ସାପ କାମୁଡ଼ାରେ ଭାଇଭଉଣୀଙ୍କ ଅକାଳ ମୃତ୍ୟୁ
·1 year ago

Key Points
ବଲାଙ୍ଗିର ସହର ମାଲଗୋଦାମ ପଡାରେ ଘଟିଛି ଏକ ଅଭାବନୀୟ ଘଟଣା
ଅବଦୁଲ ରେହେମାନଙ୍କ ଦୁଇ ପୁଅ ଝିଅଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି
ଘରେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି
ବଲାଙ୍ଗିର ସହର ମାଲଗୋଦାମ ପଡାରେ ଘଟିଛି ଏକ ଅଭାବନୀୟ ଘଟଣା। ମାଲଗୋଦାମ ପଡା ଅବଦୁଲ ରେହେମାନଙ୍କ ଦୁଇ ପୁଅ ଝିଅଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି। ଉଭୟଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଅଣାଯାଇଥିଲା।
କିନ୍ତୁ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ ସାପ କାମୁଡିଛି ତାହା ସ୍ପଷ୍ଟ ହୋଇନାହିଁ। ଉଭୟ ଭାଇ ଭଉଣୀଙ୍କ ମୃତ୍ୟୁରେ ଘର କାନ୍ଦ ବୋବାଳିରେ ଫାଟି ପଡ଼ିଛି। ଚାରଆଡେ ଶୋକର ଛାୟା ଖେଳିଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: