Videos
|
Odisha

Bus / ବ୍ୟବହାର ହେଉନି ପଡିରହିଛି ଅତ୍ୟାଧୁନିକ ବସ୍‌

Banajyotshna Ray
Browse all articles by Banajyotshna Ray
·9 months ago·2 min read
ବ୍ୟବହାର ହେଉନି ପଡିରହିଛି ଅତ୍ୟାଧୁନିକ ବସ୍‌

Key Points

ଖତ ଖାଉଛି କୋଟିଏ ଟଙ୍କା
ବାଲେଶ୍ୱରରେ ଖତ ଖାଉଛି ସିଟି ବସ୍‌
ବ୍ୟବହାର ହେଉନି ପଡିରହିଛି ଅତ୍ୟାଧୁନିକ ବସ
ବ୍ୟବହାର ହେଉନି ପଡିରହିଛି ଅତ୍ୟାଧୁନିକ ବସ 'ସରକାର କା ମାଲ ଦରିଆମେ ଡାଲ' ଏହି ଭିତ୍ତିରେ ଏବେ ଖତ ଖାଉଛି ଲୋକଙ୍କ ସେବା ପାଇଁ ଆସିଥିବା ଇ-ବସ। ମାସେ ଧରି ଆର୍ଟିଓ ଅଫିସରେ ପଡ଼ି ରହିଛି ୬ଟି ଇ ବସ । ଲୋକଙ୍କ ପାଇଁ ଆସିଥିବା ବସ ଏବେ ଆସୁନି ଲୋକଙ୍କ କାମରେ । ସହରବାସୀଙ୍କୁ ଉତ୍ତମ ବସ୍ ସେବା ଯୋଗାଇ ଦେବା ପାଇଁ ବାଲେଶ୍ବର-ଭଦ୍ରକ ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ପକ୍ଷରୁ ଇ-ବସ୍ ସେବା ଆରମ୍ଭ କରାଯାଇଥିଲା। ମାତ୍ର ଜିଲ୍ଲା ମୋଟର ଆସୋସିଏସନ ଓ ବାଲେଶ୍ୱର ମ୍ୟୁନିସିପାଲିଟି ପକ୍ଷରୁ ବୁଝାମଣାର ସମନ୍ୱୟ ନରହିବା ଫଳରେ ଗତ ଅକ୍ଟୋବର ୨ ତାରିଖରୁ ସହରରେ ଏହି ସେବା ବନ୍ଦ ରହିଛି। ଫଳରେ ସହରବାସୀ ଟାଉନ ବସ୍ ସେବାରୁ ବଞ୍ଚିତ ହେଉଛନ୍ତି।

ସାଧାରଣ ଲୋକମାନେ ଯାତାୟତରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଯାହାକୁ ଦୃଷ୍ଟି ରଖି ଇ ବସ୍‌ ସେବା ଆରମ୍ଭ ହୋଇଥିଲା। ହେଲେ ଏହି ବସ୍‌ ବର୍ତ୍ତମାନ ପଡ଼ିରହିଛି। ଲୋକଙ୍କ କାମରେ ତ ଆସୁନାହିଁ, କିନ୍ତୁ ପଡ଼ି ରହି ରହି ଖତ ଖାଇଲାଣି ବସ୍‌। କିନ୍ତୁ ପ୍ରଶ୍ନ ଉଠୁଛି କି ଅସୁବିଧା କେଉଁଠି ରହିଲା, କାହିଁକି ଲୋକଙ୍କ କାମରେ ଆସିପାରିଲା ନାହିଁ ବସ୍‌। ବିଜେଡି ସରକାର ଥିବାବେଳେ ଭିନ୍ନ ଭିନ୍ନ ଆଳ ଦେଖାଇ ରାଜ୍ୟ ରାଜକୋଷରୁ ଟଙ୍କା ଖର୍ଚ୍ଚ କରିଥିଲେ। ଯାହାର ଫଳ ସ୍ୱରୂପ ଆଜି ପଡ଼ିରହିଛି ଅନେକ ବସ୍‌। 

ଏଥିସହ ପଢ଼ନ୍ତୁ: ଗବେଷଣା 'ଭୋକାଲ୍ ଫର୍ ଲୋକାଲ୍' ସହ ପାରମ୍ପରିକତା ଓ ପ୍ରଯୁକ୍ତି ବିଦ୍ୟାର ସମନ୍ୱୟ ଅଭିମୁଖୀ ହେବା ଆବଶ୍ୟକ

ଦୁଇଟି ପର୍ଯ୍ୟାୟରେ ଆସିଥିଲା ୯ ଟି ଇ-ବସ୍ । ୩୪ ସିଟ୍ ବିଶିଷ୍ଟ ବସ୍‌ର ମୂଲ୍ୟ ୧.୧୦ କୋଟି ଟଙ୍କା ରହିଥିଲା ଏନେଇ ମୋଟର ଆସୋସିଏସନ ଓ ମ୍ୟୁନିସିପାଲିଟି ମଧ୍ୟରେ ଚୁକ୍ତି ହୋଇଥିଲା ଓ ଆସୋସିଏସନକୁ ୬ ଟି ବସ୍ ଚଳାଇବାକୁ ଦିଆଯାଇଥିଲା । ଚୁକ୍ତି ମୁତାବକ ପ୍ରତି ବସ୍ ପିଛା ୧ ଲକ୍ଷ ଟଙ୍କା ହିସାବରେ ୬ ଲକ୍ଷ ଟଙ୍କା ବାଲେଶ୍ଵର ମଟର ଆସୋସିଏସନ ସିକ୍ୟୁରିଟି ଆକାରରେ ମ୍ୟୁନିସିପାଲିଟିକୁ ଦେଇଥିଲା। ମାତ୍ର ଅକ୍ଟୋବର ୨ ତାରିଖରୁ ଏହି ସେବା ବନ୍ଦ ହୋଇଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫଳରେ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଥାରେ ଅଛି ସରକାର କା ମାଲ୍ ଦରିଆ ମେଁ ଡାଲ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଏହି ଚିତ୍ର । କୋଟି କୋଟି ଟଙ୍କାରେ ବାଲେଶ୍ବରବାସୀଙ୍କ ପାଇଁ କିଣା ଯାଇଥିବା ଇ ବସ ଏବେ ଖତ ଖାଇବାକୁ ବସିଲାଣି। ତେବେ ଦେଖିବାକୁ ବାକି ରହିଲା କେବେ ଗଡିବ ବାଲେଶ୍ବର ସହରରେ ଇ ବସ। ତେବେ ଏବେବି ସାଧାରଣ ଲୋକମାନେ ଯାତାୟତରେ ଅସୁବିଧା ଭୋଗୁଛନ୍ତି। ସେମାନଙ୍କ ସୁବିଧା ପାଇଁ କେବେ ଗଡିବ ଏହି ସମସ୍ତ ବସ୍‌ ତାକୁ ହିଁ ଅପେକ୍ଷା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
​​​​​

Related Topics

Explore more stories

Bus | Modern Buses Left Unused Despite Huge Investment | Argus News | Argus News