Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୋରେଇରୁ ନିର୍ବାଚନ ଲଢିବେ କି ଝିଲିକ ?

Odisha

କୋରେଇରୁ ନିର୍ବାଚନ ଲଢିବେ କି ଝିଲିକ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କୋରେଇରୁ ନିର୍ବାଚନ ଲଢିବେ କି ଝିଲିକ ?

Key Points

  • କୋରେଇରୁ ନିର୍ବାଚନ ଲଢିବେ କି ଝିଲିକ ?
  • ଲୋକଙ୍କୁ ଭେଟୁଛନ୍ତି, ପ୍ରାର୍ଥୀ ହେବା ପାଇଁ ଚର୍ଚ୍ଚା ଚାଲିଛି
  • ନବୀନଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଅର୍ଗସ ବ୍ୟୁରୋ : ଯାଜପୁର କୋରେଇରୁ ଏଥର ବିଧାନସଭା ପ୍ରାର୍ଥୀ ହେବେ କି ଅଭିନେତ୍ରୀ ତଥା ଗ୍ରାମ୍ୟ ଉନ୍ନୟନମନ୍ତ୍ରୀ ପ୍ରୀତିରଂଜନ ଘଡେଇ ପତ୍ନୀ ଝିଲିକ ? କିଛି ଏମିତି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଚାଲିଛି । କାରଣ ଗତକାଲି କୋରେଇ ନିର୍ବାଚନ ମଣ୍ଡଳିରେ ସେ ଲୋକଙ୍କ ସହ କଥା ହେଉଥିବା ବେଳେ ନେତ୍ରୀଙ୍କ ପରି ଅନେକ ପ୍ରତିଶ୍ରୁତି ଦେଉଥିବାର ଦେଖାଯାଉଥିଲା । ଏମିତିରେ ବି କୋରେଇ ଆସନ ପାଇଁ ବିଜେଡି ଏବେ ସୁଦ୍ଧା ପ୍ରାର୍ଥୀ ଘୋଷଣା କରିନାହିଁ । ତେଣୁ ସେହି ଆସନରେ ମହିଳା ପ୍ରାର୍ଥୀଙ୍କୁ ଦଳ ଭରସା କରିପାରେ ବୋଲି କୁହାଯାଉଛି ।


ସ୍ଥାନ-ଗ୍ରାମ୍ୟ ଉନ୍ନୟନମନ୍ତ୍ରୀଙ୍କ ବାସଭବନ । ସମୟ- ପୂର୍ବାହ୍ନ । ହଠାତ୍‌ ଘୋ ଘା ହୋଇ ବିଜେଡି କର୍ମୀ ପହଞ୍ଚିଥିଲେ ମନ୍ତ୍ରୀଙ୍କ ଘରେ । ଖାଲି ପହଞ୍ଚିଥିଲେ ତାହା ନୁହେଁ ବରଂ ଝିଲିକଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ । ହେଲେ ହଠାତ୍‌ କାହିଁକି ଝିଲିକଙ୍କୁ ନେଇ ଏମିତି କହିଲେ କୋରେଇବାସୀ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏବର ବିଜେଡି ବିଧାୟକ ଅଶୋକ ବଳଙ୍କ ଉପରେ ସ୍ଥାନୀୟ ବାସିନ୍ଦା ଖୁସି ନାହାନ୍ତି । ସେଇଥି ଲାଗି ତ ଦଳ ଏସନ ନୂଆ ପ୍ରାର୍ଥୀ ଦେବାକୁ ଅଙ୍କ କଷୁଛି । ଆଉ ଏତିକି ବେଳେ ଝିଲିକ ପ୍ରାର୍ଥୀ ହେଲେ ଅଂଚଳର ବିକାଶ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥର କୋରେଇରେ ହାଇଭୋଲ୍ଟେଜ ଲଢେଇ ହୋଇପାରେ । କାରଣ ପୂର୍ବତନ ବିଧାୟକ ତଥା ସିନେଷ୍ଟାର ଆକାଶ ଦାସନାୟକଙ୍କୁ ବିଜେପି କୋରେଇରୁ ବିଧାନସଭା ପ୍ରାର୍ଥୀ କରିଛି । ତେଣୁ ତାଙ୍କୁ ପ୍ରତିଦ୍ଵନ୍ଦ୍ଵୀ ଭାବରେ ଜଣେ ଅଭିନେତ୍ରୀଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି କୁହାଯାଉଛି ।

ତଥ୍ୟ କହୁଛି, ୨୦୦୯ରୁ ୧୪ ପର୍ଯ୍ୟନ୍ତ ଝିଲିକ୍‌ଙ୍କ ସ୍ୱାମୀ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ କୋରେଇ ବିଧାୟକ ରହିଥିଲେ । ଏବେ ସେ ସୁକିନ୍ଦାର ବିଧାୟକ ରହିଛନ୍ତି । ଅନ୍ୟପଟେ ବର୍ତ୍ତମାନର ବିଜେପି ପ୍ରାର୍ଥୀ ଆକାଶ ଦାଶ ନାୟକ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଏଠାରେ ବିଧାୟକ ଥିଲେ । ସେତେବେଳେ ସେ ବିଜୁ ଜନତା ଦଳରୁ ଲଢ଼ି ବିଜୟ ହୋଇଥିଲେ । ଏବେ ତାଙ୍କୁ ଦଳ ଅଣଦେଖା କରିବାରୁ ସେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ତେଣୁ କୋରେଇରେ ବିଜେଡି କାହାକୁ ମଇଦାନକୁ ଓହ୍ଲାଉଛି ତାହା ସମୟ କହିବ । 
 

Argus Whatsapp Channel Mobile Top
Sponsored
Wife of Priti Ranjan Ghadai Jhilik | Argus News