Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SPEED 10; ସଂକ୍ଷେପରେ ପଢନ୍ତୁ ଦିନର ବଡ ଖବର

Smruti Parija
Browse all articles by Smruti Parija
·1 year ago·2 min read
SPEED 10; ସଂକ୍ଷେପରେ ପଢନ୍ତୁ ଦିନର ବଡ ଖବର
  • ଯୁକ୍ତ ୨ ପରୀକ୍ଷା ପାଇଁ ଆନୁମାନିକ ତାରିଖ ଧାର୍ଯ୍ୟ... ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା...ଫେବୃଆରୀ ୧୫ ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ହୋଇପାରେ ମେନ୍ ପରୀକ୍ଷା... ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ... ଜାନୁଆରୀ ୨ରୁ ୧୨ ତାରିଖ ଯାଏଁ ପ୍ରାକ୍ଟିକାଲ୍ ... ପରୀକ୍ଷାର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ 
  • ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ପ୍ରତିକ୍ରିୟା...ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ । ଯେତେବେଳେ କିଛି ଲୋକଙ୍କ ମନରେ ହତାଶ ଭାବ ଆସିଯାଏ, ଯେଉଁମାନେ ଅଗଣତାନ୍ତ୍ରିକ, ଯେଉଁ ମାନେ ପରାଜୟକୁ ସ୍ବୀକାର କରି ପାରୁନାହାନ୍ତି, ସେମାନେ ଏଭଳି ମନ୍ତବ୍ୟ ଦେଉଛନ୍ତି କହିଲେ ଧର୍ମେନ୍ଦ୍ର
  •  ସହିଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ...ଆଗାମୀ ଦିନରେ ସରକାରୀସ୍ତରରେ ରାଜ୍ୟସ୍ତରୀୟ ବାଜି ରାଉତ ଜୟନ୍ତୀ ପାଳନ ହେବ...ଓଡ଼ିଶାର ସର୍ବ କନିଷ୍ଠ ବରପୁତ୍ର ହିସାବରେ ତାଙ୍କର ତ୍ୟାଗ, ବଳିଦାନ ଓ ସଂଘର୍ଷକୁ ସମ୍ମାନ ଜଣାଇବା ପାଇଁ ହେବ କାର୍ଯ୍ୟକ୍ରମ
  • କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା...କେବଳ ପରିବେଶ ଅନୁକୂଳ ବାଣ ବ୍ୟବହାର ପାଇଁ ଆଡଭୋକେଟ କମିଟିର ପ୍ରସ୍ତାବ...ରାବଣ ପୋଡ଼ି ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାରର ବ୍ୟବସ୍ଥା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  •  ଏନ୍ଆଇଏର ବଡ଼ ଆକ୍ସନ୍ ...ଟେରର୍ ଫଣ୍ଡିଂ ମାମଲାରେ ଦିଲ୍ଲୀ, ୟୁପି, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର ସମେତ ୫ ରାଜ୍ୟରେ ତଲାସି ଜାରି ...ଏହି ସମସ୍ତ ରାଜ୍ୟର ୨୨ଟି ଲୋକେସନରେ ରେଡ୍ କରିଛି ଏନଆଇଏ 
  • ହିଜବୁଲ୍ଲା ଉପରେ ଆକ୍ରମଣ ଆହୁରି ଜୋର କରିଛି ଇସ୍ରାଏଲ୍... ବିରୁଟ୍ ଉପରେ ବୋମା ମାଡ ଜାରି ରହିଛି... ଇରାନ୍‌ର ସୁପ୍ରିମ ଲିଡର୍ ଖୋମିନୀଙ୍କ ଧମକ ପରେ  ୟମନ୍ ଉପରେ ବୋମା ମାଡ କରିଛନ୍ତି ଆମେରିକା ଏବଂ ବ୍ରିଟେନ୍‌ ...ଏହା ସହିତ ଟାର୍ଗେଟରେ ରହିଛି ଇରାନର ପରମାଣୁ କେନ୍ଦ୍ର 
  • ପୁରୀ-କୋଣାର୍କ ବେଳାଭୂମିରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ...ଅଭୟାରଣ୍ୟ ଭିତରେ ଚାଲିଛି ବେଆଇନ ବାଲି ଉଠାଣ...ଅବକ୍ଷୟ ହେଉଛି ପୁରୀ କୋଣାର୍କ ମେରାଇନ୍ ରାସ୍ତା...ଅସୁରକ୍ଷିତ ହେଉଛନ୍ତି ବାଲୁଖଣ୍ଡ ଅଭୟାରଣ୍ୟ ବନ୍ୟଜନ୍ତୁ...ଅଭୟାରଣ୍ୟ ଭିତରେ ବେଆଇନ ଚିଙ୍ଗୁଡ଼ି ଚାଷ...ସନ୍ଦେହ ଘେରରେ ସ୍ଥାନୀୟ ରାଜସ୍ବ, ଖଣି ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଭୂମିକା 
  • ଭୁଶୁଡୁଛି ଲାଲ୍ ଗଡ଼ । ଛତିଶଗଡ଼ ଦାନ୍ତେୱାଡାରେ ନକ୍ସଲ ବିରୋଧୀ ବଡ଼ ଅଭିଯାନ। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ 36 ହାର୍ଡକୋର ମାଓବାଦୀ ।  ନାରାୟଣପୁର ଓ ଦନ୍ତେୱାଡ଼ା ପୋଲିସ ଗୁଳିରେ 36 ମାଓବାଦୀ ସଫା
  • ଦଶହରା ପୂର୍ବରୁ ଚାଷୀଙ୍କୁ ମୋଦିଙ୍କ ବଡ଼ ଭେଟି । ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର 18 ତମ କିସ୍ତି । ଚାଷୀଙ୍କୁ ପିଏମ୍‌ କିଷାନ ଯୋଜନାର ସହାୟତା ରାଶି ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯ କୋଟି ୪୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ୨୦ ହଜାର କୋଟି ଟଙ୍କା । ଓଡ଼ିଶାର ୩୧ ଲକ୍ଷ ୫୧ ହଜାର ଚାଷୀ ଉପକୃତ
  • ଏକକାଳୀନ 16 ହାଜର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ...୨୪ ବର୍ଷର ସରକାର ଯାହା କରିନଥିଲେ...୧୦୦ ଦିନରେ କରି ଦେଖାଇଲେ ବିଜେପି ସରକାର
     

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
update-news-of-today | Argus News