Donald trump / 'ଆମେରିକାରେ ରହୁଥିବା ଥାର୍ଡ ଓ୍ୱାର୍ଲ୍ଡ ଦେଶର ନାଗରିକଙ୍କୁ ବିଦା କରିଦେବି'

Key Points
ଟେକ୍ନୋଲୋଜି କ୍ଷେତ୍ରରେ ଆମେରିକା ଖୁବ୍ ଅଗ୍ରଗତି କରିଛି ।
ହ୍ୱାଇଟ୍ ହାଉସ୍ ନିକଟରେ ଦୁଇ ଜଣ ନ୍ୟାସନାଲ୍ ଗାର୍ଡ ସୈନିକଙ୍କୁ ଗୁଳିମାଡ଼ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି, ଆମେରିକାରେ ବସବାସ କରୁଥିବା ଥାର୍ଡ ଓ୍ୱାର୍ଲ୍ଡର ସବୁ ଦେଶର ନାଗରିକଙ୍କ ଉପରେ ସେ ସବୁଦିନ ପାଇଁ ପ୍ରତିବନ୍ଧକ ଲଗାଇବେ । ଯାହାଫଳରେ ଆମେରିକାର ବ୍ୟବସ୍ଥାନ ପୁଣି ଥରେ ସଠିକ୍ ଦିଗରେ କାମ କରିବ । ଟ୍ରମ୍ପଙ୍କ ଏହି ପଦକ୍ଷେପ ଯୋଗୁଁ ଅନେକ ଲୋକ ପ୍ରଭାବିତ ହେବ । ଯେଉଁମାନେ ନିଜ ଭିଟାମାଟି ଛାଡ଼ି, ଆମେରିକାରେ ଚାକିରି କରୁଛନ୍ତି କିମ୍ବା ପାଠ ପଢ଼ୁଛନ୍ତି ।
ଟ୍ରୁଥ୍ ସୋସିଆଲ୍ରେ ଟ୍ରମ୍ପ ଏକ ପୋଷ୍ଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତି, 'ଟେକ୍ନୋଲୋଜି କ୍ଷେତ୍ରରେ ଆମେରିକା ଖୁବ୍ ଅଗ୍ରଗତି କରିଛି । କିନ୍ତୁ ଏହାର ଇମିଗ୍ରେସନ୍ ପଲିସି ଯୋଗୁ ଅନେକ ଲୋକ ସେହି ସୁବିଧା ପାଇପାରୁ ନାହାନ୍ତି । ସେମାନଙ୍କ ଲାଇଫ୍ଷ୍ଟାଇଲ୍ ମଧ୍ୟ ନଷ୍ଟ ହେଉଛି ।'
'ଆମେରିକୀୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସଜାଡ଼ିବା ପାଇଁ ମୁଁ ସମସ୍ତ ଥାର୍ଡ ଓ୍ୱାର୍ଲ୍ଡ ଦେଶର ପ୍ରବାସନକୁ ସ୍ଥାୟୀ ଭାବରେ ବନ୍ଦ କରିବି । ବାଇଡେନଙ୍କ ରାଷ୍ଟ୍ରପତିତ୍ୱରେ ପ୍ରବେଶ କରିଥିବା ଲକ୍ଷ ଲକ୍ଷ ଅବୈଧ ପ୍ରବାସୀଙ୍କୁ ଦେଶାନ୍ତର କରିବି, ଯେଉଁଥିରେ ବାଇଡେନଙ୍କ ଦ୍ୱାରା ଅଟୋପେନ୍ରେ ସ୍ୱାକ୍ଷରିତ ପ୍ରବାସୀ ମଧ୍ୟ ସାମିଲ ଅଛନ୍ତି। ଯିଏ ସମ୍ପୂର୍ଣ୍ଣ ଭାବରେ ଆମେରିକା ପାଇଁ ଲାଭଦାୟକ ନୁହେଁ କିମ୍ବା ଯିଏ ଆମ ଦେଶକୁ ଭଲ ପାଇ ପାରିବେ ନାହିଁ, ମୁଁ ସେମାନଙ୍କୁ ବାହାର କରିଦେବି ।' ଟ୍ରମ୍ପଙ୍କ ଏଭଳି ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
'ଆମ ଦେଶର ନାଗରିକ ନଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଆମେ ସମସ୍ତ ସଂଘୀୟ ସୁବିଧା ଏବଂ ସବସିଡିକୁ ଉଚ୍ଛେଦ କରିବୁ, ଘରୋଇ ଶାନ୍ତିକୁ ନଷ୍ଟ କରୁଥିବା ପ୍ରବାସୀଙ୍କଠାରୁ ନାଗରିକତା ଛଡ଼ାଇ ଆଣିବୁ । ପ୍ରତ୍ୟେକ ବିଦେଶୀ ନାଗରିକଙ୍କୁ ଦେଶାନ୍ତର କରିବୁ, ଯେଉଁମାନଙ୍କ ନାଁରେ ଅଭିଯୋଗ ରହିଛି, ଯେଉଁମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ବିଗିଡ଼ିବାର ସମ୍ଭାବନା ରହିଛି, ଯେଉଁମାନେ ପାଶ୍ଚାତ୍ୟ ସଭ୍ୟତା ସହିତ ଖାପ ଖୁଆଇବାରେ ବିଫଳ ହୋଇଛନ୍ତି।'
