Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ; ରାତି ପାହିଲେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା

Smruti Parija
Browse all articles by Smruti Parija
·1 year ago·1 min read
ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ; ରାତି ପାହିଲେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା

Key Points

ବଡ଼ଦାଣ୍ଡରେ ପ୍ରବଳ ଜନ ସମାଗମ

ରଥକୁ ବିଜେ ହେବ ଆଜ୍ଞାମାଳ

ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ରଥଯାତ୍ରାରେ ହେବେ ସାମିଲ

ଅନେକ ଭିଭିଆଇପିମାନେ ମଧ୍ୟ ଆସିବେ 

ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ରାତି ପାହିଲେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ବଡ଼ଦାଣ୍ଡରେ ପ୍ରବଳ ଜନ ସମାଗମ । ଆଉ କିଛି ସମୟ ପରେ ରଥକୁ ବିଜେ ହେବ ଆଜ୍ଞାମାଳ । ରଥଖଳାରୁ ସିଂହଦ୍ଵାର ନିକଟକୁ ନିଆଯାଇ ଦକ୍ଷିଣ ମୋଡ଼ ନେବ ତିନି ରଥ । ଆଜି ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଦୀର୍ଘ ୧୫ ଦିନ ପ୍ରତୀକ୍ଷା ପରେ କାଳିଆକୁ ଦେଖି ଭାବବିହ୍ବଳ ଭକ୍ତ ।


ଆସନ୍ତାକାଲି ରଥଯାତ୍ରା ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ସକାଳ ୯ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ । ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା ୩୦ରୁ ପହଣ୍ଡି । ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୁଢ ହେବେ । ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା । ଚାରମାଳ ଫିଟା ଯାଇ ଅପରାହ୍ନ ୪ଟାରେ ରଥଟଣା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଡ଼ା ସୁରକ୍ଷା ବଳୟରେ ପୁରୀ । ୨୦୫ ପ୍ଲାଟୁନ ଫୋର୍ସ ସମେତ ୮ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ରଥଯାତ୍ରା ଦେଖିବେ ଉପରାଷ୍ଟ୍ରପତି । ଆସନ୍ତାକାଲି ରଥଯାତ୍ରାରେ ପୁରୀ ଆସିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ରଥଯାତ୍ରାରେ ହେବେ ସାମିଲ । ତାଙ୍କ ସହ ଅନେକ ଭିଭିଆଇପିମାନେ ମଧ୍ୟ ଆସିବେ । ଏହା ସହ ଅନେକ ଶିଳ୍ପପତି ମଧ୍ୟ ଆସି ରଥଯାତ୍ରା ଦେଖିବେ । ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ୱିନୀ ବୈଷ୍ଣବ ମଧ୍ୟ ରଥଯାତ୍ରା ପାଇଁ ପୁରୀ ଯିବାର କାର୍ଯ୍ୟକ୍ରମ ଅଛି ।

Sponsored
vice-president-jagdeep-dhankhar-to-watch-ratha-yatra | Argus News