ରିତିକା କହିଲେ ଷ୍ଟ୍ରାଟଜି, କେମିତି କରୁଥିଲେ Civil Service Preparation

ଜୀବନର ସିନ୍ଧାନ୍ତ ଯେତେବେଳେ ନିଶ୍ଚିତ ଥାଏ ସେତେବେଳେ ସଂଘର୍ଷ କଷ୍ଟ ଦିଏନି । ବରଂ ନିଜକୁ ଯେତେ କଷ୍ଟ ପଡୁ ପଛେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ସବୁ ପ୍ରକାରର ପରିଶ୍ରମ କରିବାକୁ ପଡେ । ଆଉ ସେତେବେଳେ ସଫଳତାର ଏକ ନୂଆ କାହାଣୀ ଲେଖାହୁଏ । ପ୍ରଥମ ଚେଷ୍ଟା, ଦ୍ୱିତୀୟ ଚେଷ୍ଟା ପରେ ସେ ଭାଙ୍ଗି ପଡିନଥିଲେ । ବରଂ ଆହୁରି ନିଜକୁ ପ୍ରସ୍ତୁତ କରି ତୃତୀୟ ଥର ଚେଷ୍ଟା କରିଥିଲେ । ମନରେ ଥିଲା ଆତ୍ମବିଶ୍ୱାସ ଯେ ଏଥର ମୁଁ ନିଶ୍ଚୟ IAS ପାଇବି । UPSC ଭଳି କଷ୍ଟ ପରୀକ୍ଷାରେ ଦେଶରେ 48ତମ ସ୍ଥାନ ହାସଲ କରି ଓଡିଶାକୁ ଗର୍ବିତ କରିଛନ୍ତି ରିତିକା ରଥ । ସଂଘର୍ଷ ହିଁ ସଫଳତାର ମାପକାଠି ତାହା ମଧ୍ୟ ଦର୍ଶାଇଛନ୍ତି ।
ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ରିତିକା କହିଛନ୍ତି ଦିନକୁ କେତେ ଘଣ୍ଟା ପଢିବି ତାହା ମୋର ଗୋଲ୍ ନଥିଲା । ବରଂ ଯେତିକି ସମୟ ପଢିବି ମନ ଦେଇ ପଢିବି । Quantity ନୁହେଁ quality ପାଠ ପଢାକୁ ବେଶୀ ଗୁରୁତ୍ୱ ଦେଉଥିଲି । ସେହିପିରି ସେ କହିଛନ୍ତି ପଢା ସମୟରେ ଡିସଟ୍ରାକସନ ହେବା ସ୍ୱାଭାବିକ । ଡିସଟ୍ରାକସନ ହେଲେ ମନକୁ ବୁଝେଇ ନିଏ ଯେ ପଢା ସରିଲେ ମୁଁ ସେଇ କାମଟି କରିବି ।
📱 Get Argus News App
✨ସୋସିଆଲ ମିଡିଆରୁ ଦୂରରେ ରହୁଥିଲି । ପାଠ ପଢି ପଢି ଯେତେବେଳେ ବୋର୍ ଲାଗୁଥିଲା ସେତେବେଳେ ଗେମ୍ ଖେଳୁଥିଲି । ନହେଲେ ୱାକ୍ ପାଇଁ ଯାଉଥିଲି । ଗୀତ ଶୁଣିବାକୁ ଭଲ ଲାଗେ । ସେଥଇପାଇଁ ବେଳେ ବେଳେ ଗୀତ ମଧ୍ୟ ଶୁଣୁଥିଲି । ଜଲଦି ଶୋଉଥିଲି । ବ୍ରହ୍ମ ମୁହୂର୍ତ୍ତରେ ଉଠି ପାଠ ପଢୁଥିଲି । ଯେତିକି ସମୟ ପଢୁଥିଲି ମନ ଦେଇ ପଢୁଥିଲି ।
ସେହିପରି ସେ ତାଙ୍କ ସଫଳତା ପାଇଁ ନିଜ ବାପା-ମା' ଙ୍କୁ ଶ୍ରେୟ ଦେଇଛନ୍ତି । ବିଶେଷ କରି ମା'ଙ୍କ ସହଯୋଗ ପାଇଁ ସେ ଆଜି ସଫଳତା ପାଇଛନ୍ତି ବୋଲି କହିଛନ୍ତି । ରିତିକାଙ୍କ ବାପା ଜଣେ ଅବସର ପ୍ରାପ୍ତ IFS ଅଫିସର । ସେ ମଧ୍ୟ ତାଙ୍କୁ ଖୁବ ସହଯୋଗ କରିଥିବା କଥା କହିଛନ୍ତି ।
ସେହିପରି ଓଡିଶାର କେବଳ ଏହି ଜଣେ ନୁହନ୍ତି ୯୫ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ, ୯୬ ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ , ୧୬୪ରେ ଦୀପ୍ତି ରଞ୍ଜନ ପତି , ୧୭୫ରେ ରଶ୍ମୀ ପ୍ରଧାନ , ୧୯୩ରେ ନୀଳମାଧବ ପ୍ରଧାନ , ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍ରେ ଅନୁପ ନାୟକ ରହିଛନ୍ତି ।
ଏହାସହ 414ରେ ପଦ୍ନନାଭ ମିଶ୍ର, 416ରେ ପ୍ରଶାନ୍ତ ମିଶ୍ର, 428ରେ ଧୃତିରାଜ ମିଶ୍ର, 443ରେ ଅଙ୍କିତା ରଥ, 535ରେ କୌଶିକ ମିଶ୍ର, 568ରେ ସିମରନ ସାହୁ, 840ରେ ରିଶିତା ଦାଶ, 971ରେ ଗୋପୀନାଥ ସାହୁ, 987ରେ ଆଦିତ୍ୟ ବେହେରା, 994 ସ୍ଥାନରେ ଅନ୍ନପୂର୍ଣ୍ଣା ମିଶ୍ର ରହିଛନ୍ତି ।
ଶକ୍ତି ଦୁବେ ହୋଇଛନ୍ତି ସର୍ବ ଭାରତୀୟ ଟପ୍ପର । ସେହିପରି ଦ୍ବିତୀୟ ସ୍ଥାନରେ ଅଛନ୍ତି ହର୍ଷିତା ଗୋୟଲ । ତୃତୀୟରେ ଅଛନ୍ତି ଡୋଙ୍ଗ୍ରେ ଅର୍ଚିତ ପରାଗ । ଶାହ ମାର୍ଗି ଚିରାଗ ୪ର୍ଥ ସ୍ଥାନରେ ରହିଛନ୍ତି । ସେହିପରି ଆକାଶ ଗର୍ଗ ପଞ୍ଚମ, କୋମଲ ପୁନିଆ ଷଷ୍ଠ, ଆୟୁଶି ବଂଶଲ ୭ମ ସ୍ଥାନ ଅଧିକାର କରିଛନ୍ତି ।