Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଲା ପୁରୀ ପୋଲିସ

Smruti Parija
Browse all articles by Smruti Parija
·1 year ago·2 min read
 ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଲା ପୁରୀ ପୋଲିସ

Key Points

ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ବାରଣ ସତ୍ତ୍ୱେ ବାରମ୍ବାର ନିୟମ ଉଲ୍ଲଙ୍ଘନ ପରେ ଏବେ ଆକ୍ସନ୍ ମୋଡ୍ ରେ ପୁରୀ ପୋଲିସ ।

ପୁରୀ: ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ବାରଣ ସତ୍ତ୍ୱେ ବାରମ୍ବାର ନିୟମ ଉଲ୍ଲଙ୍ଘନ ପରେ ଏବେ ଆକ୍ସନ୍ ମୋଡ୍ ରେ ପୁରୀ ପୋଲିସ । ଜନସାଧାରଣ ଓ ଭକ୍ତମାନଙ୍କୁ ସଚେତନ କରିବା ପାଇଁ ଶ୍ରୀମନ୍ଦିର ଚାରିପଟେ ପୁରୀ ପୋଲିସ ତରଫରୁ ଲଗାଗଲା ପୋଷ୍ଟର । ଶ୍ରୀମନ୍ଦିର ପରିସର ମଧ୍ୟରେ ମୋବାଇଲ ଫୋନ୍ ବ୍ୟବହାର ନିଷେଧ । ଯଦି କୌଣସି ବ୍ୟକ୍ତି ନିୟମ ଉଲଙ୍ଘନ କରନ୍ତି ତେବେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି ପୋଷ୍ଟରରେ ଉଲ୍ଲେଖ ହୋଇଛି ।


ଚଳିତ ଜାନୁଆରୀ ମାସ ମଧ୍ୟରେ ତିନି ତିନିଟି ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସୁରକ୍ଷାକର୍ମୀଙ୍କ ଅବହେଳାକୁ ପଦାରେ ପକାଇଥିଲା । ଗତ ଦୁଇଦିନ ତଳେ ବୃନ୍ଦାବନର ଜଣେ ଭକ୍ତ ବାଙ୍କେ ବିହାରୀ ଅନନ୍ତ ବିହାରୀ ଗର୍ଭଗୃହ ସମେତ, ରତ୍ନସିଂହାସନରେ ମହାପ୍ରଭୁ ଜଗନ୍ନାଥଙ୍କ ଭିଡିଓ, ଶ୍ରୀମନ୍ଦିର ପାଟଅଗଣାର ଦୃଶ୍ୟ, କୀର୍ତ୍ତନଚକଡାର ଦୃଶ୍ୟ ଓ ଶ୍ରୀମନ୍ଦିର ଭିତରେ ନିଜ ଫଟୋକୁ ମିଶାଇ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତକାଲି ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନେଇ ଫଟୋ ଉଠାଉଥିବାବେଳେ କର୍ତ୍ତଵ୍ୟରତ ଜେଟିପିଙ୍କ ନଜରକୁ ଆସିଥିଲା । ଭକ୍ତ ଜଣକ ବାଇଶି ପାହାଚରେ ଠିଆ ହୋଇ ଶ୍ରୀମନ୍ଦିର ଭିତର ଭ୍ୟୁ ସହ ନିଜ ଫଟୋ ଉଠାଉଥିବାବେଳେ ଜେଟିପିଙ୍କ ନଜରକୁ ଆସିବାରୁ ତୁରନ୍ତ ସମ୍ପୃକ୍ତ ଭକ୍ତଙ୍କୁ କାବୁ କରାଯାଇଥିଲା । ତାଙ୍କ ଠାରୁ ମୋବାଇଲ ନେଇ ତନଖି କରିବା ସମୟରେ ଫଟୋ ଉଠାଯାଇଥିବା ଜଣାପଡିଥିଲା । ଏହା ଜାଣିବା ପରେ ଭକ୍ତ ଜଣକ କାନ ଧରି ନିଜ ଭୂଲ୍ ସ୍ୱୀକାର କରିଥିଲେ । ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ଅଧଘଣ୍ଟା ପର୍ଯ୍ୟନ୍ତ ଡ୍ରୋନ୍ ଉଡି ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟକୁ କଏଦ୍ କରିଯାଇଥିଲା । ଏମିତି ଦୃଶ୍ୟ ବାରମ୍ବାର ସାମନାକୁ ଆସିଥିଲା । ଯାହାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।


ତେଣୁ ଶ୍ରୀମନ୍ଦିର ଭିତରକୁ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ଅଧିକାରୀଙ୍କ ସମେତ ଭକ୍ତ ଶ୍ରଦ୍ଧାଳୁ କିଭଳି ମୋବାଇଲ ନ ନେବେ ସେନେଇ ମୁଖ୍ୟ ପ୍ରଶାସକ ଚରମବାଣୀ ଶୁଣାଇବା ପରେ ଏବେ ପୋଷ୍ଟର ମାରି ଲୋକଙ୍କୁ ସଚେତନ କରୁଛି ପୁରୀ ପୋଲିସ ।

Sponsored
use-of-mobile-phones-is-prohibited-within-the-temple-premises-puri-police-has-put-up-posters-around-the-temple | Argus News