Videos
|
Odisha

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ

Ritu Das
Browse all articles by Ritu Das
·1 year ago·1 min read
ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ ହୋଇଛି। ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। କିଛିଦିନ ଧରି ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ ରତିକାନ୍ତ ମହାନ୍ତି । ବିଭିନ୍ନ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ। ଦୀର୍ଘ 4 ଦଶନ୍ଧି ଧରି ସ୍ବଚ୍ଛ ଓ ନିରପେକ୍ଷ ସାମ୍ବାଦିକତା କରିଥିଲେ ରତିକାନ୍ତ । ରତିକାନ୍ତଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।


ସେପଟେ ରତିକାନ୍ତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ର ଆନ୍ଦୋଳନ ସମୟରୁ ତାଙ୍କ ସହ ବ୍ୟକ୍ତିଗତ ଭାବେ ଜଡ଼ିତ ଥିବା ସହ ଅନେକ ସ୍ମୃତି ଓ ଅନୁଭୂତି ଅଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେ ଜଣେ ସରଳ ଓ ନିରାଡମ୍ବର ଜୀବନ ବିତାଉଥିବା ବ୍ୟକ୍ତି ଥିଲେ । ତଥା ସାମାଜିକ ଓ ରାଜନୈତିକ କ୍ଷେତ୍ରର ସବୁ ବର୍ଗର ଲୋକଙ୍କ ସହିତ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କରେ ଥିଲେ । ସାମ୍ବାଦିକତା ଜଗତରେ ତାଙ୍କୁ ଜଣେ ନିଆରା ବ୍ୟକ୍ତିତ୍ବ କହିଲେ ଭୁଲ ହେବ ନାହିଁ । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
veteran-journalist-ratanant-mohanty-passes-away | Argus News