Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

‘ସୁଭଦ୍ରା’ରୁ ବାଦ୍‌ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ହେଲା ଶେଷ

Smruti Parija
Browse all articles by Smruti Parija
·1 year ago·2 min read
‘ସୁଭଦ୍ରା’ରୁ ବାଦ୍‌ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ହେଲା ଶେଷ

Key Points

  • ‘ସୁଭଦ୍ରା’ରୁ ବାଦ୍‌ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ହେଲା ଶେଷ
  • ୨୨% ଆବେଦନକାରୀଙ୍କୁ କାଲି ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା
  • `ସୁଭଦ୍ରା'କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା
  • ସଚେତନତା ଲାଗି ଘରକୁ ଯିବେ ସରକାରୀ ଅଧିକାରୀ

ଅର୍ଗସ ବ୍ୟୁରୋ: ଯେଉଁ ଆବେଦନକାରୀଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଥିଲା, ସେମାନଙ୍କୁ ଆଉ ଚିନ୍ତା କରିବାର ନାହିଁ । ରବିବାର ସାମିଲ ହେବେ ବାଦ୍‌ ପଡ଼ିଥିବା ଆବେଦନକାରୀ । ବାଦ୍‌ ପଡ଼ିଥିବା 2 ଲକ୍ଷ 67 ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପରେ ଏ ନିଷ୍ପତ୍ତି ନିଆଯାଇଛି । ସେଥିରୁ 22 ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଟଙ୍କା ମିଳିବ । ବାକି ଯେଉଁମାନଙ୍କର ଜମି ସମସ୍ୟା ଯୋଗୁଁ ତାଲିକାରେ ନାଁ ନାହିଁ, ତାଙ୍କ ନାଁରେ ଜମି ବି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି । ଏନେଇ ଫିଜିକାଲ ଭେରିଫିକେସନ କରାଯିବ । ଯାଞ୍ଚ ହୋଇ ସେମାନଙ୍କୁ ସାମିଲ କରାଯିବ । ଆସନ୍ତାକାଲି ସୁନ୍ଦରଗଡ଼ରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । 

ଆବେଦନକାରୀଙ୍କ ମଧ୍ୟରେ ୫ ଲକ୍ଷ ମିସ୍‌ ମ୍ୟାଚ୍‌ ହେଉଥିଲା । ତାହା ସମାଧାନ ହୋଇନାହିଁ । ସେମାନେ ଏଥର ସାମିଲ ହେବେନାନିଁ । ସେମାନଙ୍କ ଆକାଉଣ୍ଟ ଆଧାର ଲିଂକରେ ସମସ୍ୟା ଅଛି ।  ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ସେମାନେ ସାମିଲ ହେବେ । ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ସୁଭଦ୍ରା ଟଙ୍କା ପାଇପାରିବେ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ସେପଟେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି ପାଇବାକୁ ଥିବା ମହିଳାମାନଙ୍କ ମଧ୍ୟରେ ଦେଖାଦେଇଛି ନାହିଁ ନଥିବା ଉତ୍ସାହ  ।   

କୋଟିଏରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଲାଭାନ୍ବିତ କରୁଥିବା ଗୋଟିଏ ଯୋଜନା ହେଉଛି ସୁଭଦ୍ରା ।  ମହିଳାଙ୍କୁ ସଶକ୍ତ, ସମୃଦ୍ଧ ଓ ସ୍ବାବଲମ୍ବୀ କରିବାର ନାରା ଦେଇ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Verification of 2.67 lakh beneficiaries of 'Subhadra' completed | Argus News