DAMS / ଅସୁରକ୍ଷିତ ଅବସ୍ଥାରେ କୋରାପୁଟ ଜିଲ୍ଲା ର ମାଳମାଳ ଡ୍ୟାମ୍ ଅଞ୍ଚଳ
·6 months ago·2 min read

Key Points
ଭଗବାନ ଭରସାରେ ଏବେ କୋରାପୁଟ ଜିଲ୍ଲାର ମାଳମାଳ ଡ୍ୟାମ୍ ଅଞ୍ଚଳ
ଅସୁରକ୍ଷିତ ଅବସ୍ଥାରେ କୋରାପୁଟ ଜିଲ୍ଲାର ମାଳମାଳ ଡ୍ୟାମ୍ ଅଞ୍ଚଳ
ବିପଦରେ ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ବାସିନ୍ଦା ଙ୍କ ଜୀବନ

ଅସୁରକ୍ଷିତ ଅବସ୍ଥାରେ କୋରାପୁଟ ଜିଲ୍ଲାର ମାଳମାଳ ଡ୍ୟାମ୍ ଅଞ୍ଚଳ | ବିପଦରେ ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ | ବର୍ତ୍ତମାନ ଟେଣ୍ଡର ଅବଧି ସରିବା ପରେ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ଦୀର୍ଘଦିନ ହେଲା ଖୋଲାମେଲାରେ ରହିଛି ଏହି ସମସ୍ତ ଡ୍ୟାମ୍। ରୋଜଗାରରୁ ବଞ୍ଚିତ ସୁରକ୍ଷା କର୍ମୀ | ଭଗବାନ ଭରସାରେ କୋଟିକୋଟି ଟଙ୍କାର ଯନ୍ତ୍ରାଂସ।
କୋରାପୁଟ ଜିଲାରେ ରହିଛି କୋଲାବ,ସତିଗୁଡା ସମେତ ତେଲେଙ୍ଗିରି ଭଳି ବିରାଟ ଜଳଭଣ୍ଡାର। ବର୍ତମାନ ଟେଣ୍ଡର ଅବଧି ସରିବା ପରେ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ଦୀର୍ଘ ଦିନ ହେଲା ଖୋଲାମେଲାରେ ରହିଛି ଏହି ସମସ୍ତ ଡ୍ୟାମ୍। ଏଥିଯୋଗୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ଡ୍ୟାମ ଦେଇ ରାତିରେ ଯିବା ଆସିବା କରିବାକୁ ଲୋକେ ଭୟ କରୁଛନ୍ତି , ତା ସହିତ ବର୍ତ୍ତମାନର ରକ୍ଷଣାବେକ୍ଷଣ ଅଭାବରୁ ପର୍ଯ୍ୟଟକଙ୍କ ପାଇଁ କରାଯାଇଥିବା ସମସ୍ତ ଯୋଜନା ଏବେ ଖତ ଖାଉଛି କେଉଁଠି ଘାସଲତା, ତ ଆଉ କେଉଁଠି ୱାଚ ଟାୱାରର ଲାଇଟ ଝୁଲା ଅବସ୍ଥାରେ ରହିଛି । ଖାଲି ଏତିକି ନୁହେ ବର୍ତ୍ତମାନ ଏହି 3 ଟି ଯାକ ପ୍ରକଳ୍ପ ସୁରକ୍ଷାରେ ନିୟୋଜିତ ଥିବା ପ୍ରାୟ 60 ରୁ ଅଧିକା କର୍ମଚାରୀ ଏବେ ରୋଜାଗାର ହରାଇ ଦିଗହରା ହୋଇ ରହିଛନ୍ତି | ବିଶାଳ ଜଳ ଭଣ୍ଡାରରେ ଦୁର୍ଘଟଣାର ଭୟ ସହିତ କୋଟି କୋଟି ଟଙ୍କାର ଯନ୍ତ୍ରାଂସ ବି ଚୋରୀ ହୋଇଯିବାର ଭୟ ରହିଛି, ଯଦି ଆଗାମୀ ଦିନରେ ଏଠି କୌଣସି ଘଟଣା ଦୁର୍ଘଟଣା ହୁଏ ତେବେ ଏଥିପ୍ରତି ଦାୟୀ କିଏ ବୋଲି ସ୍ଥାନୀୟ ଲୋକେ ମତପ୍ରକାଶ କରିଛନ୍ତି |
ସବୁ ଜଳଭଣ୍ଡାରର ସୁରକ୍ଷା ଯୋଗାଇଦେବା ପାଇଁ ପ୍ରତିବର୍ଷ ଟେଣ୍ଡର ଆହ୍ଵାନ କରାଯାଉଛି ଓ ଯୋଉ ସଂସ୍ଥା ଏହି ଟେଣ୍ଡର ପାଉଛି ସେହି ସଂସ୍ଥା ସୁରକ୍ଷା ପାଇଁ କର୍ମଚାରୀ ଯୋଗାଉଛି | ବର୍ତ୍ତମାନ ତାହାର ଅବଧି ସରିଯାଇଛି ଆଉ ବର୍ତ୍ତମାନ ସରକାରଙ୍କ ଫାଇନାନ୍ସ ଡିପାର୍ଟମେଣ୍ଟ ତରଫରୁ ଆମକୁ ନିର୍ଦ୍ଦେଶ ଦିଆଯାଇଛି ଯଦି ଆଗାମୀ ଦିନରେ କୌଣସି ପ୍ରକାର ସୁରକ୍ଷା ଯୋଗାଉଥିବା ସଂସ୍ଥାକୁ ସୁରକ୍ଷା ବାବଦରେ ଟେଣ୍ଡର ଆହ୍ଵାନ କରାଯାଏ ତେବେ ପ୍ରଥମେ ଫାଇନାନ୍ସ ଡିପାର୍ଟମେଣ୍ଟରୁ ପୂର୍ବରୁ ଅନୁମତି ନେବେ ଯଦି ଅନୁମତି ମିଳିବ ତେବେ ଆପଣ ଟେଣ୍ଡର ଆହ୍ଵାନ କରିବେ | ଏଥିରେ ଜଳସେଚନ ବିଭାଗର କୌଣସି ଭୂମିକା ନାହିଁ। ସରକାର ଦେଲେ ଆମେ ଦେବୁ ଆଉ ଆମେ କାହାକୁ ବାହାର କରିନୁ ସମସ୍ତ ସୁରକ୍ଷା କର୍ମୀଙ୍କୁ ତାଙ୍କ ସଂସ୍ଥା ବାହାର କରିଛି | ଆଉ ବର୍ତ୍ତମାନ ଆମର ଅନ୍ୟ କର୍ମଚାରୀଙ୍କୁ ଆମେ ନେଇ ଆମ କାମ ଚଲାଉଛୁ ଆଉ ଆମ ପ୍ରକଳ୍ପ ବି ଏବେ ସୁରକ୍ଷା ନଥିବାରୁ ବିପଦରେ ବୋଲି କହିଛନ୍ତି କୋଲାବ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଯୁଗଲ କିଶୋର ଖଟୁଆ ।
ବର୍ତ୍ତମାନ ସବୁଠାରୁ ପ୍ରଶ୍ନ- ଆଉ କେତେଦିନ ଏମିତି ଅସୁରକ୍ଷିତ ଅବସ୍ଥାରେ ପଡି ରହିବ ଏହି ସବୁ ଜଳ ଭଣ୍ଡାର? ଆଉ କେତେଦିନ ନିଜ ପେଟପାଟଣାରୁ ବଞ୍ଚିତ ରହିବେ ସୁରକ୍ଷା କର୍ମୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories