Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉତ୍କଳ ବିଶ୍ଵବିଦ୍ୟାଳୟରୁ ବିଦା ହେବେ ଅଣଛାତ୍ର, କ୍ୟାମ୍ପସରେ ପୋଲିସ ଛାଉଣୀ

Sushanta Sahoo
Browse all articles by Sushanta Sahoo
·10 months ago·1 min read
ଉତ୍କଳ ବିଶ୍ଵବିଦ୍ୟାଳୟରୁ ବିଦା ହେବେ ଅଣଛାତ୍ର, କ୍ୟାମ୍ପସରେ ପୋଲିସ ଛାଉଣୀ

Key Points

ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୭ ଜଣ ଥାନା ଅଧିକାରୀ, ୧୦ରୁ ଅଧିକ ଏସିପି, ମହିଳା ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି ।

ଭୁବନେଶ୍ଵର: ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ଵବିଦ୍ୟାଳୟର ହଷ୍ଟେଲ । କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହେବ ଅପରେସନ ବ୍ଲୁ-ଷ୍ଟାର । ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରାବାସ ୧, ୨, ୩ ଓ ୫ରୁ ଅଣଛାତ୍ରଙ୍କୁ ବିଦା କରାଯିବ ।

ଏଥିପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୭ ଜଣ ଥାନା ଅଧିକାରୀ, ୧୦ରୁ ଅଧିକ ଏସିପି, ମହିଳା ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି । ଶାନ୍ତି ଶୃଙ୍ଖଳାର ସହ ଅଣଛାତ୍ରଙ୍କୁ ତଡ଼ିବାକୁ ପଦକ୍ଷେପ ନେଇଛି ପ୍ରଶାସନ ।

ଅଣଛାତ୍ରଙ୍କୁ ତଡ଼ିବା ଲାଗି ପ୍ରତି ହଷ୍ଟେଲରେ ୩ ଜଣ ପୋଲିସ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ଇନ୍ ଚାର୍ଜ ଅଫିସର ଅଛନ୍ତି ଜଣେ ଏସିପି । ଅଣଛାତ୍ରଙ୍କୁ ହଷ୍ଟେଲରୁ ବିଦା କରିବା ବେଳେ ବିଶ୍ଵବିଦ୍ୟାଳୟ ଫାଟକରେ ସୁରକ୍ଷା ବ୍ୟବସ୍ଥାକୁ ପୋଲିସ କଡ଼ାକଡ଼ି କରିଛି ।

ବିଶ୍ଵବିଦ୍ୟାଳୟ ଫାଟକ ସହ ଜାତୀୟ ରାଜପଥରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି । ପୋଲିସ ଓ ଉତ୍କଳ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ସତର୍କତାମୂଳକ ପଦେକ୍ଷପ ଗ୍ରହଣ କରିଛନ୍ତି ।

ନିକଟରେ ଉତ୍କଳ ବିଶ୍ଵବିଦ୍ୟାଳୟ ହଷ୍ଟେଲରୁ ଜଣେ ବିଜେଡି ନେତାଙ୍କ ଡ୍ରାଇଭରଙ୍କ ମୃତଦେହ ମିଳିଥିଲା । ଦୀର୍ଘ ବର୍ଷ ଧରି ଅଣଛାତ୍ର ମାନେ ବାଣୀବିହାର ହଷ୍ଟେଲକୁ କବ୍‌ଜା କରି ରଖିଥିବା ବେଳେ ଛାତ୍ରଙ୍କୁ ହଷ୍ଟେଲ ମିଳୁନାହିଁ । ଏନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ଅଣଛାତ୍ରଙ୍କୁ ବିଦା କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Operation Blue Star: Non-Students to Be Evicted from Utkal University Hostels | Argus News | Argus News