ଅଦିନିଆ ବର୍ଷାରେ ଭିଜିଲା ଧାନ ଫସଲ, ଚିନ୍ତାରେ ଚାଷୀ
·1 year ago·1 min read

Key Points
ଅଦିନିଆ ବର୍ଷାରେ ଭିଜିଲା ଧାନ ଫସଲ । ଚିନ୍ତାରେ ଭାତହାଣ୍ଡିର ଚାଷୀ
ଅଦିନିଆ ବର୍ଷାରେ ଭିଜିଲା ଧାନ ଫସଲ । ଚିନ୍ତାରେ ଭାତହାଣ୍ଡିର ଚାଷୀ । ବରଗଡ଼ ଜିଲ୍ଲାରେ ଗତକାଲି ବର୍ଷା ହେବା ଯୋଗୁଁ ବରପାଲି, ଭଟଲୀ, ବରଗଡ଼, ଭେଡେନ ଓ ଅତାବିରା ଅଞ୍ଚଳର ଧାନ ଭିଜି ନଷ୍ଟ ହୋଇଛି । ଧାନ ବିକ୍ରି ପୂର୍ବରୁ ରାସ୍ତାକଡ଼ରେ ଓ ଖଳାରେ ଧାନ ଶୁଖାଇ ଥିଲେ ଚାଷୀ । ହେଲେ ହଠାତ୍ ବର୍ଷା ଚାଷୀଙ୍କ ମୁଣ୍ଡରେ ଅକାଳ ଚଡକ ସଦୃଶ୍ୟ ମାଡ଼ି ଆସିଛି । ପାଣିରେ ଭାସୁଛି ଚାଷୀର କଷ୍ଟ ଉପାର୍ଜିତ ଧାନ ।
ଅନେକ ଚାଷୀଙ୍କ ଧାନ ଏବେ ମଧ୍ୟ ବିଲରେ ପଡ଼ି ରହିଛି । ଯାହା ବର୍ଷାରେ ଭିଜି ଗଜା ହେବାର ସମ୍ଭାବନା ହୋଇଛି । ଆଗକୁ ଆହୁରି ବର୍ଷା ଥିବାବେଳେ ଚାଷୀ ମୁଣ୍ଡରେ ଚଡକ ପଡିଛି। ଚାଷୀର ବର୍ଷକର ସ୍ୱପ୍ନ ଧୂଳିସାତ୍। ଯଦି ବର୍ଷା ଆଗକୁ ପରିସ୍ଥିତି ଲାଗି ରୁହେ, ତେବେ ସବୁ କ୍ଷେତ ନଷ୍ଟ ହୋଇଯାଏ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: