ISROରେ ସଚିବ ହେବା ପରେ CTTCକୁ ଭି. ନାରାୟଣନ୍ ପ୍ରଥମ ଗସ୍ତ
·1 year ago·1 min read

Key Points
ଭୁବନେଶ୍ୱରରେ ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍
ଛାତ୍ରଛାତ୍ରୀଙ୍କ ସହ ଭେଟ କରିଛନ୍ତି ଭି. ନାରାୟଣନ୍
ଭୁବନେଶ୍ବର CTTC ରେ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ବା ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ । CTTCରେ ପହଞ୍ଚି ୱାର୍କସପ ବୁଲିବା ସହ , ଛାତ୍ରଛାତ୍ରୀଙ୍କ ସହ ଭେଟ କରିଛନ୍ତି । ISRO ରେ ସଚିବ ହେବା ପରେ ଏହା ହେଉଛି CTTC କୁ ତାଙ୍କର ପ୍ରଥମ ଗସ୍ତ । ଏହି ଅବସରରେ ଡକ୍ଟର ଭି. ନାରାୟଣନ୍ କହିଛନ୍ତି ଏବେ ଇସ୍ରୋ ଚନ୍ଦ୍ରାୟନ ୪ ଓ ଚନ୍ଦ୍ରାୟନ-୫ ଉପରେ କାମ କରୁଛି । ଚନ୍ଦ୍ରାୟନ ୪ ଏକ ସାମ୍ପୁଲ କଲେକ୍ସନ ମିଶନ ଭାବେ ଯିବ ।
ପ୍ରଥମ ଥର ଲାଗି ଏହି ମିଶନ ଚନ୍ଦ୍ରରୁ ନମୂନା ସଂଗ୍ରହ କରି ଭାରତକୁ ଫେରିବ । ସେପଟେ ମହାକାଶରେ ନିଜସ୍ଵ ସ୍ପେସ ଷ୍ଟେସନ୍ ବିକାଶ କରୁଛି ଇସ୍ରୋ । ସ୍ପେସ ଷ୍ଟେସନ୍ ର ଓଜନ୍ ୫୨ ଟନ୍ ରହିବ । ୫ ଥରରେ ପଠାଯିବ ସ୍ପେସ ଷ୍ଟେସନ୍ ର ମଡ୍ୟୁଲ୍ । ୨୦୨୮ରେ ପ୍ରତିଷ୍ଠା ହେବ ପ୍ରଥମ ଭାରତ ସ୍ପେସ ଷ୍ଟେସନ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: