Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Update / ଭେଣ୍ଡିଂ ଜୋନ ନାଁରେ ଖାଇଗଲେ କୋଟି କୋଟି ଟଙ୍କା !

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଭେଣ୍ଡିଂ ଜୋନ ନାଁରେ ଖାଇଗଲେ କୋଟି କୋଟି ଟଙ୍କା !

Key Points

ଭେଣ୍ଡିଂ ଜୋନ ନାଁରେ ଭଣ୍ଡେଇ ଦେଲେ ପୂର୍ବ ସରକାର !
ଭେଣ୍ଡିଂ ଜୋନ ନାଁରେ ଖାଇଗଲେ କୋଟିକୋଟି ଟଙ୍କା !
ରାସ୍ତା ଉପରେ ଉଠା ଦୋକାନୀ

କଥାରେ ଅଛି ‘ସରକାର କା ମାଲ୍ ଦରି ଆମେ ଡାଲ୍' । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ବାଲେଶ୍ଵର ସହରରେ। ମ୍ୟୁନିସିପାଲଟିର ବେପରୁଆ କାମ ଏବଂ ଅମାନିଆ ଲୋକଙ୍କ ପାଇଁ ସରକାରଙ୍କର କୋଟି କୋଟି ଟଙ୍କା ପାଣିରେ ପଡ଼ିବାକୁ ଯାଉଛି । ଏବେଠୁ ସତର୍କ ନ ହେଲେ ସହରର ଆଇଟିଆଇ ଛକ ନିକଟରେ ନିର୍ମାଣ ହୋଇଥିବା ଭେଣ୍ଡି ଜୋନ୍‌ର ଏକାଧିକ କ୍ୟାବିନ୍ ସମ୍ପୂର୍ଣ ନଷ୍ଟ ହୋଇ ଭୂତକୋଠି ପାଲଟିବ କିଛି ବିଚିତ୍ର ନୁହେଁ ।


ବାଲେଶ୍ଵର ସହରରେ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ମୁନିସିପାଲିଟି ପକ୍ଷରୁ ଆଇଟିଆଇ ଛକରେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଗଲା। ଉଦ୍ଦେଶ୍ୟ ଥିଲା କଚେରୀ ଛକ, ଫାଣ୍ଡି ଛକରେ ରାସ୍ତା କଡରେ ଯେଉଁ ଉଠାଦୋକାନୀ ବସୁଥିଲେ ସେମାନଙ୍କୁ ସ୍ଥାନାନ୍ତରଣ କରାଯାଇ ଏହି ଭେଣ୍ଡିଂ ଜୋନ୍‌ରେ ଥଇଥାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଉଚ୍ଛେଦ କରାଯାଇଥିବା ବ୍ୟବସାୟୀଙ୍କ ପାଇଁ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ‘ଏ'ରୁ ‘ଡି’ ଭାବେ ୬ଟି ବ୍ଳକରେ ସମୁଦାୟ ୧୨୬ଟି ଦୋକାନ ଗୃହ ନିର୍ମାଣ କରାଯାଇଛି। ମାତ୍ର ବର୍ଷେରୁ ଅଧିକ ସମୟ ହେଲାଣି ଭେଣ୍ଡି ଜୋନ୍ ନିର୍ମାଣ କାର୍ଯ୍ୟ ସରିଥିବାବେଳେ ଏହି ଦୋକାନ କାହାରିକୁ ଦିଆଯାଇ ନାହିଁ।


ଏଥିସହ ପଢ଼ନ୍ତୁ: କେବେ କିଣିଛନ୍ତି ଧଳାପଥର ପରଦା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭେଣ୍ଡି ଜୋନ ପାଇଁ ଚିହ୍ନଟ ହୋଇଥିବା ଦୋକାନୀ ଆସିଲେ ନାହିଁ । ଫଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିବା ଭେଣ୍ଡିଂ ଜୋନ୍ ଏବେ ଖତ ଖାଉଛି । ଖର୍ଚ୍ଚ ହୋଇଥିବା ସରକାରୀ ଅର୍ଥ ଲୋକଙ୍କ କାମରେ ଲାଗିଲା ନାହିଁ, ସମସ୍ତ ଅର୍ଥ ପାଣିରେ ପଢିଲା । ଅପରପକ୍ଷରେ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ଯେଉଁ ଜବର ଦଖଲ ଉଚ୍ଛେଦ କରାଯାଇଥିଲା ତାହା ପୁନଶ୍ଚ ଲୋକେ ପୁଣି ମାଡିବସିଲେଣି।

ପୂର୍ବ ବିଜେଡି ସରକାର ସମୟରେ କିଭିଳି ଟଙ୍କାର ଦୂରୁପଯୋଗ କରାଯାଇଥିଲା ତାହାର ଉଦାହରଣ ଏହି ଭେଣ୍ଡି ଜୋନ କେବିନ ହିଁ ବୟାନ କରୁଛି। ତେବେ ଦେଖିବାକୁ ବାକି ରହିଲା କେବେ ଏହି କେବିନ ଲୋକଙ୍କ କାମରେ ଆସୁଛି ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Odisha Update | Crores Embezzled in the Name of Vending Zones | Argus News | Argus News