Vani Vihar ଜର୍ଣ୍ଣାଲିଜିମ ଆଲୁମିନି ବାର୍ଷିକୋତ୍ସବ, ଏକାଠି ହେଲେ ଖାଇଲେ..ଧୁମ ମସ୍ତି କଲେ...

ଅର୍ଗସ ବ୍ୟୁରୋ: ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗ ଆଲୁମିନି ବୈଠକ କ୍ୟାମ୍ପସ୍ ପରିସରସ୍ଥିତ ଗ୍ଲାସ୍ କ୍ୟାଣ୍ଟିନ୍ଠାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଗଣମାଧ୍ୟମ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକତା ବିଭାଗର ଶତାଧିକ ପୁରାତନ ଛାତ୍ରଛାତ୍ରୀ ଏକତ୍ରୀତ ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୁରାତନ ଛାତ୍ର ତଥା ‘ସମାଜ’ ପ୍ରକାଶକ ଓ ମୁଦ୍ରାକାର ଡ. ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି, ସାମ୍ବାଦିକତା ଏକ ସେବା ଓ ସେଥିପାଇଁ ନିଷ୍ଠା ଓ ଦୃଢ଼ ମନୋବଳ ଆବଶ୍ୟକ।
ଅର୍ଥ ପଛରେ ନଗୋଡ଼ାଇ ଲୋକଙ୍କ ସେବାକୁ ପ୍ରାଥମିକତା ଦେବା ସମସ୍ତଙ୍କ ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ। ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ଜରୁରୀ। । ବିଜେପି ରାଜ୍ୟ ମୁଖପାତ୍ର ଅନିଲ୍ ବିଶ୍ବାଳ ଓ ଅଧ୍ୟାପକ ଭି.ରାଜୁ ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗକୁ ନିୟମିତ ବିଭାଗ ମାନ୍ୟତା ପ୍ରଦାନ ଆବଶ୍ୟକ ବୋଲି କହିଲେ। ସବୁଠାରୁ ବଡ଼ କଥା ହେଲା, କାର୍ଯ୍ୟକ୍ରମ ସମୟରେ ଲଗାତର ବର୍ଷା ହେଉଥିଲା । ହେଲେ ଏହି ବର୍ଷା କାହାରିକୁ ଘରେ ଅଟକେଇ ପାରିଲା ନାହିଁ । ଶଧାଧିକ ପୁରାତନ ଛାତ୍ରଛାତ୍ରୀ ନିଜର ବହୁମୂଲ୍ୟ ସମୟ ବାହାର କରି କାର୍ଯ୍ୟକ୍ରମରେ ଯୋଗଦେଥିଲେ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: