Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅସୁରକ୍ଷିତ ଭଙ୍ଗା ଘରେ ହେଉଛି ପାଠପଢ଼ା

Banajyotshna Ray
Browse all articles by Banajyotshna Ray
·10 months ago·2 min read
ଅସୁରକ୍ଷିତ ଭଙ୍ଗା ଘରେ ହେଉଛି ପାଠପଢ଼ା

Key Points

ଉପାନ୍ତରେ ଶିକ୍ଷାର ବିକଳ ଚିତ୍ର
ବାରଣ୍ଡାରେ ଭବିଷ୍ୟତ
ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ପଞ୍ଚମ
ଅସୁରକ୍ଷିତ ଭଙ୍ଗା ଘରେ ହେଉଛି ପାଠପଢ଼ା

ଗୋଟିଏ ଚିତ୍ରରେ ଗୋଟିଏ ଶ୍ରେଣୀ ଗୃହରେ ଦୁଇଜଣ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ଓ ଅନ୍ୟ ଚିତ୍ରରେ ବିଦ୍ୟାଳୟ ବାରଣ୍ଡାରେ ପାଠପଢା ଚାଲିଛି। ଏ ଦୁଇଟି ଚିତ୍ର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ଫାନିଆ ପଞ୍ଚାୟତ ଗୌଡୁଣିଡୁଭା ପ୍ରାଥମିକ ବିଦ୍ୟାଳୟ ଓ କାଣିମୋହୁଲି ପଞ୍ଚାୟତ ଖମାରୀ ପ୍ରାଥମିକ ବିଦ୍ୟାଳୟର। ଗୌଡୁଣିଡୁଭା ପ୍ରାଥମିକ ବିଦ୍ୟାଳୟ । କିପରି ଚାଲିଛି ଶିକ୍ଷାଦାନ। ଭଙ୍ଗା ଘର, ଶ୍ରେଣୀ ଗୃହ ମଧ୍ୟରେ ବର୍ଷା ଦିନେ ପାଣି ଅହ ରହ ଝରିଚାଲିଛି। ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ପଞ୍ଚମ। ପୁରୁଣା ବିଦ୍ୟାଳୟଟି ସମ୍ପୂର୍ଣ ଭାଙ୍ଗି ଯିବା ଫଳରେ ଶ୍ରେଣୀ ଗୃହର ଅଭାବ ଯୋଗୁଁ ଯେଉଁ କୋଠରୀରେ Dଫିସ ସେଇ କୋଠରୀ ମଧ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ପାଠପଢ଼ୁଛନ୍ତି । ରୋଷେଇ ଘର ନ ଥିବାରୁ ପୁରୁଣା ଭଙ୍ଗା ଘରେ ବିପଦ ସଙ୍କୁଳ ଭାବେ ରୋଷେଇ ହୁଏ। ଆଉ ଏକ ବଡ଼ ସମସ୍ୟା ଏହି ବିଦ୍ୟାଳୟରେ ଅସୁସ୍ଥ ପରିବେଶ ପାଇଁ ମ୍ୟାଲେରିଆ ସଂକ୍ରାନ୍ତରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଫଳରେ ବିଦ୍ୟାଳୟରୁ ମୁହଁ ମୋଡୁଛନ୍ତି ଛାତ୍ର ଛାତ୍ରୀ।

ଖମାରୀ ପ୍ରାଥମିକ ବିଦ୍ୟାଳୟର ଦେଖନ୍ତୁ କିଭଳି ଗୋଟିଏ ଛୋଟ ରୁମ୍ ରେ ପାଞ୍ଚଟି ଶ୍ରେଣୀର ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ଶ୍ରେଣୀଗୃହ ଅଭାବରୁ ଏଠାରେ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କ ଭ୍ୟବିଶ୍ୟତ ଗଢା ହେଉଛି। ଶ୍ରେଣୀଗୃହ ଫାଟିଗଲାଣି , ଭଙ୍ଗା ଘରେ ବିପଦପୂର୍ଣ୍ଣ ଭାବେ ଛାତ୍ର ଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି। ଥରେ ଅଫିସ ଉପରେ ନଜର ପକାନ୍ତୁ, କିଭଳି ଭଙ୍ଗା ପୁରୁଣା ଏଜବେଷ୍ଟର ଘର ସାଜିଛି ଅଫିସ। ସମ୍ପୂର୍ଣ୍ଣ ଘରର କାନ୍ଥ ଫାଟିଗଲାଣି, ଚଟାଣ ଉଠିଗଲାଣି, ଘର ଭିତରେ ଦିନରେ ସୂର୍ଯ୍ୟ ଦେଖାଯାଉଛି। କେତେବେଳେ ଅଫିସ ଭୁଶୁଡ଼ି ପଡ଼ିବ କହିହେବନି। ଏହି ଭଙ୍ଗା ଅଫିସ ବାରଣ୍ଡା ସାଜିଛି ଶ୍ରେଣୀ ଗୃହ। । ରୋଷେଇ ଘର ଅବସ୍ଥା ନ କହିବା ଭଲ, ଭଙ୍ଗା ଏଜବେଷ୍ଟର ଘରେ ରୋଷେଇ ହେଉଛି । ବର୍ଷାଦିନେ ପାଣି ଭର୍ତ୍ତି ହୋଇଯାଏ ରୋଷେଇ ଘର ଭିତରେ।

ଗତ ୨୪ବର୍ଷ ଏକଛତ୍ରବାଦ ବିଜେଡ଼ି ସରକାର ଆଖିରେ ବନ୍ଧା ଥିଲା ଅନ୍ଧ ପୁଟୁଳି, ତେଣୁ ୨୪ବର୍ଷ ଶାସନରେ ମଧ୍ୟ ଶିକ୍ଷାର ବ୍ୟବସ୍ଥା ସୁଧୁରି ପାରିଲାନି । ସତରେ କଣ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଭ୍ୟବିଶ୍ଵତ ଅନ୍ଧାରକୁ ଠେଲି ହୋଇଯିବ, ଉଚ୍ଚ ଶିକ୍ଷା ଲାଭ କରି ସମାଜ ପାଇଁ କିଛି କରିବାର ସ୍ବପ୍ନ କଣ ମଉଳି ଯିବ ତାହା ବଡ଼ ପ୍ରଶ୍ନ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Unsafe Dilapidated Buildings Used for Education in Odisha | Argus News | Argus News