Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଢେଇଗୁଡାକୁ ସଂଯୋଗ ହୋଇପାରୁନି ପକ୍କାରାସ୍ତା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପଢେଇଗୁଡାକୁ ସଂଯୋଗ ହୋଇପାରୁନି ପକ୍କାରାସ୍ତା

Key Points

ପାହାଡ ରାସ୍ତା ଚଢ଼ି ପାରୁନି ବିକାଶ
ପଢେଇଗୁଡାକୁ ସଂଯୋଗ ହୋଇ ପାରୁନି ପକ୍କାରାସ୍ତା
ପହାଡ ଉପରେ କଟୁଛି ଅଭିଶପ୍ତ ଜୀବନ

ନା ଅଛି ରାସ୍ତା, ନା ମିଳୁଛି ପାଣି
ଶିକ୍ଷା, ସ୍ବାସ୍ଥ୍ୟ, ଆବାସରୁ ବଞ୍ଚିତ ପଢେଇଗୁଡାବାସୀ

ବୋରିଗୁମ୍ମା କାଠରଗଡ଼ା ପଞ୍ଚାୟତର ପଢେଇଗୁଡା । ପଞ୍ଚାୟତ ସଦର ମୋହକୁମ୍ମା ଠାରୁ ୭ କିମି ଦୂରରେ ଅବସ୍ଥିତ ଗାଁ। ଗାଁକୁ ଯିବାକୁ ହେଲେ ରଜାପୁଟ ଠାରୁ ଦୁଇ ପଟେ ଘଞ୍ଚ ଜଙ୍ଗଲ ମଝିରେ ଅଙ୍କା ବଙ୍କା ସଂକୀନ୍ନ ପଥରିଆ ପଦଚଲା ରାସ୍ତା ରେ ତିନିଟି ପାହାଡ଼ ଅତିକ୍ରମ କରିବା ପରେ ପଡେ ପଢେଇଗୁଡା । ସ୍ୱାଧିନତାର ୭୭ବର୍ଷ ପରେ ବି ଏଠି ବିକାଶ ତ ଦୁରର କଥା ମୌଳିକ ସମସ୍ୟାର ସମାଧାନ ହୋଇ ପାରିନି। ଗାଁରେ ୩୦ପରିବାର ୧୫୦ ରୁ ଉର୍ଦ୍ଧ ସଦସ୍ୟ ବସବାସ କରୁଛନ୍ତି। ଯେଉଁ ମାନଙ୍କ ପାଇଁ ପାଦଚଲା ସଂକୀର୍ଣ୍ଣ ଜଙ୍ଗଲୀ ପଥରିଆ ରାସ୍ତା ହିଁ ଗମନାଗମନର ମାଧ୍ୟମ। ସ୍କୁଲ ପିଲା ଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଏହି ପଥୁରିଆ ରାସ୍ତାରେ ୪କିମି ଯିବାଆସିବା କରୁଛନ୍ତି।

ସରକାଙ୍କ ଆଭାସ ଯୋଜନାରେ କିଛି ପରିବାର ଘର ପାଇଥିବା ବେଳେ ଅଧିକାଂଶ ପରିବାର ଘର ପାଇ ନାହାନ୍ତି। ଗାଁ କୁ ରାସ୍ତା, ସଂଯୋଗ ହୋଇ ନଥିବାରୁ ଏଠି ସରକାରୀ ଯୋଜନା ପହଞ୍ଚି ପାରୁନି।କିଛି ହିତାଧିକାରୀ ପ୍ରଧାନ ମନ୍ତ୍ରୀ ଆଭାସ ଯୋଜନାରେ ଘର ପାଇଥିଲେ ବି ଘର ନିର୍ମାଣ ପାଇଁ ବାଲି ରଡ଼ ଓ ସିମେଣ୍ଟ ନେଇ ପାରୁ ନାହାନ୍ତି ଏଣୁ ସମସ୍ତ ଘର ନିର୍ମାଣ କାର୍ଯ୍ୟ ହୋଇ ପାରିନୀ। ସେପଟେ ୨୦୧୭-୧୮ ଆର୍ଥିକ ବର୍ଷରେ ରଜାପୁଟ ଠାରୁ ପଢେଇଗୁଡ଼ା ପାହାଡ଼ ରାସ୍ତାର କିଛି ସ୍ଥାନରେ ଘାଟି କଟିଙ୍ଗ କରି ନିଜ ଦାଇତ୍ୱରୁ ମୁକୁଳି ଯାଇଛି ବ୍ଲକ ପ୍ରଶାସନ।

ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ଆବସ୍ୟକୀୟ ବ୍ୟବସ୍ଥା ହୋଇନି। ବହୁ ବର୍ଷତଲର ଏକ ନଳକୂପ ରହିଛି ମାତ୍ର ସେଥିରୁ ପାଣି ବାହାରୁନି। ଗାଁରେ ଥିବା ଦୁଇଟି କୂଅର ପାଣିକୁ ବ୍ୟବହାର କରନ୍ତି ଗ୍ରାମବାସୀ। ମାତ୍ର ଖରାଦିନେ କୂଅ ବି ସୁଖୀ ଯାଏ। ଫଳରେ ଝରଣା କିମ୍ବା ଚୁଆଁ ପାଣି ହିଁ ଏମାନଙ୍କର ଭରସା । ଗାଁରେ ଅଙ୍ଗନୱାଡି କେନ୍ଦ୍ରଟିଏ ନାହିଁ। ଫଳରେ କୁନିକୁନି ଶିଶୁ ଓ ଗର୍ଭବତୀ ମହିଳାମାନେ ପୃଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି l


ଗାଁରେ ଥିବା ଗୋଟିଏ ସ୍କୁଲ ମଧ୍ୟ ଦୁଇ ବର୍ଷ ହେବ ବନ୍ଦ ହୋଇ ଯାଇଛି। ଏବେ ପ୍ରାୟ ୮ କିମି ଦୂରରେ ଥିବା ହରଡ଼ାଗୁଡା ସେବାଶ୍ରମ କିମ୍ବା ଚମ୍ପାପଦର ସ୍କୁଲ ଛାତ୍ରଛାତ୍ରୀଙ୍କ ଏକମାତ୍ର ଭରସା। ଗାଁରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ଶିକ୍ଷା ର ଅଭାବ କାରଣରୁ ଏମାନଙ୍କ ଭାଷା ଗତ ସମସ୍ୟା ସବୁ ବେଳେ ଉପୁଜେ l ପ୍ରକୃତିର କୋଳରେ ବିତୁଛି ଅଭିଶପ୍ତ ଜୀବନ। ନା ଏଠି ଖଣ୍ଡିଏ ରାସ୍ତାର ସୁବିଧା ଅଛି । ଭସଦତ୫୪ଡ଼'କପମ୨ନା ପାନୀୟ ଜଳର ସୁବିଧା ହେଇଛି। ଜୀବନ ଜୀଇବା ପାଇଁ କୌଣସି ଜୀବିକା ବି ନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
unpaved-road-not-connecting-to-padheiguda | Argus News