Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

HIGH COURT / ଅଦାଲତ ଅବମାନନା ମାମଲାରେ ଉଷା ପାଢୀଙ୍କୁ ହାଇକୋର୍ଟଙ୍କ ନୋଟିସ

Bikash Mohanty
Browse all articles by Bikash Mohanty
·5 months ago·2 min read
ଅଦାଲତ ଅବମାନନା ମାମଲାରେ ଉଷା ପାଢୀଙ୍କୁ ହାଇକୋର୍ଟଙ୍କ ନୋଟିସ
USHA PADHEE

Key Points

ନଗର ଉନ୍ନୟନ ସଚିବ ଉଷା ପାଢୀଙ୍କୁ ହାଇକୋର୍ଟଙ୍କ ନୋଟିସ
ଅଦାଲତ ଅବମାନନା ମାମଲାରେ ନୋଟିସ
ଆସନ୍ତା ୩୦ ତାରିଖରେ ହାଜର ହେବାକୁ ନିର୍ଦେଶ


ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନଥିବା ପ୍ରସଙ୍ଗରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।  ଅଦାଲତ ଅବମାନନା ଅଭିଯୋଗରେ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ବାଇଁ, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଦେ ଓ ଆଠଗଡ଼ ସ୍ବତନ୍ତ୍ର ପ୍ଲାନିଂ ଅଥରିଟିର କର୍ତ୍ତୃପକ୍ଷଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।  ସେମାନଙ୍କୁ ପରବର୍ତ୍ତୀ ଶୁଣାଣି ସମୟରେ ହାଜର କରିବା ପାଇଁ କଟକ- ଭୁବନେଶ୍ବର ଅଥରିଟିର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।  ଜାନୁଆରି ୩୦ରେ ହାଜର ହୋଇ ପୂର୍ବ ନିର୍ଦ୍ଦେଶ କାହିଁକି ପାଳନ କରାଯାଇ ନାହିଁ ସେ ନେଇ ମଧ୍ୟ  ସ୍ପଷ୍ଟୀକରଣ ରଖିବେ । ତେବେ ଏହି ସମୟ ଭିତରେ ଯଦି ପ୍ରତିପକ୍ଷଙ୍କ ତରଫରୁ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଏ ଆଉ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଏ ତେବେ ସେମାନଙ୍କ ଉପସ୍ଥିତି ଆବଶ୍ୟକ ହୋଇ ନପାରେ ବୋଲି ହାଇକୋର୍ଟ କହିଛନ୍ତି ।  ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ନଗର ଉନ୍ନୟନ ବିଭାଗରେ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କ ଚାକିରି ନିୟମିତ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।  ୨୦୧୪ ମସିହାରେ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠ ଏହି ରାୟ ଦେଇଥିଲେ, ଯାହାକୁ ୨୦୨୫ ଜୁଲାଇ ମାସରେ ଦୁଇଜଣିଆ ଖଣ୍ଡପୀଠ ମଧ୍ୟ କାଏମ ରଖିଥିଲେ ।  କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୮ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ କରାଯାଇ ନଥିବାରୁ ଆବେଦନ କାରୀ ପୁନର୍ବାର ଅଦାଲତ ଅବମାନନା ମାମଲା ଦାୟର କରିଥିଲେ ।  ଯାହାକୁ ନେଇ ହାଇକୋର୍ଟଙ୍କ କଡ଼ା ଚେତାବନୀ ଦେଇଛନ୍ତି । ଯଦି ଏହା ମଧ୍ୟରେ ଅଦାଲତଙ୍କ ନିର୍ଦେଶ ପାଳନ କରିଥିଲେ ଆଉ ହାଜର ହେବେନି ଅବମାନନାକାରୀ। 


  ଗତ ୨୨ତାରିଖରେ ଦୁଇଟି ଅଦାଲତ ଅବମାନନା ମାମଲାରେ ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ତପନ କୁମାର ପଟ୍ଟନାୟକ ଓ କ୍ଷୀରୋଦ ପ୍ରସାଦ ସାହୁଙ୍କ ତରଫରୁ ଦାୟର ଦୁଇ ପୃଥକ୍ ଅଦାଲତ ଅବମାନନା ମାମଲାରେ  ୨ ସଚିବ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକଙ୍କ ବିରୋଧରେ ଗିରଫ ପରୱାନା ଜାରୀ କରିଥିଲା ହାଇକୋର୍ଟ। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନେଇ ପ୍ରମାଣ ଦେବା ପରେ ମାମଲା ବନ୍ଦ ହୋଇଥିଲା ମାମଲା


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
HIGH COURT | Contempt of Court Case: Urban Development Secretary Usha Padhi Directed to Appear on 30th | Argus News