`ବିଦ୍ୟା ଆଗକୁ ବଢ଼ିବାର ଏକମାତ୍ର ମାର୍ଗ'

ମୟୂରଭଞ୍ଜ: ମୟୂରଭଞ୍ଜ ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜନ୍ମମାଟି "ଉପରବେଡା" ଗାଁରେ ପହଞ୍ଚିବା ପରେ ମହାମହିମଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଉପରବେଡ଼ା ସରକାରୀ ୟୁପି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ସମ୍ବୋଧିତ କରିଛନ୍ତି । `ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାକୁ ଉତ୍ସାହିତ କରି ମହାମହିମ କହିଛନ୍ତି, `ବିଦ୍ୟା ଆଗକୁ ବଢ଼ିବାର ଏକମାତ୍ର ମାର୍ଗ' । `ପାଠ ପଢ଼ିବା ସମୟରେ ନିଜ ସଂଘର୍ଷ କାହାଣୀ ମନେ ପକାଇଛନ୍ତି ରାଷ୍ଟ୍ରପତି । `ଛାତ୍ରମାନେ ଦେଶର ଭବିଷ୍ୟତ, ସେମାନଙ୍କ ଉପରେ ଦେଶ ନିର୍ଭର କରୁଛି' ।
`ନିଜ ପରିବାର ଅପେକ୍ଷା ମୁଁ ମୋ ଗାଁ ଲୋକଙ୍କୁ ଅଧିକ ଭଲ ପାଉଥିଲି' ବୋଲି କହିଛନ୍ତି ରାଷ୍ଟ୍ରପତି । `ଗାଁ ଲୋକଙ୍କ ଭିତରେ ମୋର ପରିବାର ଦେଖୁଥିଲି' । `ଏଣୁ ଆମ ସମସ୍ତଙ୍କୁ ଏକ ହୋଇ ଆଗକୁ ବଢ଼ିବାକୁ ପଡ଼ିବ' । `ପୂର୍ବେ ଗାଁର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସନ୍ଧ୍ୟାବେଳେ କୀର୍ତ୍ତନ ହେଉଥିଲା' । `ଗୋଟିଏ ସ୍ଥାନରେ ଏକତ୍ର ହେବାଦ୍ବାରା ଲୋକଙ୍କ ଭିତରେ ଏକତା ଭାବ ସୃଷ୍ଟି ହୁଏ' । `ପିଲାଙ୍କୁ ଆଗକୁ ବଢ଼ାଇବା କେବଳ ଶିକ୍ଷକଙ୍କ ନୁହଁ ଅଭିଭାବକଙ୍କ ମଧ୍ୟ କାମ' ବୋଲି କହିଛନ୍ତି ରାଷ୍ଟ୍ରପତି ।