Snake Alert / ଘରେ ଲୁଚିଛି କି ବିଷଧର ସାପ? ବର୍ଷା ଦିନେ ବଢ଼ିଲା ବିପଦ, ଜାଣନ୍ତୁ କେମିତି ରହିବେ ସତର୍କ
·2 months ago·2 min read

Key Points
ରାଜ୍ୟରେ ବର୍ଷାର ପରିମାଣ ବଢିବା ସହିତ ବୃଦ୍ଧି ପାଉଛି ସାପ ଆତଙ୍କ
ସାପ କାମୁଡ଼ାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଲର୍ଟ କରିଛି

ରାଜ୍ୟରେ ବର୍ଷାର ପରିମାଣ ବଢିବା ସହିତ ବୃଦ୍ଧି ପାଉଛି ସାପ ଆତଙ୍କ। ଅଣ୍ଡାରୁ ଫୁଟିବା ପରେ ଚାରିଆଡେ ବୁଲୁଛନ୍ତି ମାଳମାଳ ବିଷଧର ସାପ ଛୁଆ। ସାପଙ୍କ ବାସସ୍ଥାନରେ ବର୍ଷା ପାଣି ପଶିଯିବା ପରେ ସେମାନେ ଏବେ ସୁରକ୍ଷିତ ସ୍ଥାନ ଆଶାରେ ସିଧାସଳଖ ଜନବସତି କିମ୍ବା ଘର ଭିତରକୁ ପଶି ଆସୁଛନ୍ତି। କେବଳ ଛୁଆ ସାପ ନୁହଁ, ଏହା ସହିତ ବଡ଼ ବଡ଼ ଗୋଖର ଏବଂ ଚନ୍ଦନ ବୋଡ଼ା ଭଳି ମାରାତ୍ମକ ବିଷଧର ସାପ ମଧ୍ୟ ବୁଲୁଛନ୍ତି। ଗତ କିଛି ଦିନ ହେଲା ଭୁବନେଶ୍ୱର, ପୁରୀ, ସୁନାବେଡ଼ା ଓ ଯାଜପୁର, ଭଦ୍ରକ ସମେତ ବିଭିନ୍ନ ଜିଲ୍ଲାରୁ ଶହ ଶହ ସାପ ଛୁଆ ଉଦ୍ଧାର ହେବା ଲୋକଙ୍କ ମନରେ ଛନକା ପସାଇ ଦେଇଛି। ଗତ ୫ ବର୍ଷରେ ସାପ କାମୁଡାରେ କେତେ ଜୀବନ ଗଲାଣି କିଛି ତଥ୍ୟ ଚାଲନ୍ତୁ ଜାଣିବା
୨୦୨୦-୨୧ ବର୍ଷରେ ସର୍ପ ଦଂଶନରେ ଯାଇଛି ୧,୦୪୪ ଜଣଙ୍କ ଜୀବନ
୨୦୨୧-୨୨ରେ ସାପ କାମୁଡାରେ ମରିଛନ୍ତି ୮୪୪ ଜଣ
୨୦୨୨-୨୩ରେ ୧,୦୦୧ ଜୀବନ ନେଇଛି ବିଷଧର ସାପ
୨୦୨୩-୨୪ରେ ୧,୦୧୬ ଏବଂ ୨୦୨୪-୨୫ରେ ୯୨୧ ଜଣ ପ୍ରାଣ ହରାଇଛନ୍ତି
ସାପ କାମୁଡ଼ାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଲର୍ଟ କରିଛି। ସରକାରୀ ହସ୍ପିଟାଲ ଗୁଡିକରେ 'ଆଣ୍ଟି ସ୍ନେକ୍ ଭେନମ୍' ଇଞ୍ଜେକ୍ସନ ପ୍ରଚୁର ପରିମାଣରେ ମହଜୁଦ ରଖାଯାଇଛି। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ ଭାଇଲ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତିକମରେ ୩୦ ଭାଇଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ ବ୍ୟାପକ ଆଣ୍ଟି ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶାରେ ପ୍ରତିବର୍ଷ ହଜାରେରୁ ଅଧିକ ଲୋକ ସାପ କାମୁଡ଼ାରେ ପ୍ରାଣ ହରାଉଛନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ସଚେତନତାର ଅଭାବ ଏବଂ ଅନ୍ଧବିଶ୍ୱାସ। ସାପ କାମୁଡ଼ିବା ପରେ ଲୋକମାନେ ତୁରନ୍ତ ଡାକ୍ତରଖାନା ନଯାଇ ଗୁଣିଗାରେଡ଼ି ଓ ଝାଡ଼ଫୁଙ୍କା ଭଳି ଅନ୍ଧବିଶ୍ୱାସର ଆଶ୍ରୟ ନେଇଥାନ୍ତି, ଯାହାଦ୍ୱାରା ରୋଗୀର ମୃତ୍ୟୁ ଘଟିଥାଏ। ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ମଧ୍ୟ ସାପ କାମୁଡ଼ା ରୋଗୀଙ୍କ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ବିଶେଷଜ୍ଞ ଏବଂ ଟ୍ରେଣ୍ଡ ଡାକ୍ତରମାନଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାପ କାମୁଡାରୁ ବର୍ତ୍ତିବାକୁ କଣ ଉପାୟ ଆପଣାଇବେ ଜାଣନ୍ତୁ
-ବର୍ଷା ଦିନେ ଭୂଇଁ ବା ତଳେ ଶୁଅନ୍ତୁ ନାହିଁ, ସବୁବେଳେ ଖଟ ଉପରେ ଶୋଇବା ଆବଶ୍ୟକ
-ଘରୁ ବାହାରକୁ, ବିଶେଷ କରି ବିଲ କିମ୍ବା ପାଣି ଜମିଥିବା ସ୍ଥାନକୁ ଗଲେ ଜୋତା ପିନ୍ଧନ୍ତୁ
-ରାତିରେ ବାହାରକୁ ଯାଉଥିଲେ ସାଙ୍ଗରେ ସବୁବେଳେ ଏକ ଟର୍ଚ୍ଚ ଲାଇଟ୍ ରଖନ୍ତୁ
-ଘର ଚାରିପାଖରେ ଥିବା ଜଙ୍ଗଲ ଓ ଗଛଲତା କାଟି ସବୁବେଳେ ସଫାସୁତରା ରଖନ୍ତୁ
-ଘରେ ମୂଷା ଆଦି ଜୀବଜନ୍ତୁଙ୍କୁ ରହିବାକୁ ଦିଅନ୍ତୁ ନାହିଁ, କାରଣ ଏମାନଙ୍କ ପଛରେ ସାପ ଆସନ୍ତି।
ଏସବୁ ବାଦ୍ କେଉଁ ସାପ ବିଷଧର ଏବଂ କେଉଁ ସାପ ନୁହେଁ, ଏହା ମଧ୍ୟ ଜାଣିବା ଆବଶ୍ୟକ। ଜରୁରୀକାଳୀନ ସ୍ଥିତିରେ ଗୁଣିଗାରେଡ଼ି ପଛରେ ସମୟ ନଷ୍ଟ ନକରି 'ଗୋଲଡେନ୍ ଆୱାର୍' ମଧ୍ୟରେ ଡାକ୍ତରଖାନା ପହଞ୍ଚିଲେ ହିଁ ଅମୂଲ୍ୟ ଜୀବନ ରକ୍ଷା ହୋଇପାରିବ।

Related Topics
Explore more stories