Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବସୁଧା ଯୋଜନା ସମ୍ପୂର୍ଣ୍ଣ ଫେଲ୍, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୂଅ ପାଣି

Odisha

ବସୁଧା ଯୋଜନା ସମ୍ପୂର୍ଣ୍ଣ ଫେଲ୍, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୂଅ ପାଣି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବସୁଧା ଯୋଜନା ସମ୍ପୂର୍ଣ୍ଣ ଫେଲ୍, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୂଅ ପାଣି

Key Points

ବସୁଧା ଯୋଜନାର ବାସ୍ତବତା
ଗୋଳିଆ ପାଣି ଭରସାରେ ରେଙ୍ଗାଡ଼ବେଡା
ପ୍ରହସନ ପାଲଟିଛି ସରକାରୀ ଯୋଜନା
ବସୁଧା ଯୋଜନା ସମ୍ପୂର୍ଣ୍ଣ ଫେଲ୍
ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୂଅ ପାଣି

ପାହାଡ ଘେରା ଅଭିଶପ୍ତ ଜଙ୍ଗଲୀ ଗାଁ । ବାମନଘାଟୀ ଉପଖଣ୍ଡରୁ ଚାଳିଶ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ବିଜାତଳା ବ୍ଲକ ଚଢେ଼ଇପାହାଡ଼ି ପଞ୍ଚାୟତର ରେଙ୍ଗାଡ଼ବେଡା । ଯେଉଁଠି ଲୋକଙ୍କୁ ବର୍ଷ ତମାମ ଘାରିଥାଏ ଜଳ ଦୁର୍ଦଶା । କାରଣ କାମରେ ଆସୁନି ଲକ୍ଷାଧିକ ଟଙ୍କାରେ ନିର୍ମିତ ଜଳ ପ୍ରକଳ୍ପ। ଆଜିବି ପାଣି ପାଇଁ ପରିତ୍ୟକ୍ତ କୂଅ ଭରସାରେ ଅଞ୍ଚଳବାସୀ। ଏଥିପାଇଁ ବି ଗାଁର ମହିଳାଙ୍କୁ ବହୁ ବାଟ ଚାଲିବାକୁ ପଡିଥାଏ। ଖରାବର୍ଷ ଏମିତିକି ବର୍ଷ ତମାମ ପାନୀୟ ଜଳ ପାଇଁ ଏହି କୂଅ ଭରସାରେ ଅଞ୍ଚଳବାସୀ।

ପାଞ୍ଚ ବର୍ଷ ପୂର୍ବରୁ ଗାଁରେ ନିର୍ମିତ ହୋଇଥିଲା ଲକ୍ଷାଧିକ ଟଙ୍କାରେ ବସୁଧା ପ୍ରକଳ୍ପ। କିନ୍ତୁ ଆଜି ପର୍ଯ୍ୟନ୍ତ ସରିଲାନି ପ୍ରକଳ୍ପ କାମ। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ମନ୍ଥର ଗତିରେ ପ୍ରକଳ୍ପ କାମ ଚାଲିଛି । ଅପରପକ୍ଷରେ ପ୍ରକଳ୍ପ କାମ ନିମ୍ନମାନ ହେଉଥିବା ଅଭିଯୋଗ ହୋଇଛି। ନିମ୍ନମାନର କାମ ପାଇଁ ଷ୍ଟାଣ୍ଡପୋଷ୍ଟ ସବୁ ନଷ୍ଟ ହେବାକୁ ବସିଲାଣି। ଏନେଇ ଗ୍ରମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେବି ଅଭିଯୋଗ ଶୁଣିବାକୁ କେହି ନାହାନ୍ତି।

ଦୁର୍ଗମରେ ବସୁଧା ପ୍ରତାରଣାର ବାସ୍ତବତା ବଖାଣୁଛି ଏହି ଚିତ୍ର । ଅପହଞ୍ଚ ଅଞ୍ଚଳରେ ଯୋଜନା ପହଞ୍ଚିବି ନଥିବା ସହ ସମାନ। ଟଙ୍କା ଖର୍ଚ୍ଚ ପରେବି ସରକାରୀ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vasudha-yojana-is-a-complete-failure-water-from-abandoned-wells-is-quenching-thirst | Argus News