Videos
|
Odisha

UPI Scam / ପୂଜା ବଜାରରେ ମାତିଛନ୍ତି UPI ସ୍କାମର ଠକୁଛନ୍ତି ଦୋକାନୀଙ୍କୁ

Rashmita Mishra
Browse all articles by Rashmita Mishra
·56 mins ago·2 min read
ପୂଜା ବଜାରରେ ମାତିଛନ୍ତି UPI ସ୍କାମର ଠକୁଛନ୍ତି ଦୋକାନୀଙ୍କୁ
UPI Scam

Key Points

ପୂଜା ବଜାରରେ ମାତିଛନ୍ତି UPI ସ୍କାମର
ଟଙ୍କା ପଠାଉଛନ୍ତି, ପେମେଣ୍ଟ ସକ୍ସେସ ସ୍କ୍ରିନ୍ ବି ଦେଖାଉଛନ୍ତି
ହେଲେ ବ୍ୟବସାୟୀଙ୍କୁ ପାଖକୁ ଯାଉନି ଟଙ୍କା
ଏଭଳି ଆପ୍‌ରେ ଦୋକାନୀଙ୍କୁ ଠକୁଛନ୍ତି କିଛି ଠକ

ପାର୍ବଣର ମାହୋଲରେ ଜମୁଛି ପୂଜା ବଜାର । ଗ୍ରାହକଙ୍କ ଭିଡ଼ ସାଙ୍ଗକୁ ଜୋରଦାର ହେଉଛି ବ୍ୟବସାୟ। ହେଲେ ଏହି ଭିଡ଼ର ସୁଯୋଗ ନେଇ ଦୋକାନୀଙ୍କୁ ଠକିବାକୁ ମାତିଛନ୍ତି କିଛି ଠକ । UPI ପେମେଣ୍ଟରେ ଠକେଇ କରିବାକୁ ନେଇ ଆସିଛି ଏକ ସଙ୍ଗୀନ ଅଭିଯୋଗ । ମୋବାଇଲରେ ପେମେଣ୍ଟ ସଫଳ ହୋଇଥିବା ସ୍କ୍ରିନ୍ ଦେଖାଉଛନ୍ତି, ହେଲେ ଦୋକାନୀଙ୍କ ଆକାଉଣ୍ଟକୁ ଯାଉନି ଟଙ୍କା । ଏଭଳି ଏକ ଘଟଣା ସୁବର୍ଣ୍ଣପୁର ବ୍ଲକ ଛକରେ ଚାଲିଥିବା ମୀନାବଜାରରୁ ସାମ୍ନାକୁ ଆସିଛି ।

ଅଭିଯୋଗ ଅନୁସାରେ, ମୀନାବଜାରକୁ ଆସି ଜଣେ ଯୁବକ କିଛି ସାମଗ୍ରୀ କିଣିଥିଲେ । ସାମଗ୍ରୀ କିଣିବା ପରେ ସେ ଫୋନ୍ ପେ' ମାଧ୍ୟମରେ ଟଙ୍କା ପେମେଣ୍ଟ କରିଥିଲେ । ନିଜ ମୋବାଇଲରେ ପେମେଣ୍ଟ ସଫଳ ହୋଇଥିବା ସ୍କ୍ରିନ୍ ମଧ୍ୟ ଦୋକାନୀଙ୍କୁ ଦେଖାଇଥିଲେ । ହେଲେ ଦୋକାନୀ ନିଜ ଆକାଉଣ୍ଟ ଯାଞ୍ଚ କରିବା ପରେ ଟଙ୍କା ଜମା ହୋଇନଥିବା ଜାଣିବାକୁ ପାଇଥିଲେ । ଏହାପରେ ଯୁବକଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ବଢ଼ିଥିଲା ।

ସନ୍ଦେହ ହେବାରୁ ମୀନାବଜାର ମାଲିକ ଯୁବକଙ୍କୁ ଅଟକ ରଖିବା ସହ ସୋନପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିଥିଲା । ପଚରାଉଚରା ସମୟରେ ଯୁବକ ଜଣକ ନିଜ ଦୋଷ ସ୍ୱୀକାର କରିଥିବା ଅଭିଯୋଗ ହୋଇଛି । ଏହାପରେ ପୋଲିସ ତାଙ୍କୁ ଅଟକ ରଖିଛି ।

ଏହି ଘଟଣା ପରେ ମୀନାବଜାର ମାଲିକ ଅନ୍ୟ ଦୋକାନୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କେବଳ ମୋବାଇଲରେ ପେମେଣ୍ଟ ସକ୍ସେସ୍ ସ୍କ୍ରିନ୍ ଦେଖି ସାମଗ୍ରୀ ହସ୍ତାନ୍ତର ନକରି, ନିଜ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଥିବା ନିଶ୍ଚିତ କରିବା ଜରୁରୀ । ପାର୍ବଣ ଋତୁରେ ଏଭଳି ଠକେଇରୁ ବର୍ତ୍ତିବା ପାଇଁ ଦୋକାନୀମାନେ ସଜାଗ ରହିବା ସହ ପ୍ରତ୍ୟେକ ଡିଜିଟାଲ୍ ପେମେଣ୍ଟକୁ ଯାଞ୍ଚ କରିବା ଆବଶ୍ୟକ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: