Videos
|
Odisha

୧୯୭୭ରେ ‘ଅଭିମାନ’ ଚଳଚ୍ଚିତ୍ରରୁ ଉତ୍ତମଙ୍କ ଅଭିନୟ କ୍ୟାରିୟର୍‌ ଆରମ୍ଭ ହୋଇଥିଲା

Ritu Das
Browse all articles by Ritu Das
·1 year ago·1 min read
୧୯୭୭ରେ ‘ଅଭିମାନ’ ଚଳଚ୍ଚିତ୍ରରୁ ଉତ୍ତମଙ୍କ ଅଭିନୟ କ୍ୟାରିୟର୍‌ ଆରମ୍ଭ ହୋଇଥିଲା

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦୀର୍ଘ ୩ଦଶନ୍ଧି ଧରି ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ। ମନଛୁଆଁ ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ସେ ଘରେଘରେ ପରିଚିତ ଥିଲେ। ୧୯୭୭ରେ ‘ଅଭିମାନ’ ଚଳଚ୍ଚିତ୍ରରୁ ଉତ୍ତମଙ୍କ ଅଭିନୟ କ୍ୟାରିୟର୍‌ ଆରମ୍ଭ ହୋଇଥିଲା।


୧୯୮୦ରେ ତାଙ୍କ ଅଭିନୀତ ‘ଦଣ୍ଡାବାଳୁଙ୍ଗା’ ଚଳଚ୍ଚିତ୍ର ତାଙ୍କୁ ଅନେକ ମାଇଲେଜ୍‌ ଦେଇଥିଲା। କେବଳ ନାୟକ ନୁହେଁ, ବଡ଼ଭାଇ, ବାପା ଭଳି ସମସ୍ତ ଭୂମିକାକୁ ଅତି ନିଖୁଣ ଭାବେ ନିଭାଇ ପାରୁଥିଲେ। ‘ଦଣ୍ଡାବାଳୁଙ୍ଗା’ର କାଳିଆ ଚରିତ୍ର ହେଉ ଅବା ‘ଉଦଣ୍ଡୀ ସୀତା’ର ସରପଞ୍ଚ ବାବୁ, ଗାଉଁଲି ଠାରୁ ସହରୀ ବାବୁ ପର୍ଯ୍ୟନ୍ତ ସମସ୍ତ ଭୂମିକାରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିଲେ ସୁପରଷ୍ଟାର୍‌ ଉତ୍ତମ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

‘ପୁଅ ମୋର କଳା ଠାକୁର’, ‘କଳାମାଣିକ’, ‘କପାଳ ଲିଖନ’, ‘ଉଦଣ୍ଡୀ ସୀତା’, ‘ତୁଣ୍ଡ ବାଇଦ’, ‘ଝିଅଟି ସୀତାପରି’, ‘ସକଳ ତୀର୍ଥ ତୋ ଚରଣେ’, ‘ପରଦେଶୀ ଚଢେଇ’, ‘ଜଗା ହାତରେ ପଘା’, ‘ଲକ୍ଷ୍ମଣରେଖା’, ‘କି ହେବ ଶୁଆ ପୋଶିଲେ’ ଭଳି ୧୩୫ଟି ଚଳଚ୍ଚିତ୍ରରେ ସେ ରଖିଯାଇଛନ୍ତି ତାଙ୍କ ଅଭିନୟର ସ୍ବାକ୍ଷର। ଏଥିସହ ୩୦ଟି ବଙ୍ଗଳା ଓ ହିନ୍ଦୀ ଫିଲ୍ମ ‘ନୟା ଜହର’ରେ ଉତ୍ତମ ପରଦାକୁ ଆସିଥିଲେ।


ସେହିପରି ‘ଯେ ପକ୍ଷୀ ଉଡ଼େ ଯେତେ ଦୂର’, ‘ସାରା ଆକାଶ’, ‘ପଣତକାନି’, ‘ଉତ୍ତରଦାୟୀ’ ଭଳି ଏକାଧିକ ଧାରାବାହିକରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ବେଶ୍‌ ଛୁଇଁଥିଲା। ଏଥିସହିତ ‘ଦଣ୍ଡାବାଳୁଙ୍ଗା’ ଚଳଚ୍ଚିତ୍ରର ‘ଦଣ୍ଡା ବାଳୁଙ୍ଗା ମୁଁ..’, କନ୍ୟାଦାନ ଚଳଚ୍ଚିତ୍ରର ‘ଗୋରୀ ଲୋ ଗୋରୀ..’, ‘ସିନ୍ଦୁର ମଥାରେ ତୋର’.., ଉଦଣ୍ଡୀ ସୀତାର ‘ସରପଞ୍ଚ ବାବୁ..’, ରଞ୍ଜନୀ ଗନ୍ଧାର ‘ତୁ ମୋର ସ୍ବପ୍ନର ସୁନେଲୀ ସନ୍ଧ୍ୟା..’, ପରଦେଶୀ ଚଢେଇର ‘ମତେ ତ ନେଇଚି ଟାଣି..’ ଭଳି ଅନେକ ହିଟ୍‌ ଗୀତ ଆଜିବି ଚିରସବୁଜ ହୋଇ ରହିଛି।

Uttam's acting career started in 1977 with the film 'Abhimaan'. | Argus News