Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଦ୍ରକରେ ବେଆଇନ ଗୋରୁ ବୋଝେଇ ଗାଡି ଜବତ

Rashmita Mishra
Browse all articles by Rashmita Mishra
·1 year ago
ଭଦ୍ରକରେ ବେଆଇନ ଗୋରୁ ବୋଝେଇ ଗାଡି ଜବତ

ଭଦ୍ରକରେ ବେଆଇନ ଗୋରୁ ବୋଝେଇ ଗାଡି ଜବତ । ୨୮ରୁ ଅଧିକ ଗୋରୁ ଜବତ । ବିଳମ୍ବିତ ରାତିରେ ଭଦ୍ରକ ସିଟି ଡ଼ିଏସପିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରି ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଛି । ବିଳମ୍ବିତ ରାତିରେ ତିହିଡିରୁ ଗୁଜିଦରଡ଼ା ଯାଉଥିବା ସମୟରେ ଏକ ଗୋରୁ ବୋଝେଇ ପିକଅପ ଗାଡିକୁ ପୋଲିସ ପିଛା କରିଥିଲା ।

ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଓଲଟିପଡ଼ିଥିଲା ପିକଅପ ଭ୍ୟାନ । ସେଥିରେ ଥିବା ୮ଟି ଗୋରୁ ଉଦ୍ଧାର ହୋଇଛି । ସେପଟେ ପୁରୁଣା ବଜ଼ାର ଥାନା ମିର୍ଜାପୂର ନିକଟରେ ପିକଅପ ଭ୍ୟାନ ସହ ୨୦ ଗୋରୁ ଉଦ୍ଧାର ହୋଇଛି । ତିନି ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରୁଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vehicle-seized-with-illegal-cattle-in-bhadrak | Argus News