Utkal Music College harassment / ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା: ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ
·9 months ago·2 min read

Key Points
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ କଲେଜରୁ ବହିଷ୍କୃତ କରାଯାଇଛି।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ କଲେଜରୁ ବହିଷ୍କୃତ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପ୍ରିନ୍ସିପାଲ୍ ବିଜୟ ଜେନା। କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ଅଧ୍ୟାପକଙ୍କୁ ବହିଷ୍କୃତ କରାଯାଇଛି। ଗତ ଜୁନ୍ ମାସରେ ସେ ଅତିଥି ଅଧ୍ୟାପକ ଭାବେ କଲେଜରେ ଯୋଗଦେଇଥିଲେ। ପ୍ରିନ୍ସିପାଲ୍ ଜେନା ଆଉ ମଧ୍ୟ କହିଛନ୍ତି ପିଲାଙ୍କ ଅଭିଯୋଗ ପରେ ଆମେ ତାଙ୍କୁ ବହିଷ୍କୃତ କରିଛୁ। ପୋଲିସ ଆଗକୁ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବେ। ପିଲା ପୂର୍ବରୁ ଲିଖିତ ଅଭିଯୋଗ ଦେଇ ନ ଥିଲେ । ଏବେ ଲିଖିତ ଅଭିଯୋଗ ଦେଲେ। ପୂର୍ବରୁ ଅଧ୍ୟାପକଙ୍କ ଡରରେ ଅଭିଯୋଗ କରିନଥିଲେ। କଲେଜ ପକ୍ଷରୁ ଏବେ ଥାନାରେ ଅଭିଯୋଗ ଦିଆଯାଇଛି। ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠନ ନିଆଯିବ। ଏବେ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି।
ଏହାସହ ପଢ଼ନ୍ତୁ: ଚ୍ୟାମ୍ବରରେ ହାତାହାତି ହେଲେ ପୋଲିସ ବାବୁ; ଚାର୍ଜସିଟ୍କୁ ନେଇ IIC ମାରିଲେ ଚାପୁଡ଼ା
ସେପଟେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ଵତନ୍ତ୍ର ସଚିବ ଦେବ ପ୍ରସାଦ ଦାସଙ୍କ ନେତୃତ୍ଵରେ ଗଠିତ ୩ ଜଣିଆ ଟିମ୍ ର ଅଧ୍ୟକ୍ଷତାରେ ତଦନ୍ତ ଜାରି ରହିଛି। ଗଣ ମାଧ୍ୟମର ରିପୋର୍ଟ ଦେଖି ତଦନ୍ତ ପାଇଁ ଆସିଛୁ କହିଛନ୍ତି ଦେବପ୍ରସାଦ। ପିଲା ମାନଙ୍କୁ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଏ ନେଇ ପଚରାଉଚରା କରିବୁ।
ଏହାସହ ପଢ଼ନ୍ତୁ: 'ଗୁଳି ମାରିବି... ଖଣ୍ଡ ଖଣ୍ଡ କରି ଟ୍ରେନ୍ ଲାଇନ୍ରେ ଫିଙ୍ଗିଦେବି'; ବିଧାୟକଙ୍କୁ ଦାଦନ ଦଲାଲଙ୍କ ଧମକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁଯାୟୀ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। କ୍ୟାମ୍ପସ୍ରେ ଛାତ୍ରୀଙ୍କ ହଙ୍ଗାମାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଡ୍ରାମା ବିଭାଗ ଛାତ୍ରୀଙ୍କୁ ନିର୍ଯାତନା ଦିଆଯିବାର ଅଭିଯୋଗ ପରେ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ୍ ଅଭିଯୋଗ ହୋଇଥିଲା । ତାଙ୍କୁ ଏବେ ବହିଷ୍କାର କରାଯାଇଛି। ବିକ୍ଷୋଭ କରୁଥିବାବେଳେ ଜଣେ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Related Topics
Explore more stories