ଟ୍ରମ୍ପ ଆହୁରି ଲେଖିଛନ୍ତି, 'ଅବୈଧ ଏବଂ ବିଶୃଙ୍ଖଳିତ ଜନସଂଖ୍ୟାକୁ ହ୍ରାସ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯିବ। ଏଥିରେ ଅନଧିକୃତ ଏବଂ ଅବୈଧ ଅଟୋପେନ୍ ସ୍ୱାକ୍ଷର ଦ୍ୱାରା ଆମେରିକାକୁ ଅଣାଯାଇଥିବା ବ୍ୟକ୍ତିମାନେ ମଧ୍ୟ ଅନ୍ତର୍ଭୁକ୍ତ । କେବଳ ରିଭର୍ସ ମାଇଗ୍ରେସନ୍ ବ୍ୟବସ୍ଥା ହିଁ ଏଭଳି ପରିସ୍ଥିତିକୁ ସମ୍ପୂର୍ଣ୍ଣ ଭାବରେ ସମାଧାନ କରିପାରିବ। ଏହା ସହିତ ସେଇ ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ଆମେରିକାରେ ଘୃଣା ବାଣ୍ଟୁଚନ୍ତି, ଚୋରି କରୁଛନ୍ତି, ହତ୍ୟା କରୁଛନ୍ତି ଏବଂ ଆମେରିକାର ସମ୍ପତ୍ତି ନଷ୍ଟ କରୁଛନ୍ତି । ସେମାନେ ଆଉ ବେଶି ଦିନ ଏଠାରେ ରହିପାରିବେ ନାହିଁ ।'
ଆମେରିକାରେ ଆତଙ୍କବାଦୀ ଆକ୍ରମଣ
ହ୍ୱାଇଟ୍ ହାଉସ୍ ନିକଟରେ ଜଣେ ଆଫଗାନିସ୍ତାନ ନାଗରିକଙ୍କ ଗୁଳିରେ ଆହତ ହୋଇଥିବା ଦୁଇ ଜଣ ପଶ୍ଚିମ ଭର୍ଜିନିଆ ନ୍ୟାସନାଲ ଗାର୍ଡ ସୈନିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଗୁଳିକାଣ୍ଡର ସନ୍ଦିଗ୍ଧ ବ୍ୟକ୍ତି ହେଉଛି ୨୯ ବର୍ଷୀୟ ରହମାନୁଲ୍ଲା ଲାକାନୱାଲ୍। ସନ୍ଦିଗ୍ଧ ବ୍ୟକ୍ତିକୁ ୨୦୨୧ ମସିହାରେ ଆଫଗାନିସ୍ତାନରୁ ଆମେରିକା ଅଣାଯାଇଥିଲା। ଆମେରିକା ଆସିବା ପୂର୍ବରୁ ସେ ଆଫଗାନିସ୍ତାନରେ CIA-ସମର୍ଥିତ ଆଫଗାନିସ୍ତାନ ସେନା ୟୁନିଟରେ କାର୍ଯ୍ୟ କରୁଥିଲେ।
ସମ୍ପୂର୍ଣ୍ଣ ବ୍ୟାନ୍ ହୋଇଥିବା ଦେଶ ତାଲିକରେ ରହିଛନ୍ତି... ଆଫଗାନିସ୍ତାନ, ମ୍ୟାନ୍ମାର, ଚାଡ୍, କଙ୍ଗୋ ବ୍ରାଜାଭିଲ, ଇକ୍ୱାଟୋରିଆଲ୍ ଗିନିଆ, ଏରିଟ୍ରିଆ, ହାଇତି, ଇରାନ, ଲିବିଆ, ସୋମାଲିଆ, ସୁଡାନ ଏବଂ ୟେମେନ୍ । ଅନ୍ୟପଟେ ବୁରୁଣ୍ଡି, କ୍ୟୁବା, ଲାଓସ୍, ସିଏରା ଲିଓନ୍, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେନେଜୁଏଲା ଭଳି ଦେଶର ନାଗରିକଙ୍କ ବା ପର୍ଯ୍ୟଟକଙ୍କ ଉପରେ ଲାଗିଛି ବ୍ୟାନ୍ ।
📱 Get Argus News App
✨Related Topics
Explore more stories