Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାର୍ବଣ ପାଇଁ ଆକ୍ସନ ମୁଡରେ ଅବକାରୀ ବିଭାଗ

Rashmita Mishra
Browse all articles by Rashmita Mishra
·1 year ago
ପାର୍ବଣ ପାଇଁ ଆକ୍ସନ ମୁଡରେ ଅବକାରୀ ବିଭାଗ

ଅର୍ଗସ ବ୍ୟୁରୋ: ପାର୍ବଣ ପାଇଁ ଆକ୍ସନ ମୁଡରେ ଅବକାରୀ ବିଭାଗ । 13 ତାରିଖ ପର୍ଯ୍ୟନ୍ତ ରାତି 12ଟା ପରେ ରାଜଧାନୀରେ ବିକ୍ରି କରିପାରିବେନି ମଦ । ଭସାଣି ପାଇଁ 14 ତାରିଖ ଦିନ ମଧ୍ୟ ରାଜଧାନୀରେ ମଦ ବିକ୍ରି ବନ୍ଦ । ଭୁବନେଶ୍ବରର ସମସ୍ତ ମଦ ବିକ୍ରୟ ଅନୁମତିପ୍ରାପ୍ତ ମଦ ଦୋକାନ, ବାର୍ ଓ ପବ୍, ରୋସ୍ତୋରାଁ, ହୋଟେଲ ଓ କ୍ଲବ ସମେତ ମିଲିଟାରୀ କ୍ୟାଣ୍ଟିନ, ବିୟର ପାର୍ଲର, ଭାଙ୍ଗ ଦୋକାନ ମଧ୍ୟ ବନ୍ଦ ରଖିବାକୁ ଅବକାରୀ ଭୁବନେଶ୍ବର ଅଧିକ୍ଷକଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି । କୌଣସି ମଦ ଦୋକାନ ବା ଏପରି ଅନୁମତିପ୍ରାପ୍ତ ବିକ୍ରେତା ଏହି ନିୟମ ଉଲ୍ଲଂଘନ କଲେ ହେବ କାର୍ଯାନୁଷ୍ଠାନ । ସେଥିପାଇଁ କଣ୍ଟ୍ରୋଲ ରୁମ୍ ସହ ତିନୋଟି ଏନଫୋର୍ସମେଣ୍ଟ ସ୍କ୍ବାଡ ଗଠନ କରିଛି ଅବକାରୀ ବିଭାଗ । ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିବେ ଦୁଇ ଜଣ ଡେପୁଟି ସୁପରିଟେଣ୍ଡେଣ୍ଟ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vacancy section in action mood for parvan | Argus News