Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉତ୍କଳ ଗୌରବଙ୍କୁ ପୂର୍ବ ବିଜେଡି ସରକାର ଧୋକା

Rashmita Mishra
Browse all articles by Rashmita Mishra
·1 year ago·2 min read
ଉତ୍କଳ ଗୌରବଙ୍କୁ ପୂର୍ବ ବିଜେଡି ସରକାର ଧୋକା

Key Points

ଉତ୍କଳ ଗୌରବଙ୍କୁ ପୂର୍ବ ବିଜେଡି ସରକାର ଧୋକା
ଅଧିଗ୍ରହଣ କଲେ ନାହିଁ ଜମି
ହେଲେ ନବୀକରଣ ପାଇଁ ଘୋଷଣା କରିଥିଲେ କୋଟି କୋଟି ଟଙ୍କା
ଅଧା ପନ୍ତରିଆ ଭାବେ ପଡି ରହିଛି ମଧୁସୂଦନ ଦାସଙ୍କ ଜନ୍ମପୀଠ ଓ ସମାଧି ପୀଠ
ଯାହାକୁ ନେଇ ତେଜୁଛି ଅସନ୍ତୋଷ
ଶୀଘ୍ର ସମସ୍ୟାର ସମାଧାନ କରିବାକୁ ଦାବି

ନିର୍ବାଚନ ପାଇଁ ମଧୁ ବାବୁ ପ୍ରେମୀଙ୍କ ସହ ଛଳନା କରିଥିଲେ କି ବିଜେଡି ସରକାର ? କଟକ ଜିଲ୍ଲା ସତ୍ୟଭାମାପୁରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠର ଉନ୍ନତିକରଣ କରିବା ସହ ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଏହାକୁ ସ୍ବତନ୍ତ୍ର ସ୍ଥାନ ଦେବା ଲାଗି ୨୦୨୩ରେ ୨୧ କୋଟି ଟଙ୍କା ଅଟକଳ କରିଥିଲେ ପୂର୍ବ ସରକାର । ପ୍ଲାନ୍ ମଧ୍ୟ ପ୍ରସ୍ତୁତ ହୋଇଥିଲା । ସେତେବେଳର 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ସତ୍ୟଭାମାପୁରରେ ଥିବା ମଧୁ ବାବୁଙ୍କ ଜନ୍ମପୀଠ ପରିଦର୍ଶନ କରିଥିଲେ । ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂରେ ରହିଗଲା । କେବଳ ରାସ୍ତା ନିର୍ମାଣ ହୋଇଥିଲେ ହେଁ ଅଧପନ୍ତରିଆ ହୋଇ ରହିଗଲା ଉନ୍ନତିକରଣ କାର୍ଯ୍ୟ। । ଜମି ଅଧିଗ୍ରହଣ ହୋଇନଥିବାରୁ ମଧୁ ବାବୁଙ୍କ ଜନ୍ମ ପୀଠର ହୋଇପାରିଲା ନାହିଁ ଉନ୍ନତିକରଣ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଧାରଣା ଦେଇଥିଲେ ଗ୍ରାମବାସୀ ।

ଅନ୍ୟପଟେ କଟକ ତୁଳସୀପୁର ସ୍ଥିତ ଗୋରାକବରରେ ଥିବା ମଧୁ ବାବୁଙ୍କ ସମାଧି ପୀଠର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ଅଧାରେ ଅଟକି ରହିଛି । ମଧୁ ବାବୁଙ୍କ ସମାଧି ପୀଠର ଉନ୍ନତିକରଣ ପାଇଁ ୨୦୨୩ରେ ପୂର୍ବ ବିଜେଡି ସରକାର ଘୋଷଣା କରିଥିଲେ ୭୫ ଲକ୍ଷ ଟଙ୍କା । ଏଥିରେ କାଁ ଭାଁ କିଛି କାମ ହୋଇଥିବା ବେଳେ ଜମି ଅଧିଗ୍ରହଣ ନହେବା ଯୋଗୁଁ ଆଉ ଆଗକୁ ବଢ଼ି ପାରିଲା ନାହିଁ ଉନ୍ନତିକରଣ କାର୍ଯ୍ୟ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ । ଅନ୍ୟପଟେ ଏ ସବୁ ସମସ୍ୟାକୁ ସମାଧାନ କରି ଜନ୍ମପୀଠ ଓ ସମାଧି ପୀଠର ଉନ୍ନତିକରଣ କାର୍ଯ୍ୟ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ବର୍ତ୍ତମାନର ସରକାର ଉତ୍କଳ ମାଟିର ସନ୍ତାନଙ୍କୁ ଉଚିତ ସମ୍ମାନ ଦେବା ଲାଗି କାମ କରିବେ ବୋଲି ଆଶା ରଖିଛନ୍ତି ମଧୁ ପ୍ରେମୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
utkal-gaurav-was-betrayed-by-the-previous-bjd-government | Argus News