Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏହି ଜିଲ୍ଲାରେ ଏକାଥରେ 5 ଦିନ ଛୁଟି...

Smruti Parija
Browse all articles by Smruti Parija
·10 months ago·1 min read
ଏହି ଜିଲ୍ଲାରେ ଏକାଥରେ 5 ଦିନ ଛୁଟି...

Key Points

3 ଜିଲ୍ଲାରେ ଶନିବାର ଛୁଟି

ଲୋକାଲ ହଲିଡେ ଘୋଷଣା କଲେ ଉତ୍ତରାଞ୍ଚଳ ଆରଡିସି

ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର ତିନି ଜିଲ୍ଲାରେ ଛୁଟି ଘୋଷଣା

ଶନିବାର 3 ଜିଲ୍ଲାରେ ଛୁଟି ଘୋଷଣା କଲେ ଉତ୍ତରାଞ୍ଚଳ ଆରଡିସି । ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର ଏହି ତିନି ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି । ନୂଆଁଖାଇ ପାଇଁ ଲୋକାଲ୍ ହଲିଡେ ହୋଇଛି । 28 ତାରିଖରେ ନୂଆଁଖାଇ ପଡୁଥିବାବେଳେ ପୂର୍ବରୁ ରାଜ୍ୟ ସରକାର 29 ତାରିଖ ବା ଶୁକ୍ରବାର ଛୁଟି ଘୋଷଣା କରିଥିଲେ । ତେବେ ଏବେ ପୁଣି ଉତ୍ତରାଞ୍ଚଳ ଆରଡିସି ଶନିବାର ଛୁଟି ଘୋଷଣା କରିଛନ୍ତି । ମୋଟି 5 ଦିନ ଏହି ଜିଲ୍ଲାରେ ଛୁଟି ।


ସେପଟେ ଛୁଟିକୁ ନେଇ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ପରିବାର , ସାଙ୍ଗସାଥୀଙ୍କ ସହ ବୁଲାବୁଲି ପ୍ଲାନିଂ ହୋଇଛି । ଦେଖିବାକୁ ଗଲେ ଏହି ତିନି ଜିଲ୍ଲାରେ ଏକାଥରେ 5 ଦିନ ଅର୍ଥାତ୍, ବୁଧ, ଗୁରୁ, ଶୁକ୍ର, ଶନି, ରବିବାର ଛୁଟି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
uttaranchal-rdc-declared-a-holiday-in-3-districts-on-saturday-argus-news | Argus News