Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତପନଙ୍କ ଉଦ୍ଧାର ପାଇଁ ଚିନ୍ତାରେ ପରିବାର ଲୋକେ 

Manini Pattanayak
Browse all articles by Manini Pattanayak
·2 years ago·2 min read
ତପନଙ୍କ ଉଦ୍ଧାର ପାଇଁ ଚିନ୍ତାରେ ପରିବାର ଲୋକେ 

ଭଦ୍ରକ : ସମୟ ଗଡି ଚାଲିଛି, ହେଲେ ସରୁନି ଉଧାର କାର୍ଯ୍ୟ । ସଫଳତା ର ଦ୍ୱାରଦେଶ ରେ ଥାଇ ମଧ୍ୟ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟା ବିଭିନ୍ନ କାରଣ ପାଇଁ ଅଟକି ରହିଛି । ଏମିତି ସମୟରେ ଟନେଲରେ ଫସିଥିବା ଶ୍ରମିକଙ୍କ ପାଇଁ ପରିବାର ଲୋକେ ଧର୍ଯ୍ୟହରା ହୋଇ ଅନାଇବସିଥିବା ବେଳେ ଅନେକ ସ୍ଥାନ ରେ ପୂଜାର୍ଚନା ସହ ଦୀପଦାନ କରାଯାଉଛି ।  ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସାନ କୃଷ୍ଣପୁର ପଂଚାୟତର ଚାଳିଶଚେନ ଗାଁ ର ତପନ ମଣ୍ଡଳ ଙ୍କ ପରିବାର ଏବେ ବି ଚିନ୍ତାରେ । 14 ଦିନ ଧରି ପୁଅ ଟନେଲ ଭିତରେ, ଟନେଲ ଭିତରୁ କଥା ହେଉଛନ୍ତି ତପନ , ଆଉ ଶୀଘ୍ର ଉଦ୍ଧାର ପାଇଁ ଭାଇ କୁ କହିଛନ୍ତି ।

ଏମିତି ସମୟ ରେ 3 ଦିନ ହେବ ଉଦ୍ଧାର ଶେଷ ହେବ ବୋଲି ଶୁଣିବା ପାଇଁ ମିଳୁଛି , କିନ୍ତୁ  ଉଦ୍ଧାର ହେଇ ପାରୁନାହାଁନ୍ତି  ଫସିଥିବା ଶ୍ରମିକ ।  କେବଳ ଭଦ୍ରକ ଜିଲ୍ଲା ର ତପନ ମଣ୍ଡଳ ନୁହେଁ ସମସ୍ତ 41 ଶ୍ରମିକ କେମିତି ଭଲ ରେ ଉଦ୍ଧାର ହୁଅନ୍ତୁ ସଭିଏଁ ଶୁଭ ମନାସୁଛନ୍ତି । ଗାଁ ଗାଁ ରେ ଏବେ ଲୋକେ ମନ୍ଦିର ରେ ଦୀପ ଦାନ କରୁଛନ୍ତି । ବାସୁଦେବପୁର ଶନି ମନ୍ଦିର ରେ ଗ୍ରାମବାସୀ ଏକାଠି ହୋଇ ଦୀପ ଦାନ କରି ଠାକୁର ଙ୍କ ନିକଟ ରେ ପାର୍ଥନା କରିଛନ୍ତି ।  ସମସ୍ତ ଙ୍କ ମନ ରେ ଗୋଟିଏ ଆଶା  ଶୀଘ୍ର ବିପଦ ରୁ ମୁକୁଳି ଯାଆନ୍ତୁ ସମସ୍ତ ଶ୍ରମିକ ।  କଥା ରେ ଅଛି ଧୀର ପାଣି ପଥର କାଟେ , ତେଣୁ ଏବେ ଶୁଭ ଖବର ପାଇଁ ସାମାନ୍ୟ ଧାର୍ଯ୍ୟ ର ଆବଶ୍ୟକତା ଅଛି । ଫସିଥିବା ଶ୍ରମିକ ମାନଙ୍କ ପାଇଁ ସାରା ବିଶ୍ୱବାସୀ ଙ୍କ ପାର୍ଥନା ସଫଳ ହେବ ନିଶ୍ଚିତ । ଏହି ବିଶ୍ୱାସ ଟିକିକୁ ନେଇ ଆମ କୁ ଆଉ କିଛି ସମୟ ଅପେକ୍ଷା କରିବା ପାଇଁ ପଡିବ ।

ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Despite being on the verge of success, the process of rescuing workers is stalled due to various reasons | Argus News