Videos
|
Odisha

ବେଦାନ୍ତ ବେଆଇନ ଫ୍ଲାଏ ଆସ୍ ଡମ୍ପିଂ ମାମଲା, କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବେଦାନ୍ତ ବେଆଇନ ଫ୍ଲାଏ ଆସ୍ ଡମ୍ପିଂ ମାମଲା, କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ

ବେଦାନ୍ତ ବେଆଇନ ଫ୍ଲାଏ ଆସ୍ ଡମ୍ପିଂ ମାମଲା। କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ପାଉଁଶ ଡମ୍ପିଂ ହୋଇଥିବା ସ୍ଥାନ ସବୁ ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଝାରସୁଗୁଡ଼ା ସ୍ଥିତ ବେଦାନ୍ତ କମ୍ପାନୀ ଦ୍ୱାରା ବେଆଇନ ଫ୍ଲାଏ ଆସ୍ ଡମ୍ପିଂ ଉପରେ ଗତ ୧୨ ଅକ୍ଟୋବର ୨୦୨୪ ରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ଅଭିଯୋଗ କରିଥିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଅଭିଯୋଗ ପାଇବା ପରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନଙ୍କୁ ନେଇ ଗଠିତ ଏକ କମିଟି ତଦନ୍ତ କରିବା ନିର୍ଦ୍ଦେଶ ଦେବାପରେ କମିଟି ତଦନ୍ତ କରି ରିପୋର୍ଟ ଦାଖଲ କରିଛନ୍ତି । 


କମିଟି ତଦନ୍ତ ପରେ ଜାଣିପାରିଛି ଯେ ବେଦାନ୍ତ କମ୍ପାନୀ ବେଆଇନ ପାଉଁଶ ପକାଇବାର ଲିପ୍ତ ଅଛି ଏବଂ ଏହି କାର୍ଯ୍ୟ ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପୂର୍ବରୁ ବେଦାନ୍ତ କମ୍ପାନୀ ଉପରେ ପରିବେଶଗତ କ୍ଷତିପୂରଣ ଫାଇନ ମଧ୍ୟ କରାଯାଇଛି । ଜିଲ୍ଲାରେ ବେଆଇନ ଭାବେ ପକାଯାଇଥିବା ପାଉଁଶ ତୁରନ୍ତ କାଢ଼ିବାକୁ ଏବଂ ପାଉଁଶ ଡମ୍ପିଂ ହୋଇଥିବା ସ୍ଥାନଗୁଡ଼ିକୁ ସଫା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କେନ୍ଦ୍ର ମନ୍ତ୍ରୀ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
vedanta-illegal-fly-ash-dumping-case-union-forest-and-environment-minister-orders-action | Argus News