Videos
|
Odisha

ଚିଲିକା ଆସିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

Ritu Das
Browse all articles by Ritu Das
·2 years ago
ଚିଲିକା ଆସିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

ଅର୍ଗସ ବ୍ୟୁରୋ: ପୁରୀ ସଂସଦୀୟ କ୍ଷେତ୍ର  ଚିଲିକା ବିଧାନସଭା କ୍ଷେତ୍ରକୁ ଆସନ୍ତା ୨୩ ତାରିଖରେ ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିଜେପି ପାଇଁ କରିବେ ପ୍ରଚାର। ସୂଚନା ଅନୁଯାୟୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୩ ତାରିଖ ଦିନ ଚିଲିକା ନିର୍ବାଚନ ମଣ୍ଡଳିକୁ ଆସିବେ। ଖୋର୍ଦ୍ଧା ଜିଲ୍ଲାର ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। 

ଏହି ଅବସରରେ ସେ ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ଭୋଟ ଭିକ୍ଷା କରିବେ। ଏଥି ପାଇଁ ଚଳଚଞ୍ଚଳ ହୋଇଉଠିଛି ଚିଲିକା ବିଜେପି। ବିଜେପି ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଚିଲିକାରେ ବିଜେପିକୁ ବେଶ ଫାଇଦା ଦେବ ବୋଲି ଦଳ ଆଶା କରିଛି। ପ୍ରଚାରର ଶେଷ ଦିବସରେ ଯୋଗୀ ଆଦିତ୍ୟନାଥଙ୍କୁ ଆଗମନକୁ  ଚିଲିକାରେ ମାଷ୍ଟରଷ୍ଟ୍ରୋକ ଖେଳିବ ଭାରତୀୟ ଜନତା ପାର୍ଟି।

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Uttar Pradesh Chief Minister | Argus News