Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୂର୍ବ ବିଜେଡି ସରକାରରେ ଆଇନକୁ ଫୁ କରିଥିଲା ବେଦାନ୍ତ

Rashmita Mishra
Browse all articles by Rashmita Mishra
·1 year ago·2 min read
ପୂର୍ବ ବିଜେଡି ସରକାରରେ ଆଇନକୁ ଫୁ କରିଥିଲା ବେଦାନ୍ତ

Key Points

ଯାହା କହିଲେ ବି ବେଦାନ୍ତର ବେଖାତିର
କେନ୍ଦ୍ର ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ମଧ୍ୟ ପାଳନ କରୁନାହିଁ
ବେଆଇନ ପାଉଁଶ ପକା ବନ୍ଦ ନିର୍ଦ୍ଦେଶ ଥିଲେ ବି ଵେଦାନ୍ତ ଶୁଣୁନି
ପୂର୍ବରୁ ବିଜେଡି ଲିଙ୍କ୍‌ରେ କରୁଥିଲା ବେଆଇନ କାମ
ପୂର୍ବ ବିଜେଡି ସରକାରରେ ଆଇନକୁ ଫୁ କରିଥିଲା ବେଦାନ୍ତ

କଟକଣାକୁ ବେଖାତିର କରୁଛି ବେଦାନ୍ତ । ଝାରସୁଗୁଡା ବେଦାନ୍ତ କମ୍ପାନୀ ନିଜ ଇଚ୍ଛାରେ ବେଆଇନ ପାଉଁଶ କାରାବାର ଚଲାଇଛି । ବେଆଇନ ପାଉଁଶ ଚାଲାଣରେ ସମ୍ବଲପୁର ପୋଲିସ ୨୩ ଟି ହାଇଓ୍ଵା ଜବତ କରିବା ପରେ ଏବେ ଏକ ଆଉ ଏକ ନିର୍ଦ୍ଦେଶ ମାନି ନଥିବା ତଥ୍ୟା ସାମ୍ନାକୁ ଆସିଛି ।

ପୂର୍ବରୁ ଝାରସୁଗୁଡା ଜିଲ୍ଲାରେ ବେଦାନ୍ତ କମ୍ପାନୀ ବେଆଇନ ପାଉଁଶ ପକାଇବା ନେଇେ ୨୦୨୪ ଅକ୍ଟୋବର ୧୨ରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ଜଙ୍ଗଳ ପରିବେଶ ଓ ଜଳବାୟୁ ପରିବତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କୁ ନେଇ କମିଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେଵେ କମିଟି ତଦନ୍ତ କରି ରିପୋର୍ଟ ଦାଖଲ ପରେ ଜିଲ୍ଲାରେ ବେଆଇନ ଭାବେ ପଡୁଥିବା ପାଉଁଶ ତୁରନ୍ତ କାଢ଼ିବାକୁ ନିର୍ଦ୍ଦେଶ ଥିଲା । ପାଉଁଶ ଡ଼ମ୍ପିଂ ହୋଇଥିବା ସ୍ଥାନଗୁଡ଼ିକୁ ସଫା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କେନ୍ଦ୍ର ମନ୍ତ୍ରୀ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଥିଲେ ମଧ୍ୟ ବେଦାନ୍ତ କମ୍ପାନୀ ଏହାକୁ ଖାତିର କରିନାହିଁ ।

ପୂର୍ବରୁ ଵେଦାନ୍ତ କମ୍ପାନୀ ବିଜେଡି ଲିଙ୍କ୍‌ରେ କରୁଥିଲା ବେଆଇନ କାମ । ପୂର୍ବ ବିଜେଡି ସରକାରରେ ଆଇନକୁ ଫୁ କରିଥିଲା ବେଦାନ୍ତ । ସେତେବେଳେ ପ୍ରଶାସନ ବି କିଛି ଶୁଣୁନଥିଲା । ବିଜେପି ସରକାରଙ୍କ ନୀତି ପୁରା ସ୍ପଷ୍ଟ । ଏବେ ସମ୍ବଲପୁର ଏସ୍‌ପି କହିଛନ୍ତି, 23 ଗାଡି ଜବତ ମାମଲାରେ ତୁରନ୍ତ ହେବ କାର୍ଯ୍ୟାନୁଷ୍ଠାନ । ଅନ୍ୟପଟେ ବେଆଇନ ପାଉଁଶ ପକାଇବା ନେଇ ପ୍ରଦ୍ୟୁଷଣ ବିଭାଗ କେବଳ ଫାଇନରେ ସୀମିତ ରହିଛି । ଯାହା ଫଳରେ ଵେଦାନ୍ତ କମ୍ପାନୀ ମନ ଇଚ୍ଛା ବେଆଇନ ପାଉଁଶ କାରବାର ଚଲାଇଛି ।

ସମ୍ବଲପୁରରେ ୨୩ ଟି ହାଇଓ୍ବା ଜବତ ଘଟଣାରେ ଖୁବଶୀଘ୍ଲ ପୋଲିସ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏକଥା ଏସପି ସ୍ପଷ୍ଟ କରିବା ପରେ ଅପେକ୍ଷା କେବେ ହେଉଛି କାର୍ଯ୍ୟାନୁଷ୍ଠାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vedanta-violated-the-law-during-the-previous-bjd-government | Argus News