Videos
|
Odisha

ତଳଖରାଡବାବାସୀଙ୍କୁ ବସୁଧା ଧୋକା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ତଳଖରାଡବାବାସୀଙ୍କୁ ବସୁଧା ଧୋକା

ଦୁର୍ଗମରେ ବସୁଧା ପ୍ରହସନର ବାସ୍ତବ ଚିତ୍ର ହେଉଛି ତଳଖରାଡବା। ଏଠି ଯୋଜନା ପହଞ୍ଚିଛି ହେଲେ ପିଇବାକୁ ଲୋକ ପାଉ ନାହାନ୍ତି ପାଣି। ଦେଖୁ ନାହାନ୍ତି ଗାଁ ଦାଣ୍ଡରେ ଷ୍ଟାଣ୍ଡପୋଷ୍ଟ ଲାଗିଛି ହେଲେ ପାଣି ବାହାରୁନି। ଯୋଜନା ଥାଇବି ପାଣି ପାଇଁ ପାହାଡ ଚଢୁଛନ୍ତି ଗ୍ରାମବାସୀ। ତାହା ପୁଣି ନାଳ ପାଣି ସଂଗ୍ରହ ପାଇଁ। ନାଳ ଏମିତି ଯେଉଁଠି ଗୋଧୋଇବା ସହ ଶୌଚ ହେଉଛନ୍ତି ମାତ୍ର ପାଣିର ବିକଳ୍ପ ନଥିବାରୁ ଏହି ପାଣି ଆଣି ପିଇବା ପାଇଁ ବ୍ୟବହାର କରୁଛନ୍ତି ଅଞ୍ଚଳବାସୀ।

କୋରାପୁଟ ପଟ୍ଟାଙ୍ଗି ଚନ୍ଦକା ପଞ୍ଚାୟତର ତଳଖରାଡବା । ଗାଁରେ ୩୫ ପରିବାର ବସବାସ କରୁଛନ୍ତି। ମାତ୍ର ଜଳ ୟୋଗାଣ ବ୍ୟବସ୍ଥା କହିଲେ ପୁରା ଫେଲ୍। ଗାଁରେ ଗୋଟିଏ ନୋଳକୂପ ଅଛି କିନ୍ତୁ ତାହା ଅଚଳ। ଷ୍ଟାଣ୍ଡପୋଷ୍ଟ ଲାଗିଛି କିନ୍ତୁ ବାହାରୁନି ପାଣି ଫଳରେ ବିଲପାହାଡ଼ ଡେଇଁ ନାଳର ଦୂଷିତ ପାଣି ଆଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ।

ବହୁ ଦାବି ପରେ ଗାଁରେ ପାଇପ ବିଛା ଯାଇ ଷ୍ଟାଣ୍ଡପୋଷ୍ଟ ଲାଗିଲା ହେଲେ ଲୋକେ ପାଇଲେନି ପିଇବା ପାଣି । ବିଶୁଦ୍ଧ ପିଇବା ପାଣି ଆଶା ଆଶାରେ ରହିଗଲା। ତେବେ ନୂଆ ସରକାର ଦାବି ପୁରଣ କରିବେ ବୋଲି ଆଶା ରଖିଛନ୍ତି ତଳଖରାଡବାବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
vasudha-scam-to-telasakharadaba-residents | Argus News