ଗୁରୁଗାଁଓର ମେଦାନ୍ତ ହସ୍ପିଟାଲରେ ହେବ ଉତ୍ତମ ମହାନ୍ତିଙ୍କ ଚିକିତ୍ସା

ଭୁବନେଶ୍ୱର: ଉତ୍ତମ ମହାନ୍ତିଙ୍କୁ କରାଗଲା ଏୟାରଲିଫ୍ଟ । ଗ୍ରୀନ୍ କରିଡର୍ ମାଧ୍ୟମରେ କିମସ୍ ହସ୍ପିଟାଲରୁ ସିଧାସଳଖ ନିଆଗଲା ଏୟାରପୋର୍ଟ । ଗୁରୁଗାଁଓରେ ଥିବା ମେଦାନ୍ତ ହସ୍ପିଟାଲରେ ହେବ ଉତ୍ତମ ମହାନ୍ତିଙ୍କ ଉନ୍ନତ ଚିକିତ୍ସା ।
ଲିଭର ସିରୋସିସ୍ ରେ ପୀଡ଼ିତ ଅଛନ୍ତି ବରିଷ୍ଟ ଅଭିନେତା ଉତ୍ତମ ମହାନ୍ତି । ଗତ ୩ ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହି ଖବର ପ୍ରକାଶ ପାଇବା ପରେ ଆଜି ହସ୍ପିଟାଲ ପରିସରରେ ବହୁ ନାମୀ ଦାମୀ କଳାକାରମାନଙ୍କ ଲମ୍ବା ଲାଇନ ଲାଗିଥିଲା ।
📱 Get Argus News App
✨ତେବେ 'ବୋଉ ବୁଟୁ ଭୂତ' ସିନେମାରେ ସ୍ତ୍ରୀ ଅପରାଜିତା ଓ ପୁଅ ବାବୁଶାନଙ୍କ ସହ ନଜର ଆସିବେ ଉତ୍ତମ ମହାନ୍ତି । ଉତ୍ତମ ମହାନ୍ତି ଏହି ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଥିଲେ। ସେଠାରେ ହିଁ ତାଙ୍କର ଦେହ ହଠାତ ଖରାପ ହୋଇଥିଲା । ତାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ଗତକାଲି ପୁଣି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା ।
70 ଦଶକରୁ ଦର୍ଶକଙ୍କ ଉପରେ ରାଜ୍ କରିଆସୁଛନ୍ତି ଉତ୍ତମ ମହାନ୍ତି । ତାଙ୍କ ଅନ୍ଦାଜ, ଷ୍ଟାଇଲ ଏବଂ ଅଭିନୟ ପାଇଁ ସେ ଆଜି ବି ଲୋକଙ୍କୁ ଦିୱାନା କରିଆସୁଛନ୍ତି । ଉତ୍ତମ ମହାନ୍ତି 1977 ମସିହାରେ 'ଅଭିମାନ' ଫିଲ୍ମ ସହ ଓଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଥିଲେ । ସେ ତାଙ୍କ କ୍ୟାରିଅରରେ ଓଡ଼ିଆ ଭାଷା ବ୍ୟତୀତ ବଙ୍ଗଳା ଓ ହିନ୍ଦୀରେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ସେ ମୋଟ 130ରୁ ଅଧିକ ଓଡ଼ିଆ ଫିଲ୍ମ, 30ଟି ବଙ୍ଗଳା ଏବଂ ଗୋଟିଏ ହିନ୍ଦୀ ସିନେମାରେ କାମ କରିଛନ୍ତି ।

