ସମସ୍ତେ ଆସନ୍ତୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରନ୍ତୁ -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଯାଇଛି ଶିଳ୍ପମହାକୁମ୍ଭ । ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଉତ୍କର୍ଷ ଓଡିଶା ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଉଦବୋଧନରେ କହିଛନ୍ତି ଯେ, ଆଜି ଆମ ପାଇଁ ଗର୍ବ ଓ ଗୌରବର ଦିନ । ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉତ୍କର୍ଷ ଓଡ଼ିଶାର ଶୁଭାରମ୍ଭ ହେଉଛି । ୭ ମାସ ମଧ୍ୟରେ ୫ ଥର ଓଡ଼ିଶା ଗସ୍ତ କରିଛନ୍ତି । ଏହା ହିଁ ଆପଣଙ୍କ ଓଡ଼ିଶା ପ୍ରତି ଆପଣଙ୍କ ଭଲ ପାଇବା ।
ପ୍ରଧାନମନ୍ତ୍ରୀ ସମସ୍ତ ଗସ୍ତରେ ଓଡ଼ିଶାକୁ କିଛି ନା କିଛି ଉପହାର ଆଣି ଆସିଥାନ୍ତି । ଆଜି ଏକ ବିଶେଷ ମୁହୂର୍ତ୍ତ । ଆଜି ଯେଉଁ ଉପହାର ଆଣି କି ଆସିଛନ୍ତି ତାହା ଆମ ରାଜ୍ୟର ଓଡ଼ିଶାର ଦିଶା ବଦଳାଇ ଦେବ । ପୂର୍ବଦୋୟ ଢାଞ୍ଚାର ଆଜି ଶୁଭାରମ୍ଭ ହେବାକୁ ଯାଉଛି । ସେଥିପାଇଁ ଆମେ ଆପଣଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ପୁଞ୍ଜି ନିବେଶକାରୀଙ୍କ ମନୋବଳ ବଢାଇବ ।
ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ । ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିବା ଏବଂ ୮ ଟି ଏମୟୁ ସ୍ବାକ୍ଷର କରିବା ଆମ ପାଇଁ ବହୁତ ବଡ଼ କଥା । ସମସ୍ତ ଶିଳ୍ପପତିଙ୍କ ପାଇଁ ଓଡ଼ିଶାର ଦ୍ୱାର ସବୁବେଳେ ଖୋଲା ରହିଛି । ସମସ୍ତେ ଆସନ୍ତୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରନ୍ତୁ ।
📱 Get Argus News App
✨ମାଲକାନଗିରି, ରାୟଗଡା, କେନ୍ଦୁଝର ଫୁଡ଼ ପ୍ରୋସେସିଂ ପାଇଁ ସମ୍ଭାବନା ରହିଛି । କେମିକାଲ ଓ ପେଟ୍ରୋକେମିକାଲ, ଫାର୍ମା, ସ୍କିଲଡ଼ି ଇନ ଓଡ଼ିଶା ଭଳି ପଦକ୍ଷେପ ନିଆଯାଇଛି । ଏହା ପ୍ରକୃଷ୍ଟ ସମୟ । ସମସ୍ତେ ଆସନ୍ତୁ ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ । ଆପଣଙ୍କୁ ଓଡ଼ିଶା ସ୍ୱାଗତ କରୁଛି ବୋଲି ନିଜ ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଆଜି 5ଟି ଓ ଆସନ୍ତାକାଲି 10ଟି ଅଧିବେଶନ ଅନୁଷ୍ଠିତ ହେବ । ଜାନୁଆରୀ 28-29 ଦୁଇ ଦିନ ଧରି 4ଟି ପ୍ଲେନାରି ସେସନ, 16ଟି ସେକ୍ଟରାଲ ସେସନ ଓ 4ଟି ଗୋଲଟେବୁଲ ବୈଠକ ରହିଛି । ମହାକୁମ୍ଭରେ 16 ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗ ଦେବେ ।