ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ଆଣ୍ଟି ସୋସିଆଲ ଆକ୍ଟିଭିଟିକୁ ନେଇ ଚିନ୍ତାରେ କୁଳପତି

Key Points
ଅଣାୟତ୍ତ ଉତ୍କଳ ବିଶ୍ୱ ବିଦ୍ୟାଳୟ ପରିବେଶ
ଅଣଛାତ୍ରଙ୍କ ପାଇଁ ନଷ୍ଟ ହେଉଛି ଶୈକ୍ଷିକ ବାତାବରଣ
ଉତ୍କଳ ବିଶ୍ଵବିଦ୍ୟାଳୟରେ ଜମୁଛି ଅଣଛାତ୍ରଙ୍କ ଆଖଡ଼ା
ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ଆଣ୍ଟି ସୋସିଆଲ ଆକ୍ଟିଭିଟିକୁ ନେଇ ଚିନ୍ତାରେ କୁଳପତି
ଓଡିଶା ଶିକ୍ଷା ବ୍ୟବସ୍ଥାର ଏକ ମାଇଲଖୁଣ୍ଟ ଉତ୍କଳ ବିଶ୍ୱବିଦ୍ୟାଳୟ । ଯେଉଁଠି ଗଢ଼ାହୁଏ ହଜାର ହଜାର ଶିକ୍ଷାର୍ଥୀଙ୍କ ଭାଗ୍ୟ ଓ ଭବିଷ୍ୟତ ଏବେ ଚିନ୍ତା ବଢ଼ାଇଛି ସେହି ଶିକ୍ଷାନୁଷ୍ଠାନର ପରିବେଶ। ଅଣଛାତ୍ରଙ୍କ ପ୍ରବେଶ, ନିଶା କାରବାର ପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ବିଶ୍ୱ ବିଦ୍ୟାଳୟ ମୁଖ୍ୟ ଫାଟକରେ କ୍ୟାମେରା ଓ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟ ପଛରେ କିନ୍ତୁ ସାହାଣ ମେଲା । ଫଳରେ ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି ନିଶାଡ଼ି।
ଘଟଣାକୁ ନେଇ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ଅସହାୟତା ମଧ୍ୟ ଦେଖିବାକୁ ମିଳିଛି। ବର୍ଷ ବର୍ଷ ଧରି କ୍ୟାମ୍ପସରେ ଡେରା ମେଲାଇଥିବା ଅଣଛାତ୍ର ଓ ମାଫିଆଙ୍କୁ ବିତାଡିତ କରିବା ପାଇଁ ପୋଲିସ ଡିଜିଙ୍କୁ ଚିଠି ଲେଖି ସହାୟତା ଲୋଡିଛନ୍ତି କୁଳପତି। ଏହି ପ୍ରସଙ୍ଗରେ କୁଳପତିଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଉତ୍କଳ ବିଶ୍ଵବିଦ୍ୟାଳୟ ଅବ୍ୟବସ୍ଥା ସମ୍ପର୍କରେ ବାରମ୍ବାର ଖବର ପରିବେଷଣ ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହା ଦ୍ୱାରା ବିଶ୍ଵବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବାବେଳେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।