Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୂର୍ଗନ୍ଧରୁ ମୁକ୍ତି ମିଳିବ କେବେ ?

Odisha

ଦୂର୍ଗନ୍ଧରୁ ମୁକ୍ତି ମିଳିବ କେବେ ?

Smruti Parija
Browse all articles by Smruti Parija
·2 years ago·1 min read
ଦୂର୍ଗନ୍ଧରୁ ମୁକ୍ତି ମିଳିବ କେବେ ?

ଭୁବନେଶ୍ୱର:  ଅସହ୍ୟ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ସ୍ମାର୍ଟସିଟି ବାସିନ୍ଦା । ଆବର୍ଜନାର ପାହାଡ଼ ପାଲଟିଛି ଭୁବନେଶ୍ବର ସୈନିକ୍ ସ୍କୁଲ ପଛପଟ । ଅସ୍ଥାୟୀ ଡମ୍ପିଂୟାର୍ଡ ପାଇଁ ଦହଗଞ୍ଜ ହୋଇପଡିଛି ଜୀବନ । ସୈନିକ ସ୍କୁଲ ପଛରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନରୁ ସୃଷ୍ଟି ହୋଇଥିବା ଆର୍ବଜନା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । 

ଡମ୍ପିଂୟାର୍ଡର ୪ ରୁ ୫ କିଲୋମିଟର ଯାଏଁ ଦୁର୍ଗନ୍ଧମୟ ପରିବେଶ । ଫଳରେ ଗାଡ଼କଣ, ରଙ୍ଗ ମାଟିଆ, ଭୋଟପଡା, ରେଲୱେ କଲୋନୀ, ଆଦିମାତା କଲୋନୀ, VSS ନଗର, ଗଜପତି ନଗର, ଶକ୍ତି ବିହାର ଓ ପ୍ରଗତି ବିହାରର ଲୋକେ ଦୁର୍ଗନ୍ଧରେ ଘାଣ୍ଟି ହେଉଛନ୍ତି ।  

ଏମିତିକି ସେଠାରେ ବସବାସ କରୁଥିବା ଲୋକଙ୍କ କହିବା କଥା ପିଲାଙ୍କ ପାଠ ପଢାଠୁ ଆରମ୍ଭ କରି ଘରେ ବସା ଉଠାବେଳେ ଏମିତି ଦୁର୍ଗନ୍ଧ ହେଉଛି ନିଶ୍ୱାସ ନେବା ମୁସ୍କିଲ୍ ହୋଇପଡିଲାଣି । ଏମିତିକି ଘରକୁ କୁଣିଆ ଆସିବାକୁ ବି ଡରିଲେଣି । ଗନ୍ଧ ଏତେ ହେଉଛି ଯେ ଖାଇ ମଧ୍ୟ ହେଉନି । 

ସରକାରୀ ସହାୟତା ଅପେକ୍ଷାରେ ସର୍ଗିପାନି ଗାଁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଏମସି ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ବନ୍ଦ କରି ଅସ୍ଥାୟୀ ଭାବେ ତିଆରି କରିଥିବା ଡମ୍ପିଂୟାର୍ଡକୁ ଏବେ ସ୍ଥାୟୀ କରିଦେଇଛି । ଫଳରେ ଆବର୍ଜନା ଅଧିକ ହେଉଛି । ଗଦା ହୋଇଥିବା ଅଳିଆ ଯୋଗୁଁ ଡମ୍ପିଂୟାର୍ଡ ପାଖାପାଖି ୱାର୍ଡ ଗୁଡିକରେ ରହୁଥିବା ଲୋକେ ହଇରାଣ ହରକତ ହେଉଛନ୍ତି ।

ସୈତାନ ସାଜିଲା ସ୍ୱାମୀ, ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରି ଫେରାର

ସେପଟେ ଦୋଷ ଲୁଚାଇବାକୁ ବିଏମସି ପକ୍ଷରୁ ଚେଷ୍ଟା ଜାରି ରହିଛି । 3 ମାସ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଗତ ଜୁଲାଇ ମାସରେ ବିଏମସି ମେୟର, କମିସନର ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଇତି ମଧ୍ୟରେ 3 ମାସ ବିତି 4 ମାସ ଚାଲିଥିଲେ ମଧ୍ୟ ସମସ୍ୟା ଆହୁରି ଜଟିଳ ରୂପ ଧାରଣ କରିଛି । 

Sponsored
very-difficult-to-survive- for the-people-of-bhubaneswar-due-to- temporary dumping yard | Argus News