Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପରିବା ବଜାରରେ 'ମିଗଜୋମ' ଇଫେକ୍ଟ

Manini Pattanayak
Browse all articles by Manini Pattanayak
·2 years ago·1 min read
ପରିବା ବଜାରରେ 'ମିଗଜୋମ' ଇଫେକ୍ଟ

ଭୁବନେଶ୍ୱର:  ବାତ୍ୟା ମିଗଜୋମ ପ୍ରଭାବରେ ଗଲା ତିନି ଦିନ ଧରି ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ କିଛି କିଛି ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ ହୋଇଥିବା ବେଳେ ପରିବା ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପରିବା ଦରରେ ସାମାନ୍ୟ ବୃଦ୍ଧି ଘଟିଛି, ଆଜି ବାଇଗଣ କେଜି ପିଛା ୪୦ରୁ ୬୦ଟଙ୍କା ରହିଥିବା ବେଳେ ବିନ୍ସ କିଲୋ ପ୍ରତି ୬୦ରୁ ୭୦, କ୍ୟାପ୍ସିକମ୍ କିଲୋ ପ୍ରତି ୫୦ରୁ ୭୦, ଶିମ୍ବ କେଜି ପିଛା ୫୦, ଜହ୍ନି କେଜି ପିଛା ୫୦ ଏବଂ ଫୁଲକୋବି ଗୋଟିଏର ଦର ୪୦ଟଙ୍କା ରହିଛି।  ଅଧିକ ଦରରେ ଘରକୁ ପରିବା କିଣି ନେଇଛନ୍ତି ଗ୍ରାହକ।

କାର୍ତ୍ତିକ ମାସ ପରେ ଏବେ ବାତ୍ୟା କାରଣରୁ ପୁଣିଥରେ ପରିବା ଦରବୃଦ୍ଧି ଆଶଙ୍କା କରାଯାଉଛି। ବର୍ତମାନ ପରିସ୍ଥିତିରେ ଲୋକାଲ ପରିବା ଦରରେ ବିଶେଷ ବୃଦ୍ଧି ଘଟିବ ନାହିଁ। ତେବେ ବାତ୍ୟା ପ୍ରଭାବିତ ଆନ୍ଧ୍ର ପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶାରୁ ଆମଦାନୀ ହେଉଥିବା କଞ୍ଚା ପରିବା ଦର ଆଗାମୀ ଦିନରେ ବୃଦ୍ଧି ଘଟିବା ନେଇ ଆକଳନ କରିଛନ୍ତି ପରିବା ବ୍ୟବସାୟୀ।...
ଶୀତ ଋତୁ ଆରମ୍ଭରେ ବାତ୍ୟା ଜନିତ ଅଦିନିଆ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ପରିବା ଦର। ସପ୍ତାହେ ଦୁଇ ସପ୍ତାହ ପରେ ପରିବା ଦର ସ୍ବଭାବିକ ହେବାନେଇ ଆଶା ରଖିଛନ୍ତି ଗ୍ରାହକ ଓ ବ୍ୟବସାୟୀ।
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vegetable hike in bhubaneswar odisha | Argus News