Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

50 ତଳକୁ ପରିବା ନାହିଁ...

Smruti Parija
Browse all articles by Smruti Parija
·1 year ago·2 min read
50 ତଳକୁ ପରିବା ନାହିଁ...

କଟକ:  କାର୍ତ୍ତିକ ମାସ ଆରମ୍ଭରୁ ପରିବା ବଜାରରେ ଲାଗିଲାଣି ନିଆଁ । ବିଲାତି, ପୋଟଳ, ବିନ୍ସ ଠାରୁ ଆରମ୍ଭ କରି ବନ୍ଧା କୋବି ପର୍ଯ୍ୟନ୍ତ ସବୁ ର ଦର ଆକାଶ ଛୁଆଁ । ଫସଲ କମ୍ ହେଉଥିବା କାରଣରୁ ଓ ବାହାରୁ ଆସୁଥିବା ପରିବାର ଆମଦାନୀ କମ ହେଉଥିବା କାରଣରୁ ଏହିଭଳି ଦର ବୃଦ୍ଧି ପାଉଥିବା କଥା କହିଛନ୍ତି ଖୁଚୁରା ପରିବା ବ୍ୟବସାୟୀ । ଅନ୍ୟପଟେ ବଜାରକୁ ପରିବା କିଣିବାକୁ ଆସୁଥିବା ଗ୍ରାହକମାନେ ଉଚ୍ଚା ଦରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଆକାଶ ଛୁଆଁ । କାର୍ତ୍ତିକ ମାସରେ ସାଧାରଣତଃ ପରିବା ଦର ଉଚ୍ଚା ଥାଏ । ମାତ୍ର ଛତ୍ର ବଜ଼ାର ପରିବା ମଣ୍ଡିରେ ପନିପରିବା ଦର ଅହେତୁକ ବୃଦ୍ଧି ଗ୍ରହାକଙ୍କ ଚିନ୍ତା ବଢାଇଛି । ଯେହେତୁ ଆଜିଠାରୁ ପବିତ୍ର କାର୍ତ୍ତିକ ମାସ ତେଣୁ ଆଜିଠାରୁ ଅଧିକାଂଶ ଘରେ ଆମିଷ ପଶିବା ବନ୍ଦ ହୋଇ ଯାଇଥାଏ। ଘରେ ଦୈନିକ ଖାଇବା ପାଇଁ ଅଧିକ ପନି ପରିବା ଉପରେ ଆବଶ୍ୟକ ହୋଇଥାଏ। ଆଜି କୌଣସି ପରିବା ଦର ୫୦ ତଳକୁ ମିଳୁ ନାହିଁ। 

ଦୈନିକ ରୋଷେଇ ଘରେ ଆବଶ୍ୟକ ପଡ଼ୁଥିବା ବିଲାତି 70 ରୁ80 ଟଙ୍କା, ବାଇଗଣ 70 ଟଙ୍କା, ପୋଟଳ 50 ଟଙ୍କା , ବନ୍ଧା କୋବି 50 ଟଙ୍କା  , ଜହ୍ନି 70 ଟଙ୍କା ବିନ 120, ଝୁଡଙ୍ଗ 70 କିଲୋ ପ୍ରତି ରହିଛି।କେବଳ ଅମୃତ ଭଣ୍ଡା  25 ଆଳୁ 30 ଟଙ୍କା ପର୍ଯ୍ୟନ୍ତ କିଲୋ ପ୍ରତି ରହିଛି। ଅଦା ଓ ରସୁଣ କିଲୋ ୩୦୦ ପାର୍। ସ୍ଥାନୀୟ ଅଞ୍ଚଳରୁ ଅଧିକ ପନିପରିବା ଆସି ପାରୁନାହିଁ ଓ ବାହାର ରାଜ୍ୟ ମାନଙ୍କ ରୁ ଫସଲ କମ ହେଉଥିବା କାରଣରୁ ଓଡ଼ିଶାକୁ ଆସୁଥିବା ପରିବା ଅଧିକ ଆସି ପାରିନାହିଁ । ଯାହା ଫଳରେ କମ୍ ଆମଦାନୀ ହେଉଥିବା କାରଣରୁ ଅଧିକ ଦର ରେ ବିକ୍ରି ହେଉଥିବା କଥା କହିଛନ୍ତି ବ୍ୟବସାୟୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vegetable-price-hike-in-the-month-of-kartika | Argus News