା ନିଆଁ ଅଳ୍ପକେ ବାର୍ତିଲେ ଡ୍ରାଇଭର , ନବରଙ୍ଗପୁର ଜିଲ୍ଲା ଡାବୁଗାଁ-ଉମରକୋଟ ମୁଖ୍ୟରାସ୍ତା ଡାବୁଗାଁ ଆଦର୍ଶ ବିଦ୍ୟାଳୟ ପାଖରେ ଏକ ଚଳନ୍ତା କାର ରେ ନିଆଁ ଲାଗିଯାଇଥିଲା ।
ଚଳନ୍ତା କାର ରେ ଲାଗିଲା ନିଆଁ ଅଳ୍ପକେ ବାର୍ତିଲେ ଡ୍ରାଇଭର , ନବରଙ୍ଗପୁର ଜିଲ୍ଲା ଡାବୁଗାଁ-ଉମରକୋଟ ମୁଖ୍ୟରାସ୍ତା ଡାବୁଗାଁ ଆଦର୍ଶ ବିଦ୍ୟାଳୟ ପାଖରେ ଏକ ଚଳନ୍ତା କାର ରେ ନିଆଁ ଲାଗିଯାଇଥିଲା । କାର ଚଲାଉଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ । ସୁଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର ବଡପଡ଼ା ଗ୍ରାମର ବିନୋଦ ଙ୍କ ଜ୍ବାଇଁ ଶିବ ସୁନା ବିନୋଦ ଙ୍କ କାର ନଂ ଓଡ଼ି ୦୮ଭି ୩୮୧୬ ଯୋଗେ କୌଣସି କାମରେ ରାଇଘର ଜାଇ ନବରଙ୍ଗପୁର ଫେରୁଥିବା ସମୟରେ ଡାବୁଗାଁ ସ୍ଥିତ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ଅଜଣା ଗାଡି କୁ ପଛପଟୁ ଧକ୍କା ଦେଇଥିଲେ ଫଳରେ କାର ରେ ନିଆଁ ଲାଗିଥିଲା ।
ନିଆଁ ଲାଗିବା ଦେଖି କାର ଚଳାଉଥିବା ଶିବ କାର ରୁ ବହାରିଆସିଥିଲେ । ପରେ ଡାବୁଗାଁ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ଏନେଇ ଥାନାରେ ଏତଲା ଦେଇଛନ୍ତି ଡ୍ରାଇଭର ।